Indian Railways: ଆପଣ ନିଶ୍ଚିତ ଭାବରେ ଭାରତରେ ଅନେକ ରେଳ ଷ୍ଟେସନ (Railway Station) ଦେଖିଥିବେ, ଏବଂ ସବୁ ରେଳ ଷ୍ଟେସନରେ କିଛି ନା କିଛି ନାମ ରହିଛି । ଷ୍ଟେସନର ନାମ ଥିବା ଯୋଗୁଁ ଯାତ୍ରୀମାନେ ସହଜରେ ସେହି ରେଳ ଷ୍ଟେସନରେ ପହଞ୍ଚି ପାରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ରେଳ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ, ଏହା ଶୁଣି ବୋଧହୁଏ ଆପଣ ଭାବୁଥିବେ ଯେ ଆମେ ମଜାକ କରୁଛୁ, କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଭାରତରେ ପଶ୍ଚିମବଙ୍ଗରେ, ଏପରି ଏକ ରେଳ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ । ବିଶ୍ୱରେ ରେଳ ନେଟୱାର୍କ ଦୃଷ୍ଟିରୁ ଭାରତର ନାମ ଯେଉଁଠାରେ ଚତୁର୍ଥ ସ୍ଥାନରେ ଅଛି, ଏଠାରେ ଏପରି ଏକ ରେଳ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ ।


COMMERCIAL BREAK
SCROLL TO CONTINUE READING

ଆମେ କହୁଥିବା ରେଳ ଷ୍ଟେସନ ଭାରତର ପଶ୍ଚିମବଙ୍ଗରେ ରହିଛି । ବର୍ଦ୍ଧମାନ ନିକଟରେ ଏକ ଷ୍ଟେସନ ଅଛି ଯାହାର ନାମକରଣ ହୋଇ ନାହିଁ । ଏହି ରେଳ ଷ୍ଟେସନ ସହରଠାରୁ ୩୫ କିଲୋମିଟର ଦୂରରେ ଥିବା ରୈନା ନାମକ ଏକ ଗାଁରେ ନିର୍ମିତ ହୋଇଥିଲା । ଏହା ୨୦୦୮ ରେ ନିର୍ମିତ ହୋଇଥିଲା ଏବଂ ସେବେଠାରୁ ଏହାର କୌଣସି ନାମ ନାହିଁ । ୨୦୦୮ ପୂର୍ବରୁ, ଏହି ଷ୍ଟେସନ୍ ରୈନାନଗର ଭାବରେ ଜଣାଶୁଣା ଥିଲା ।


ରୈନାନଗର ରେଳ ଷ୍ଟେସନ ନାମରେ ଜଣାଶୁଣା ଏହି ଷ୍ଟେସନ ପରେ ନାମହୀନ ହୋଇଯାଇଥିଲା । ଏହାର କାରଣ ହେଲା ଦୁଇ ଗାଁ ମଧ୍ୟରେ ବିବାଦ ​​। ରୈନା ଓ ରୈନାନଗର ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଛି । ଏହି ଷ୍ଟେସନ ରୈନା ଗାଁର ଜମିରେ ହୋଇଥିଲା । କିନ୍ତୁ ଏହାର ନାମ ରୈନାନଗର ରଖାଯାଇଥିଲା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ରେଳ ଷ୍ଟେସନରେ ଲାଗିଥିବା ଥିବା ନେମ ବୋର୍ଡକୁ ହଟାଇ ଦିଆଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟେସନର କୌଣସି ନାମ ନାହିଁ । ଯଦିଓ, ଏହି ରେଳ ଷ୍ଟେସନ ପାଇଁ ଟିକେଟ୍ ରୈନାନଗର ନାମରେ କଟାଯାଇଥାଏ ।


ଏହା ବି ପଢ଼ନ୍ତୁ: Nursing Officer Recruitment 2022: ୪୦୭୦ ନର୍ସିଂ ଅଫିସର ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ


ଏହା ବି ପଢ଼ନ୍ତୁ: ରୋଷେଇ କରିବାକୁ କହିଲେ ଶାଶୁ, ରାଗିଯାଇ ମୂଷା ମରା ବିଷ ଖାଇଲେ ବୋହୂ