Bhagavad Gita in Gujarat Schools: ରାଜ୍ୟର ସରକାରୀ ବିଦ୍ୟାଳୟରେ ଭାଗବଦ୍ ଗୀତା ଶିକ୍ଷାଦାନ କରିବା ଉପରେ ଆସିଛି ଗୁଜୁରାଟ ହାଇକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଗୁଜୁରାଟ ହାଇକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କୁ ଏକ ନୋଟିସ ଜାରି କରାଯାଇ ଏହାର ଜବାବ ମାଗାଯାଇଛି। ଏହି ପ୍ରସଙ୍ଗରେ ଜବାବ ଦେବାକୁ ଗୁଜରାଟ ସରକାରଙ୍କୁ ହାଇକୋର୍ଟ ଅଗଷ୍ଟ ୧୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଜମିୟତ୍ ଉଲାମା-ଏ-ହିନ୍ଦ ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ବିଦ୍ୟାଳୟରେ ଭାଗବଦ୍ ଗୀତା ପଢାଇବା ବିରୋଧରେ ଏହି ଆବେଦନ କରିଥିଲା।


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ ହାଇକୋର୍ଟରେ ଜମିୟତ୍ ଉଲାମା-ଏ-ହିନ୍ଦ ପକ୍ଷରୁ ଗୁଜୁରାଟ ହାଇକୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଥିଲା ରାଜ୍ୟ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ଭାଗବତ ଗୀତା ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ମାଧ୍ୟମରେ ସରାକରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଶ୍ଲୋକ ଏବଂ ମନ୍ତ୍ର ପାଠ କରିବାକୁ ବାଧ୍ୟ ହେଉଛନ୍ତି। ଏହା ସମାନତା ଏବଂ ଧାର୍ମୀୟ ସ୍ୱାଧୀନତାର ଅଧିକାରର ସିଧାସଳଖ ଉଲ୍ଲଂଘନ। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଜାମିୟତ୍ ଉଲେମା-ଏ-ହିନ୍ଦ ହାଇକୋର୍ଟରେ ଆବେଦନ କରିଛି।


ଏହି ମାମଲାରେ ପ୍ରଧାନ ବିଚାରପତି ଅରବିନ୍ଦ କୁମାର ଏବଂ ଜଷ୍ଟିସ ଅଶୁତୋଷ ଶାସ୍ତ୍ରୀଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଆବେଦନକାରୀ ସଂସ୍ଥାକୁ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ପ୍ରଥମେ ସରକାର ପକ୍ଷ ରଖନ୍ତୁ। ପରେ ଏହି ମାମଲାରେ ଉପଯୁକ୍ତ ଆଦେଶ ଜାରି କରାଯିବ। ଏହି ମମାଲରେ ଗୁଜୁରାଟ ହାଇକୋର୍ଟ ଜବାବ ଦାଖଲ କରିବାକୁ ଗୁଜୁରାଟ ସରକାରଙ୍କୁ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।   


ରାଜ୍ୟର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧର ବିକାଶ ଏବଂ ସେମାନଙ୍କୁ ସେମାନଙ୍କ ସଂସ୍କୃତି ସହିତ ଯୋଡିବା ପାଇଁ ଗୁଜୁରାଟ ସରକାର କିଛି ସମୟ ପୂର୍ବରୁ ଭାଗବତ ଗୀତା ପାଠ କରିବା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ପାଠପଢା ବିଦ୍ୟାଳୟରେ ହେଉଥିବା ପ୍ରାର୍ଥନା ସମୟରେ କରାଯାଇଥାଏ ଏବଂ ଏହା ପରେ ଏହି ସଂସ୍କୃତ ଶ୍ଲୋକର ଅର୍ଥ ଛାତ୍ରଛାତ୍ରୀଙ୍କୁ ବୁଝାଇଥାନ୍ତି ଶିକ୍ଷକ। ବିଦ୍ୟାଳୟରେ ଭାଗବତ ଗୀତା ପାଠ କରିବାକୁ ଜମିୟତ୍ ଉଲେମା ଇ ହିନ୍ଦ ଆପତ୍ତି ରହିଛି। ସଙ୍ଗଠନ ସହ ଜଡିତ ମୌଲାନା କହିଛନ୍ତି ଯେ ଭଗବତ୍ ଗୀତା ମାଧ୍ୟମରେ ମୁସଲମାନ ତଥା ଅନ୍ୟ ଧର୍ମର ଛାତ୍ରଛାତ୍ରୀଙ୍କୁ ହିନ୍ଦୁ ଧର୍ମକୁ ପଠାଇବା ପାଇଁ ଉଦ୍ୟମ ଚାଲିଛି। ଏହାକୁ ବନ୍ଦ କରାଯିବା ଆବଶ୍ୟକ।


Also Read: Maharashtra Violence ଘଟଣାକୁ ନେଇ ବିବାଦରେ Raza Academy; ପୂର୍ବରୁ ଦଙ୍ଗାରେ ଜଡିତ ରହିଛି ସଙ୍ଗଠନ


Also Read: ଟିଭି ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ନାହିଁ ଉଲେମା ଏବଂ ମୁସଲିମ: AIMPLB