CSK vs MI ମ୍ୟାଚ୍ ସହ ଆରମ୍ଭ ହେବ IPL ର ଦ୍ୱିତୀୟ ପର୍ଯ୍ୟାୟ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
୧୫ ଅକ୍ଟୋବରରେ ଆଇପିଏଲର (IPL 2021) ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ (BCCI) ଘୋଷଣା କରିଛି ।
ନୂଆଦିଲ୍ଲୀ: ଆଇପିଏଲର (IPL 2021) ଦ୍ୱିତୀୟ ପର୍ଯ୍ୟାୟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିସିସିଆଇ (BCCI) ପ୍ରକାଶ କରିଛି । ଚଳିତ ବର୍ଷ ମେ' ମାସରେ କୋରୋନା କାରଣରୁ ଆଇପିଏଲ୍ ବାତିଲ କରିବାକୁ ପଡିଥିଲା । ଏବେ ଏହା ପୁଣି ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ ।
ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍
ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଓ ଚେନ୍ନାଇ (CSK vs MI) ମଧ୍ୟରେ ପ୍ରଥମ ମ୍ୟାଚ୍ ହେବ । ୧୫ ଅକ୍ଟୋବରରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ (BCCI) ଘୋଷଣା କରିଛି । ସମସ୍ତ ଭାରତୀୟ ଖେଳାଳି ସିଧାସଳଖ ଇଂଲଣ୍ଡରୁ ୟୁଏଇରେ (UAE) ପହଞ୍ଚି ଆଇପିଏଲ୍ ଖେଳିବେ । ଏହା ପରେ ଭାରତ ସମେତ ସମସ୍ତ ଦେଶକୁ ୟୁଏଇରେ ଟି -୨୦ ବିଶ୍ୱକପ (T20 World Cup) ଖେଳିବାକୁ ଆସିବାକୁ ପଡିବ ।
ପ୍ରଥମ କ୍ୱାଲିଫାୟାର ମ୍ୟାଚ - ୧୦ ଅକ୍ଟୋବର 2021
ଏଲିମେନେଟର - ୧୧ ଅକ୍ଟୋବର 2021
ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ - ୧୩ ଅକ୍ଟୋବର 2021
ଫାଇନାଲ୍ ମ୍ୟାଚ - ୧୫ ଅକ୍ଟୋବର 2021
ବିସିସିଆଇ ସଚିବ ଜୟ ଶାହା (Jay shah) ୟୁଏଇର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଇପିଏଲ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି । ୨୦୨୦ ମସିହାରେ ମଧ୍ୟ ଏଠାରେ ଆଇପିଏଲ୍ ଅନୁଷ୍ଠିତ ହୋଇଥିଲା ଓ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା ।
ଅଧିକ ପଢ଼ନ୍ତୁ: ପାୱାର କଟକୁ ନେଇ ନିଅନ୍ତୁ ନାହିଁ ଟେନସନ୍, ସିମ୍ କାର୍ଡ ପରି ବଦଳାଇ ପାରିବେ ବିଦ୍ୟୁତ କନେକ୍ସନ୍!
ଆଇପିଏଲ ୨୦୨୧ ର ସ୍ଥଗିତାଦେଶ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲସ ଆଠଟି ମ୍ୟାଚରୁ ୬ ଟି ବିଜୟ ସହ ପ୍ରଥମ ସ୍ଥାନରେ ଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ବିରାଟ କୋହଲି ଅଧିନାୟକ ଥିବା ଆରସିବି ପାଞ୍ଚଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛି ।
ନିୟମିତ ଅଧିନାୟକ ଶ୍ରେୟସ ଆୟର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ପାଇଁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବିଶ୍ୱାସ କରାଯାଉଛି ।