ଦିଲ୍ଲୀ ବିସ୍ଫୋରଣ ପଛରେ `ଜୈଶ ଉଲ ହିନ୍ଦ`, ତଦନ୍ତ ଜାରି
ଏହା କିପରି ଧରଣର ସଙ୍ଗଠନ କାହା ସହିତ ଏହାର ରହିଛି ସମ୍ପର୍କ, ଏହି ଗୋଷ୍ଠୀର କୌଣସି ସ୍ଲିପର ସେଲ ଅଛି ନାଁ ନାହିଁ ସେ ନେଇ କୌଣସି ତଥ୍ୟ ତଦନ୍ତକାରୀ ସଂସ୍ଥା ନିକଟରେ ନାହିଁ।
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ଠାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା, ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ, କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଯାଞ୍ଚ ଚାଲିଥିବା ସମୟରେ ଏ ଘଟଣା ସହ ଜଡିତ ନୂଆ ନୂଆ ସୁରାକ ଏବେ ସାମ୍ନାକୁ ଆସୁଛି। ଏବେ ଏହି ବିସ୍ଫୋରଣ ଘଟଣା ପଛରେ ଏକ ସଙ୍ଗଠନର ସମ୍ପୃକ୍ତି ରହିଥିବା ଜଣାପଡିଛି।
ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଲାଗି ନିଜକୁ ଦାୟୀ କରିଛି 'ଜୈଶ ଉଲ ହିନ୍ଦ' (Jaish-ul-Hind) ନାମକ ଏକ ସଙ୍ଗଠନ। ହେଲେ ଏହା କିପରି ଧରଣର ସଙ୍ଗଠନ କାହା ସହିତ ଏହାର ରହିଛି ସମ୍ପର୍କ, ଏହି ଗୋଷ୍ଠୀର କୌଣସି ସ୍ଲିପର ସେଲ ଅଛି ନାଁ ନାହିଁ ସେ ନେଇ କୌଣସି ତଥ୍ୟ ତଦନ୍ତକାରୀ ସଂସ୍ଥା ନିକଟରେ ନାହିଁ।
Also Read: ଦିଲ୍ଲୀସ୍ଥିତ ଦୂତାବାସ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ: ଇସ୍ରାଏଲ ରାଷ୍ଟ୍ରଦୂତ
ଇସ୍ରାଏଲ ଦୂତାବାସ ବିସ୍ଫୋରଣ ପଛରେ ଇରାନ ସମ୍ପୃକ୍ତ ରହିଥିବା ନେଇ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରୁ ଏକ ଲଫାପା ଜବତ ହୋଇଛି। ଯେଉଁଥିରେ ଇରାନ ସୈନ୍ୟ କମାଣ୍ଡର କାସିମ ସୁଲେମାନୀ ଏବଂ ଇରାନୀ ପରମାଣୁ ବୈଜ୍ଞାନିକ ମୋହସିନ ଫଖରୀଜାଦେହେ ହତ୍ୟା ବାବଦରେ ଉଲ୍ଲେଖ କରାଯାଇଛି।
Also Read: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା: ଇରାନର ସମ୍ପୃକ୍ତି, ଚିଠିରେ ଲେଖାଯାଇଛି ଏହା ଟ୍ରେଲର, ଆଗକୁ ଭୟଙ୍କର
ଇରାନର ଏହି ପରମାଣୁ ବୈଜ୍ଞାନକଙ୍କୁ ଡ୍ରୋନ ଗନ (Drone Gun) ମାଧ୍ୟମରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଇସ୍ରାଏଲକୁ ଦାୟୀ କରିଛି ଇରାନ। ଗତବର୍ଷ ନଭେମ୍ବର ୩୦ ତାରିଖରେ ମୋହସିନ ଫଖରୀଜାଦେହ ଏବଂ ଜାନୁଆରୀ ୩ ତାରିଖରେ ଇରାନ ସୈନ୍ୟ କମାଣ୍ଡର କାସିମ ସୁଲେମାନୀଙ୍କ ଉପରେ ଡ୍ରୋନ ଆକ୍ରମଣ କରି ଉଭୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଲାଗି ଇସ୍ରାଏଲ ଦାୟୀ ବୋଲି କହିଥିଲେ ଖୋଦ ଇରାନ ରାଷ୍ଟ୍ରପତି।
Also Read: Delhi Blast: ରାଗିଗଲା ଇସ୍ରାଏଲ, ପ୍ରତିକ୍ରିୟା ରଖିଲା ଭାରତ...
ଆଜକୁ ୮ ବର୍ଷ ପୂର୍ବେ ଦିଲ୍ଲୀ ଠାରେ ଇସ୍ରାଏଲ ଦୂତାବାସ କର୍ମଚାରୀଙ୍କୁ ଟାର୍ଗେଟ କରି ଏକ ବିସ୍ଫୋରଣ କରାଯାଇଥିଲା। ୨୦୧୨ ଫେବୃଆରୀ ୧୩ ତାରିଖରେ ହୋଇଥିବା ବୋମା ବିସ୍ଫୋରଣରେ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଟାର୍ଗେଟ କରାଯାଇଥିଲା। ଏ ଘଟଣାରେ ଦୂତାବାସ କାର୍ଯ୍ୟାଳୟର ୪ କର୍ମଚାରୀ ଆହତ ହୋଇଥିଲେ।