ମସ୍କୋ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଏହି ଲଢ଼େଇ ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian Presiden Vladimir Putin)  ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ପେଣ୍ଟାଗନ୍ ଓ ୟୁକ୍ରେନର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୁଟିନ ଅନ୍ତନଳୀ କର୍କଟ (Bowel Cancer) ସହିତ ଲଢ଼ୁଛନ୍ତି । ତାଙ୍କ ଚେହେରା ଫୁଲି ଯାଇଛି, ଯାହା ସୂଚାଇଥାଏ ଯେ ସେ ସୁସ୍ଥ ହେବା ପାଇଁ କେମୋଥେରାପି ଔଷଧ କିମ୍ବା ଷ୍ଟେରଏଡ (Chemotherapy Drugs or Steroids) ଗ୍ରହଣ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

'ଡେଲି ଷ୍ଟାର ୟୁକେ'ର ଏକ ସ୍ୱତନ୍ତ୍ର ରିପୋର୍ଟରେ ଆମେରିକାର ସୂତ୍ରରୁ କୁହାଯାଇଛି ଯେ ଭ୍ଲାଦିମିର ପୁଟିନ (Putin) ଙ୍କ ମୁହଁରେ ଆଉ ପୂର୍ବ ପରି ହସ ନାହିଁ, ଯାହା ଦର୍ଶାଉଛି ଯେ ସେ ଯନ୍ତ୍ରଣାରେ ଅଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଋଷର ରାଷ୍ଟ୍ରପତିଙ୍କ ପାଖରେ ବୋଧହୁଏ ଅଧିକ ସମୟ ନାହିଁ ଓ ସେ ଏହା ମଧ୍ୟ ଜାଣିଛନ୍ତି । ସେ ୟୁକ୍ରେନ ଉପରେ ଏଥି ପାଇଁ ଆକ୍ରମଣ କରିଛନ୍ତି ଯାହା ଦ୍ୱାରା ସେ ଉତ୍ତରାଧିକାରୀ ଛାଡି ଯାଇରିବେ । ପେଣ୍ଟାଗନରେ କାର୍ଯ୍ୟ କରୁଥିବା ଜଣେ ପୂର୍ବତନ ସାମରିକ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ପୁଟିନଙ୍କୁ ଅଧ୍ୟୟନ କରୁଥିବା ବିଶ୍ଳେଷକମାନେ ମନେ କରନ୍ତି ଯେ ସେ ଗୁରୁତର ଅସୁସ୍ଥ ଅଛନ୍ତି ଓ ଏହି କାରଣରୁ ସେ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି ।


ଜଣେ ସୂତ୍ର କହିଛନ୍ତି ଯେ, ଅତୀତରେ ଆମେ ତାଙ୍କୁ ହସୁଥିବାର ଦେଖିଛୁ, କିନ୍ତୁ ୨୦୨୨ ମସିହାରେ ତାଙ୍କର କେବଳ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହସୁଛନ୍ତି । ଚେହେରାରୁ ଜଣାପଡ଼ୁଛି ଯେ ଋଷର ରାଷ୍ଟ୍ରପତି ଯନ୍ତ୍ରଣା ଭୋଗୁଛନ୍ତି ଓ ଆମର ଲୋକମାନେ ମନେ କରନ୍ତି ଯେ କ୍ରୋଧର କାରଣ ହେଉଛି ଅତ୍ୟଧିକ ଯନ୍ତ୍ରଣା । ସୂତ୍ର କହିଛନ୍ତି ଯେ, ପୁଟିନ ଗୁରୁତର ଅସୁସ୍ଥ ଅଛନ୍ତି । ସେ ବୋଧହୁଏ କୋରୋନାକୁ ନେଇ ମଧ୍ୟ ଚିନ୍ତିତ, ତେଣୁ ସେ ନିଜ କର୍ମଚାରୀଙ୍କଠାରୁ ଏକ ଉପଯୁକ୍ତ ଦୂରତା ବଜାୟ ରଖନ୍ତି ।


ଏହା ବି ପଢ଼ନ୍ତୁ:-ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର! ବଢ଼ିଲା ମହଙ୍ଗା ଭତ୍ତା


ଏହା ବି ପଢ଼ନ୍ତୁ:-ଦୁନିଆକୁ କଡ଼ା ଚେତାବନୀ ଦେଲା ପୁଟିନ, କଲେ ଏହି ବଡ଼ ଘୋଷଣା


ଏହା ବି ପଢ଼ନ୍ତୁ:-ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା! ଏହା ରହିଛି କାରଣ


 


ପୂର୍ବତନ ବ୍ରିଟେନର ବୈଦେଶିକ ସଚିବ ତଥା ମେଡିକାଲ ଡାକ୍ତର ଲର୍ଡ ଓଭେନ କହିଛନ୍ତି ଯେ, ହୁଏତ ଭ୍ଲାଦିମିର ପୁଟିନ ମାଂସପେଶୀ ବୁଷ୍ଟିଂ ଡ୍ରଗ୍ସ (Muscle Boosting Drugs) ଗ୍ରହଣ କରୁଛନ୍ତି ଓ ତାଙ୍କ ଚେହେରା ପୂର୍ବାପେକ୍ଷା ବଦଳି ଯାଇଛି । ଆପଣ ତାଙ୍କ ଚେହେରାକୁ ଦେଖନ୍ତୁ, ଏହା ସମ୍ପୂର୍ଣ୍ଣ ଓଭାଲ୍ ହୋଇଯାଇଛି । ଏହାପୂର୍ବରୁ ଯେତେବେଳେ ତାଙ୍କୁ ଘୋଡା ଚଢ଼ିବା କିମ୍ବା ମାଛ ଧରିବା ସମୟରେ ଦେଖାଯାଇଥିଲା, ସେତେବେଳେ ତାଙ୍କ ଚେହେରା ପତଳା ଥିଲା । ଷ୍ଟେରଏଡ ଯୋଗୁଁ ଏହି ପରିବର୍ତ୍ତନ ଆସିଥାଇପାରେ । ଓଭେନ ଏହା ମଧ୍ୟ କହିଛନ୍ତି ଯେ ପୁଟିନ ସମ୍ଭବତଃ  ବଡି ବିଲଡର ହେବା ପାଇଁ ଆନାବୋଲିକ୍ ଷ୍ଟେରଏଡ ବ୍ୟବହାର କରନ୍ତି, ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ ଏବଂ ବ୍ୟକ୍ତିଙ୍କ କୋରୋନା ରୋଗ ହେବାର ଆଶଙ୍କା ବଢ଼ାଇଥାଏ ।