ଫେବୃଆରୀ ୧୫ରୁ RRB-NTPC ୪ର୍ଥ ପର୍ଯ୍ୟାୟ ପରୀକ୍ଷା
Advertisement

ଫେବୃଆରୀ ୧୫ରୁ RRB-NTPC ୪ର୍ଥ ପର୍ଯ୍ୟାୟ ପରୀକ୍ଷା

ଭାରତୀୟ ରେଳବାଇ ଅଧିନସ୍ଥ ଏନଟିପିସି ପଦବୀ ଲାଗି ଆବଶ୍ୟକୀୟ ପ୍ରାର୍ଥୀ ଚୟନ ପାଇଁ ଏହା ହେଉଛି ପ୍ରଥମ ପରୀକ୍ଷା। 

ଫେବୃଆରୀ ୧୫ରୁ RRB-NTPC ୪ର୍ଥ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ଆରଆରବି ଅଧିନସ୍ଥ ଏନଟିପିସି ବର୍ଗ ଲାଗି ଆରଆରବି ପକ୍ଷରୁ ଆସନ୍ତା ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ହେବାକୁ ଯାଉଛି ୪ର୍ଥ ପର୍ଯ୍ୟାୟ ପରୀକ୍ଷା। ଏହି ପର୍ଯ୍ୟାୟରେ ପ୍ରାୟ ୧୫ ଲକ୍ଷ ଆବେଦନକାରୀ ପରୀକ୍ଷା ଦେବେ। ଫେବୃଆରୀ ୧୧ ତାରିଖରୁ ପରୀକ୍ଷା ଦେବାକୁ ଯାଉଥିବା ଆବେଦନକାରୀଙ୍କୁ ଆଡମିଟ କାର୍ଡ ମିଳିବ। 

ପରୀକ୍ଷା କେନ୍ଦ୍ର କେଉଁଠି ହେବ ସେ ନେଇ ପ୍ରାର୍ଥୀଙ୍କୁ ଅବଗତ କରାଯାଇଥିବା ବେଳେ ସେମାନଙ୍କୁ ମାଗଣାରେ ଯାତ୍ରା କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଛନ୍ତି। ବାଦ ପଡିଥିବା ପ୍ରାର୍ଥୀଙ୍କ ଲାଗି  ଅନ୍ୟ ଏକ ପର୍ଯ୍ୟାୟରେ ପରୀକ୍ଷା କରିବାକୁ ଯୋଜନା କରିଛି ରେଲୱେ ନିଯୁକ୍ତି ବୋର୍ଡ-ଆରଆରବି (Railway Recruitment Board-RRB)। 

ଭାରତୀୟ ରେଳବାଇ (Indian Railway) ଅଧିନସ୍ଥ ଅଣ ବୈଷୟିକ ଲୋକପ୍ରିୟ ବର୍ଗ-ଏନଟିପିସି (Non Technical Popular Category-NTPC) ପଦବୀ ଲାଗି ଆବଶ୍ୟକୀୟ ପ୍ରାର୍ଥୀ ଚୟନ ପାଇଁ ଏହା ହେଉଛି ପ୍ରଥମ ପରୀକ୍ଷା। ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ପାଇଁ ଡକାଯିବ।

Also Read: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

ଏହି ପରୀକ୍ଷା ପାଇଁ ୧.୨୬ କୋଟିରୁ ଅଧିକ ପ୍ରାର୍ଥୀ ପଞ୍ଜୀକୃତ ହୋଇଛନ୍ତି। ଖାଲି ପଡିଥିବା ୩୫,୨୦୮ ପଦବୀ ପୂରଣ ଲାଗି ଏହି ପରୀକ୍ଷା ଯାଉଛି। ଗତ ଡିସେମ୍ବର ୨୮ ତାରିଖରେ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଚାଲିଛି।

ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ (Mobile), ବ୍ଲୁଟୁଥ (Bluetooth), ପେନ୍ ଡ୍ରାଇଭ୍ (Pendrive), ଲାପଟପ୍ (Laptop), କାଲକୁଲେଟର (Calculator), ହାତ ଘଣ୍ଟା (Wrist Watch) କିମ୍ବା ଅନ୍ୟ କqଣସି ଯୋଗାଯୋଗ ଉପକରଣ କିମ୍ବା ପେନ୍, ପେନସିଲ୍, ୱାଲେଟ୍ (Wallet), ପର୍ସ, ବେଲ୍ଟ,, ଜୋତା, ଅଳଙ୍କାର ସହିତ ଧାତବ ପୋଷାକ କିମ୍ବା କୌଣସି ବୈଦ୍ୟୁତିକ ଉପକରଣ ଆଣିବାକୁ ବାରଣ କରାଯାଇଛି। ଏନେଇ ଆରଆରବି ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।  

Also Read: ଆଜିଠୁ ନବମ ଓ ଏକାଦଶ ପାଠପଢା, ଖୋଲିଲା ହଷ୍ଟେଲ

 

ସେହିପରି ଷ୍ଟାଫ୍ ସିଲେକସନ୍ କମିଶନ (Staff Selection Commission) ପକ୍ଷରୁ ହେବାକୁ ଥିବା କମ୍ବାଇଣ୍ଡ ହାୟର ସେକେଣ୍ଡାରୀ ଲେଭର (Combined Higher Secondary Level-CHSL) ଟାୟର ୨ ପରୀକ୍ଷା (Tier 2 Exam) ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ନିଜର ପଞ୍ଜୀକରଣ ସମ୍ପର୍କିତ ତଥ୍ୟ ପ୍ରଦାନ କରି ଆଡମିଟ୍ କାର୍ଡ୍ ଡାଉନ୍ ଲୋଡ୍ (Admit Card Download) କରିପାରିବେ।    

Also Read:  ୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ

ଟାୟର ୧ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରାର୍ଥୀ ଚୟନ କରାଯାଇଛି, ଯାହାର ଫଳାଫଳ ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଅନ୍ତିମ ଉତ୍ତର ଏସଏସସି ୱେବସାଇଟରେ ଫେବୃଆରୀ ୨୦ ସୁଦ୍ଧା ଉପଲବ୍ଧ ହେବ।