JEE Main 2021: ଆଉ ଅଳ୍ପ ସମୟ ପରେ ବାହାରିବ ପରୀକ୍ଷା ଫଳ
ଏନଟିଏ ପକ୍ଷରୁ ୨୦୨୧ ଫେବୃଆରୀ ସେସନ ଜେଇ ମେନ୍ ପରୀକ୍ଷା ଗତ ମାସ ୨୩ ତାରିଖରୁ ୨୬ ପର୍ଯ୍ୟନ୍ତ ଦେଶର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାସ ଏଗଜାମିନେଶନ ମେନ ୨୦୨୧ ବର୍ଷ ପରୀକ୍ଷା ଫଳ ମାର୍ଚ୍ଚ ୮ ତାରିଖ ସୋମବାର ପ୍ରକାଶ ପାଇବ। ଏନଟିଏ ପକ୍ଷରୁ ଫେବୃଆରୀ ସେସନ ପରୀକ୍ଷା ଫଳ ବିଭାଗୀୟ ୱେବସାଇଟରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରେମେଶ ଫୋଖରିଆଲ ଘୋଷଣା କରିଛନ୍ତି। ଯେଉଁ ପରୀକ୍ଷାର୍ଥୀ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ଦେଇଥିଲେ ସେମାନେ ନିଜର ରେଜିଷ୍ଟ୍ରେସନ କିମ୍ବା ଆପ୍ଲିକେସନ ନମ୍ବର ବ୍ୟବହାର କରି ନିଜର ରେଜଲ୍ଟ ଫଳ ପ୍ରକାଶିତ ହେବା ପରେ ୱେବସାଇଟ ମାଧ୍ୟମରେ ଯାଞ୍ଚ କରିପାରିବେ।
ନେସନାଲ ଟେଷ୍ଟିଂ ଏଜେନ୍ସି-ଏନଟିଏ (National Testing Agency-NTA) ପକ୍ଷରୁ ୨୦୨୧ ଫେବୃଆରୀ ସେସନ (Februaray Session 2021) ଜଏଣ୍ଟ ଏଣ୍ଟ୍ରାସ ଏଗଜାମିନେଶନ (Joint Entrance Examination) ଜେଇ ମେନ୍ ପରୀକ୍ଷା (JEE Main Exam) ଗତ ମାସ ୨୩ ତାରିଖରୁ ୨୬ ପର୍ଯ୍ୟନ୍ତ ଦେଶର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୬ ଲକ୍ଷ ୬୧ ହଜାର ୭୭୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
Also Read: ଫେବୃଆରୀ ୧୫ରୁ RRB-NTPC ୪ର୍ଥ ପର୍ଯ୍ୟାୟ ପରୀକ୍ଷା
ଏହା ପରେ ମାର୍ଚ୍ଚ ପହିଲାରେ "ଅନୌପଚାରିକ ଆନ୍ସର କି" (Informal Answer Key) ଏବଂ ୭ ତାରିଖରେ "ଫାଇନାଲ ଆନ୍ସର କି" (Final Answer Key) ଜାରି ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ ଜେଇ ମେନ୍ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥାନ୍ତା ହେଲେ ସେ ଦିନ "ଆନ୍ସର କି" ଜାରି ହୋଇଥିଲା। ଏନଟିଏ କାର୍ଯ୍ୟସୂଚୀ ଅନୁସାରେ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମେନ ପରୀକ୍ଷା ଆୟୋଜନ ମାର୍ଚ୍ଚ ୧୫-୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିଲାଗି ୫ ଲକ୍ଷ ୪ ହଜାର ୫୪୦ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି।
Also Read: ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍
ଜେଇ ମେନ୍ ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷାର୍ଥୀଙ୍କୁ ଜେଇମେନ ଡଟ୍ ଏନଟିଏ ଡଟ୍ ଏନଆଇସି ଡଟ୍ ଇନ (jeemain.nta.nic.in) ୱେବସାଇଟ ଭିଜିଟ (Website Visit) କରିବାକୁ ହେବ। ଏହା ପରେ ୱେବ ସାଇଟ ହୋମ ପେଜ (Website Home Page) ଠାରେ ଉପଲବ୍ଧ ଥିବା ରେଜଲ୍ଚ ଲିଙ୍କ (Result Link) ଉପରେ କ୍ଲିକ କରିବାକୁ ହେବ। ଏହା ବାଦ ଲଗ୍ ଇନ୍ ଡିଟେଲ୍ସ ଏଣ୍ଟର (Log in Details Enter) କରି ପରୀକ୍ଷା ଫଳ ଯାଞ୍ଚ କରିବାକୁ ହେବ।