Maharashtra Violence ଘଟଣାକୁ ନେଇ ବିବାଦରେ Raza Academy; ପୂର୍ବରୁ ଦଙ୍ଗାରେ ଜଡିତ ରହିଛି ସଙ୍ଗଠନ
Advertisement
Article Detail0/zeeodisha/odisha1029677

Maharashtra Violence ଘଟଣାକୁ ନେଇ ବିବାଦରେ Raza Academy; ପୂର୍ବରୁ ଦଙ୍ଗାରେ ଜଡିତ ରହିଛି ସଙ୍ଗଠନ

ମୁମ୍ବାଇ ଆଜାଦ ମଇଦାନ ଠାରେ ହୋଇଥିବା ଦଙ୍ଗା ଘଟଣାରେ ସମ୍ପୃକ୍ତିକୁ ନେଇ ଚର୍ଚ୍ଚାକୁ ଆସିଥିଲା ରାଜା ଏକାଡେମୀ। 

Maharashtra Violence ଘଟଣାକୁ ନେଇ ବିବାଦରେ Raza Academy; ପୂର୍ବରୁ ଦଙ୍ଗାରେ ଜଡିତ ରହିଛି ସଙ୍ଗଠନ

ମୁମ୍ବାଇ: ତ୍ରିପୁରା ଠାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା କଥିତ ସାମ୍ପ୍ରଦାୟିକ ହିଂସାର ପ୍ରତିବାଦରେ ଗତ ସପ୍ତାହରେ ମହାରାଷ୍ଟ୍ରର ଅମରାବତୀ, ନାନ୍ଦେଡ, ମାଲେଗାଓଁ ଠାରେ ହୋଇଥିବା ବିରୋଧି ପ୍ରଦର୍ଶନ ସମୟରେ ବ୍ୟାପକ ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ ରାଜା ଏକାଡେମୀ ନାମକ ଏକ ସଙ୍ଗଠନର ଭୂମିକା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଜାର ରହିଛି ଚର୍ଚ୍ଚା। ଏହାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରି ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଛି।   

କଣ ରହିଛି ଏହି ସଙ୍ଗଠନର ଇତିହାସ?
୧୯୭୮ ମସିହାରେ ଅଲହଜ ମହମ୍ମଦ ସୟଦ ନୁରୀଙ୍କ (Alhaj Mohammed Saeed Noori) ଦ୍ୱାରା ରାଜା ଏକାଡେମୀ (Raza Academy) ପ୍ରତିଷ୍ଠା କରାଯାଇଥିଲା। ନୁରୀ ୧୯୮୬ ମସିହା ପର ଠାରୁ ଏହାର ସଭାପତି ହୋଇଥିଲେ। ଇମାମ-ଇ-ଅହମ୍ମଦ ରଜା ଖାନ କାଦ୍ରିଙ୍କ ପୁସ୍ତକ ପ୍ରକାଶନ ପାଇଁ ଏହାର ଗଠନ କରାଯାଇଥିଲା। ଉର୍ଦ୍ଦୁ, ଆରବୀ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ଇସଲାମୀୟ ବିଷୟ ଉପରେ ଏହି ସଙ୍ଗଠନ ପକ୍ଷରୁ ଅନେକ ଶହ ପୁସ୍ତକ ପ୍ରକାଶିତ ହୋଇସାରିଛି।

Also Read: Maharashtra Violence ଘଟଣାର ଷଡଯନ୍ତ୍ରକାରୀ କିଏ? ଗୃହ ମନ୍ତ୍ରଣାଳୟ ରିପୋର୍ଟ କଲା ପର୍ଦ୍ଦାଫାଶ

ବରେଲି ଠାରୁ ଆସିଥିବା ଧାର୍ମିକ ଗୁରୁ ଇମାମ ଅହମ୍ମଦ ରାଜା ଖାନଙ୍କ (Imam Ahmed Raza Khan) ନାମରେ ରାଜା ଏକାଡେମୀ ସଙ୍ଗଠନର ନାମକରଣ କରାଯାଇଥିଲା। ମୁସଲିମ ଧର୍ମ ସହ ଜଡିତ ପୁସ୍ତକ ମୁଦ୍ରଣ ଏବଂ ପ୍ରସାର ପାଇଁ ଏହା କାର୍ଯ୍ୟ କରେ। ସଙ୍ଗଠନ ଆରମ୍ଭ କରିବାର ପ୍ରକୃତ ଉଦ୍ଦେଶ୍ୟ ଥିଲା ମୁସଲିମ ଧାର୍ମିକ ପୁସ୍ତକ (Muslim Religious Books) ପ୍ରକାଶନ କରିବା, ସମଗ୍ର ବିଶ୍ୱର ଲୋକଙ୍କ ନିକଟରେ ଧାର୍ମିକ ପୁସ୍ତକ ପହଞ୍ଚାଇବା ଏବଂ ମଦ୍ରାସା ସମ୍ବନ୍ଧୀୟ ପୁସ୍ତକ ଅନୁବାଦ କରିବା। ଯେତେବେଳେ ରାଜା ଏକାଡେମୀ ଗଠନ ହେଲା ସେତେବେଳେ ଏହା ଏକ ଶିକ୍ଷା ସମାଜ ଥିଲା। ଏହାର ପଞ୍ଜୀକରଣ ରାଜା ୱେଲଫେୟାର ସୋସାଇଟି ନାମରେ କରାଯାଇଥିଲା। ଧିରେ ଧିରେ ଏହା ଏକ ସାମାଜିକ ସଙ୍ଗଠନ ହୋଇଗଲା। ମୁସଲମାନ ସମାଜ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ମତାମତ ପ୍ରକାଶ କରିବା ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଗଲେ। ସେହି ପ୍ରସଙ୍ଗରେ ମୁସଲମାନଙ୍କୁ ଏକଜୁଟ କରିବା ପାଇଁ ସଙ୍ଗଠନ ଏହାର କାର୍ଯ୍ୟ ଆରମ୍ଭ କରିଥଲା। ଯେତେବେଳେ ମୁମ୍ବାଇସ୍ଥିତ ଆଜାଦ ମଇଦାନ ଠାରେ ଦଙ୍ଗା ହୋଇଥିଲା ସେତେବେଳେ ରାଜା ଏକାଡେମୀ ନାମ ଚର୍ଚ୍ଚାକୁ ଆସିଥିଲା।

ଆସାମ ଏବଂ ମିଆଁମାର ଠାର ରୋହିଙ୍ଗ୍ୟା ମୁସଲମାନଙ୍କ ବିରୁଦ୍ଧରେ ହୋଇଥିବା ହିଂସା ବିରୁଦ୍ଧରେ ମୁମ୍ବାଇ ଆଜାଦ ମଇଦାନ ଠାରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏକତ୍ରିତ ହୋଇଥିଲେ। ବିକ୍ଷୋଭ ପ୍ରଦର୍ଶନ ବେଳେ ଅମର ଯବାନ ସ୍ମାରକୀ (Amar Jawan Memorial) ଭଙ୍ଗାଯାଇଥିଲା। ସେଠାରେ ପୋଲିସ ସହ ହୋଇଥିବା ମୁହାଁମୁହିଁ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ପୋଲିସ କହିବା ଅନୁସାରେ ଏହି ଘଟଣାରେ ପ୍ରୟା ୨.୫ କୋଟି ଟଙ୍କାରୁ ଅଧିକ ପରିମାଣର ଘରୋଇ ଏବଂ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା।

Also Read: Violence in Maharashtra: ୩୫ ଜଣଙ୍କୁ ବାନ୍ଧିଲା ପୋଲିସ

ଏହି ବିକ୍ଷୋଭରେ କେବଳ ୧୫୦୦ ଲୋକ ଆସିବା ନେଇ କୁହାଯାଇଥିବା ବେଳେ ପ୍ରାୟ ୪୦ ହଜାର ଲୋକ ଏକାଠି ହୋଇଥିଲେ। ମୁମ୍ବାଇ ଆଜାଦ ମଇଦାନ ଠାରେ (Mumbai Azad Maidan Riots 2012) ହୋଇଥିବା ଦଙ୍ଗା ଘଟଣା ଘଟିବା ସମୟରେ ଅରୁପ ପଟ୍ଟନାୟକ (Arup Patnaik) ମୁମ୍ବାଇ ପୋଲିସ କମିଶନର (Munbai Police Commissioner) ଭାବେ କାର୍ଯ୍ୟ କରୁଥିଲେ। ଏ ଘଟଣା ପରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ମୁସଲମାନଙ୍କ ପାଇଁ ୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜା ଏକାଡେମୀ ପକ୍ଷରୁ ଦାବି କରାଯାଇ ଆସୁଛି। 

fallback

ଏହା ବ୍ୟତୀତ ରାଜା ଏକାଡେମୀ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କ ଠାରୁ ପୈଗମ୍ବର ମହମ୍ମଦ ବିଲ୍ (Prophet Muhammad Bill) ପାସ୍ କରିବାକୁ ଦାବି କରିଛି। ଏହି ବିଲ୍ ଅନୁଯାୟୀ ଇସଲାମ ଧର୍ମ (Islam Religion) ଏବଂ ମହାପୁରୁଷ ମହମ୍ମଦଙ୍କ (Prophet Muhammad) ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା କରିବାକୁ ସଙ୍ଗଠନ ଦାବି କରିଛି। ଇସଲାମ ଧର୍ମଗ୍ରନ୍ଥ କୁରାନକୁ (Islamic Scripture Quran) ଅପମାନିତ କରିବା ଅଭିଯୋଗରେ ଏକ ତାମିଲ ୱେବ୍ ସିରିଜ୍ (Tamil Web Series) ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜା ଏକାଡେମୀ ଦାବି କରିଥିଲା।

Also Read: ବିରୋଧ ପ୍ରଦର୍ଶନ ସମୟରେ ପଥର ମାଡ; ଅମରାବତୀ ଠାରେ ୧୪୪ ଧାରା ଜାରି

ଇସ୍ରାଏଲ୍ ସମର୍ଥକ ମନୋଭାବ ପାଇଁ ରାଜା ଏକାଡେମୀ ସାଉଦି ଆରବ ବିରୋଧରେ ସ୍ୱର ଉଠାଇଥଲା। ଇରାନୀ ଚଳଚ୍ଚିତ୍ର ମହମ୍ମଦ ଦି ମେସେଞ୍ଜର (Iranian Film Mohammad The Messenger) ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜା ଏକାଡେମୀ ଦାବି କରିଥିଲା। ଦେଶରେ କୋରୋନା ଟିକା ବିରୋଧରେ ଫତୱା ଜାରି କରିବା, ଫ୍ରାନ୍ସ ବିରୁଦ୍ଧରେ ସ୍ୱର ଉଠାଇବା ଭଳି କାର୍ଯ୍ୟ କରି ଚର୍ଚ୍ଚାରେ ରହିଛି ଏହି ସଙ୍ଗଠନ। କୋରୋନା ଟିକା ସମ୍ବନ୍ଧରେ ରାଜା ଏକାଡେମୀ WHO ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛି। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ପ୍ରଥମେ ସରକାର କିମ୍ବା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଟିକା ନିର୍ମାଣ ପାଇଁ କ'ଣ ବ୍ୟବହାର କରାଯାଇଛି ତାହା କହିବା ଆବଶ୍ୟକ। ଏହା ପରେ ସେ ମୁସଲମାନ ସମାଜର ଲୋକଙ୍କୁ ଟିକା ନେବାକୁ କହିବେ।

ଯେତେବେଳେ ଟ୍ରିପଲ ତଲାକ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଲ ପାରିତ ହୋଇଥିଲା ସେତେବେଳେ ରାଜା ଏକାଡେମୀ ଏହାକୁ ବିରୋଧ କରି କହିଥିଲା ସରକାର ସେମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ପ୍ରସିଦ୍ଧ ସଂଗୀତକାର ଆର୍ ରହମାନଙ୍କ ବିରୁଦ୍ଧରେ ରାଜା ଏକାଡେମୀ ପକ୍ଷରୁ ଫତୱା ଜାରି ହୋଇସାରିଛି।