ନୂଆଦିଲ୍ଲୀ: Indian Railways: କୋରୋନା ସଂକ୍ରମଣ ଓ ମହାରାଷ୍ଟ୍ର, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଲକଡାଉନ୍ ଲାଗିବାରୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏହି କାରଣରୁ ଅନେକ ଟ୍ରେନକୁ ବାତିଲ କରିବାକୁ ପଡୁଛି । ହଜରତ ନିଜାମୁଦ୍ଦିନରୁ ଝାନ୍ସି, କାଲକା ଶତାବ୍ଦୀ ସମେତ ଅନ୍ୟାନ୍ୟ ଟ୍ରେନର ପରିଚାଳନା ବର୍ତ୍ତମାନ ବନ୍ଦ କରିଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ମାନସିକ ବିଷାଦ ରୋଗର କାରଣ ଓ ନିରାକରଣ


ମହାରାଷ୍ଟ୍ର ଓ ପଞ୍ଜାବର ଯାତ୍ରୀଙ୍କୁ ଝଟକା


ମହାରାଷ୍ଟ୍ର ଓ ପଞ୍ଜାବ ଅଭିମୁଖେ ଯାଉଥିବା ଟ୍ରେନରେ ଯେପରି ଯାତ୍ରୀଙ୍କ ଅଭାବ ହେଉଛି ତାହାକୁ ଦେଖି ଆଗାମୀ ଦିନରେ ଅନେକ ଟ୍ରେନ୍ ବାତିଲ ହୋଇପାରେ । ତେବେ ବିହାରକୁ ଯାଉଥିବା ଟ୍ରେନରେ ଭିଡ଼ କମ ହୋଇନାହିଁ । ଲୋକଙ୍କୁ ନିଶ୍ଚିତ ଟିକେଟ୍ ମିଳୁନାହିଁ । ଯାତ୍ରୀମାନଙ୍କ ସମସ୍ୟା ଦୂର କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ପଡୁଛି ।


ନୂଆଦିଲ୍ଲୀ-ଅମୃତସର ଶତାବ୍ଦୀ (02013/02014), ନୂଆଦିଲ୍ଲୀ-ଚଣ୍ଡିଗଡ଼ ଶତାବ୍ଦୀ 02045/02046 ଏକ୍ସପ୍ରେସର ପରିଚାଳନା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ  ହେବ ନାହିଁ ।  ଏଥି ସହିତ ସୋମବାର ଦିନ ନୂଆଦିଲ୍ଲୀ-କାଲକା ଶତାବ୍ଦୀ (02005) ରେ ପ୍ରାୟ ୯ ଶହ ସିଟ୍ ଏବଂ ନୂଆଦିଲ୍ଲୀ-କାଲକା ଶତାବ୍ଦୀ (02011) ରେ ୮ ଶହ ସିଟ୍ ଖାଲି ଅଛି । ଏହି ଶତାବ୍ଦୀ ଟ୍ରେନରେ ପ୍ରତିଦିନ ଅନେକ ସିଟ୍ ଖାଲି ରହୁଛି ।


ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା କରେ ଭିଟାମିନ ସି: କେବଳ ଏହି ଖଟା ଫଳକୁ କରନ୍ତୁ ସେବନ, ଖାଇବାକୁ ପଡ଼ିବନି ଔଷଧ!


ଏହି ଟ୍ରେନ୍ ଗୁଡିକ ମଧ୍ୟ ପ୍ରଭାବିତ ହେବ


ଯାତ୍ରୀଙ୍କ ଅଭାବ ହେତୁ ହଜରତ ନିଜାମୁଦ୍ଦିନ-ବାନ୍ଦ୍ରା ଟର୍ମିନାଲ ୟୁଭା ଏକ୍ସପ୍ରେସ, ବାନ୍ଦ୍ରା ଟର୍ମିନାଲ-ଅମୃତସର କ୍ଲୋନ ଏକ୍ସପ୍ରେସ, ପୁଣେ ଦୁରୋନ୍ତୋ, ଇନ୍ଦୌର-ସରାଇ ରୋହିଲ୍ଲା ଏକ୍ସପ୍ରେସ, ଇନ୍ଦୋର-ଉଧମପୁର ଏକ୍ସପ୍ରେସ, ଇନ୍ଦୌର-ଚଣ୍ଡିଗଡ଼ ଏକ୍ସପ୍ରେସ, ଇନ୍ଦୌର-ଅମୃତସର ଏକ୍ସପ୍ରେସ, ରାଜକୋଟ-ଦିଲ୍ଲୀ ସରାଇ ରୋହିଲ୍ଲା, ବରେଲି-ଦିଲ୍ଲୀ, ଲାଲକୁଆଁ-ଆନନ୍ଦ ବିହାର ଟର୍ମିନାଲ ଏକ୍ସପ୍ରେସ, ହଜରତ ନିଜାମୁଦ୍ଦନ-ହବିବଗଞ୍ଜ ଏକ୍ସପ୍ରେସ ମଧ୍ୟ  ଯାତ୍ରୀଙ୍କ ଅଭାବ ହେତୁ ବାତିଲ କରାଯାଇଛି ।


ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍


ପ୍ରତ୍ୟେକ ରୁଟର କରାଯାଉଛି ସମୀକ୍ଷା 


ରେଳ ଅଧିକାରୀ କହିଛନ୍ତି ଯେ, ଯାତ୍ରୀମାନଙ୍କୁ ଯାତ୍ରା କରିବାରେ କୌଣସି ଅସୁବିଧା ନହେବା ପାଇଁ ବିଭିନ୍ନ ମାର୍ଗର ସମୀକ୍ଷା କରାଯାଉଛି । ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା କରାଯାଇଉଛି । ଏଥି ସହିତ କମ୍ ଯାତ୍ରୀ ଥିବା ଟ୍ରେନ୍ ବର୍ତ୍ତମାନ ବନ୍ଦ କରାଯାଉଛି ।