ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା! ଏହା ରହିଛି କାରଣ
Advertisement

ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା! ଏହା ରହିଛି କାରଣ

Will US enforce sanctions on India: ଭାରତ ବିରୋଧରେ ସମ୍ଭାବିତ CAATSA ପ୍ରତିବନ୍ଧକ ଜଡ଼ିତ ଏକ ପ୍ରଶ୍ନର ଉପରେ ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁ ସିନେଟର ଆଗରେ ପୂର୍ବ, ଦକ୍ଷିଣ ଏସିଆ, ମଧ୍ୟ ଏସିଆ ଏବଂ ଆତଙ୍କବାଦୀ ନିରୋଧୀ ମାମଲାର ବୈଦେଶିକ ସମ୍ପର୍କ ଉପସମିତିର ସଦସ୍ୟମାନଙ୍କୁ କହିଛନ୍ତି ଯେ ନୂଆଦିଲ୍ଲୀ ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ନେବେ । 

ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା! ଏହା ରହିଛି କାରଣ

ୱାଶିଂଟନ୍: Will US enforce sanctions on India: ଋଷ ଠାରୁ S-400 ମିସାଇଲ ପ୍ରତିରକ୍ଷା ପ୍ରଣାଳୀ (S-400 Air Defence System) କିଣିବା ପାଇଁ CAATSA ଆଇନ୍ ଅନୁଯାୟୀ ଭାରତ ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ ତାହା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ସ୍ଥିର କରିବେ । ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଆମେରିକାର ସାଂସଦଙ୍କୁ ଏହି ସୂଚନା ଦେଇଛନ୍ତି । Countering America's Adversaries Through Sanctions Act (CAATSA) ଅନ୍ତର୍ଗତ ଆମେରିକା ପ୍ରଶାସନ ପାଖରେ ଇରାନ, ଉତ୍ତର କୋରିଆ କିମ୍ବା ଋଷ (Russia) ସହିତ ମହତ୍ୱପୂର୍ଣ୍ଣ କାରବାର କରୁଥିବା କୌଣସି ଦେଶ ବିରୋଧରେ ପ୍ରତିବନ୍ଧକ ଲଗାଇବାର ଅଧିକାର ରହିଛି ।

CAATSA ହେଉଛି ଆମେରିକା (US) ର ଏକ କଠୋର ନିୟମ ଯାହା ୨୦୧୪ରେ କ୍ରିମିଆ (Crimea) ଉପର ଋଷର ଦଖଲ ପ୍ରତିକ୍ରିୟାରେ ଓ ୨୦୧୬ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ହସ୍ତକ୍ଷେପର ଜବାବରେ ୱାଶିଂଟନକୁ ସେହି ଦେଶଗୁଡ଼ିକ ଉପରେ କଟକଣା ଲାଗୁ କରିବାକୁ ଅନୁମତି ଦେଇଛି, ଯେଉଁମାନେ ମସ୍କୋ (Moscow) ରୁ ପ୍ରମୁଖ ପ୍ରତିରକ୍ଷା ଉପକରଣ କିଣୁଛନ୍ତି ।

ଭାରତ ବିରୋଧରେ ସମ୍ଭାବିତ CAATSA ପ୍ରତିବନ୍ଧକ ଜଡ଼ିତ ଏକ ପ୍ରଶ୍ନର ଉପରେ ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁ ସିନେଟର ଆଗରେ ପୂର୍ବ, ଦକ୍ଷିଣ ଏସିଆ, ମଧ୍ୟ ଏସିଆ ଏବଂ ଆତଙ୍କବାଦୀ ନିରୋଧୀ ମାମଲାର ବୈଦେଶିକ ସମ୍ପର୍କ ଉପସମିତିର ସଦସ୍ୟମାନଙ୍କୁ କହିଛନ୍ତି ଯେ ନୂଆଦିଲ୍ଲୀ ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ନେବେ । 

ଡୋନାଲ୍ଡ ଲୁ କହିଛନ୍ତି, "ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ବାଇଡେନ ପ୍ରଶାସନ CAATSA ନିୟମ ପାଳନ କରିବ ଓ ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବ । ଏହାର କୌଣସି ଦିଗ ଉପରେ ଆଗକୁ ବଢ଼ିବା ପୂର୍ବରୁ ପ୍ରଶାସନ କଂଗ୍ରେସ ସହିତ ପରାମର୍ଶ କରିବ । ଦୁର୍ଭାଗ୍ୟବଶତ ,, ମୁଁ ଏହା କହିପାରୁ ନାହିଁ ଯେ ଭାରତ (India) ବିରୋଧରେ କଟକଣା ଲାଗୁ କରିବା ପ୍ରସଙ୍ଗରେ ରାଷ୍ଟ୍ରପତି କିମ୍ବା ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ କୌଣସି ଅନୁମାନ ଲଗାଇପାରିନାହୁଁ । ୟୁକ୍ରେନ (Ukraine) ଉପରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ଏହି ନିଷ୍ପତ୍ତି ଉପରେ କୌଣସି ପ୍ରଭାବ ପକାଇବ କି ନାହିଁ, ତାହା ମୁଁ ମଧ୍ୟ କହିବାକୁ ସକ୍ଷମ ନୁହେଁ ।"

ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ଲାଗିବ ଚନ୍ଦ୍ର ଗ୍ରହଣ, ଏହି ୩ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ ଜବରଦସ୍ତ ପ୍ରଭାବ

ଏହା ବି ପଢ଼ନ୍ତୁ:-ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଋଷ! ଆଲୋଚନା ପାଇଁ ୟୁକ୍ରେନ ଆଗରେ ଏହି ୩ଟି ସର୍ତ୍ତ ରଖିଲେ ପୁଟିନ

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏହି ରାଜ୍ୟ ସରକାର ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ ଏହାର ଲାଭ

 

ଡୋନାଲ୍ଡ ଲୁ ସ୍ପଷ୍ଟ କରିଛନ୍ତି ଯେ, "CAATSA ଅନ୍ତର୍ଗତ ଭାରତ ଉପରେ କଟକଣା ଲାଗୁ କରିବା ପ୍ରସଙ୍ଗରେ ବାଇଡେନ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ । ଭାରତ ପ୍ରକୃତରେ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସହଯୋଗୀ । ଏହି ସହଭାଗୀତାକୁ ଆଗକୁ ନେବାକୁ ଆମେ ଆଗ୍ରହୀ । ମୁଁ ଆଶା କରୁଛି ଯେ ଋଷ (Russia) କୁ ଯେପରି କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି, ଭାରତ ବୁଝିବ ଯେ ମସ୍କୋଠାରୁ ନିଜକୁ ଦୂରେଇ ରଖିବାର ସମୟ ଆସିଛି ।"

ଲୁଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିବା ସହ ବୁଧବାର ମିଳିତ ଜାତିସଂଘ (UN) ରେ ଭୋଟ୍ ନଦେବାରୁ ଭାରତ (India) କୁ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟ ଦଳର ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି ।