ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍
Advertisement
Article Detail0/zeeodisha/odisha817569

ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍

ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ପାଇଁ NCS ପୋର୍ଟାଲର ପ୍ରତ୍ୟେକ ଅପଡେଟ ଉପରେ ନଜର ରଖିବା ବାଧ୍ୟତାମୂଳକ କରାଯାଇଛି । 

ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଚାକିରି ପାଇବା ସହଜ ହୋଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ ବ୍ୟତୀତ ଘରୋଇ କମ୍ପାନୀମାନେ ମଧ୍ୟ ଆବେଦନକାରୀଙ୍କୁ ଚାକିରି ଦେବା ପାଇଁ ନିଜେ କଲ୍ କରି ଡାକିବେ । UPSC, SSC ଏବଂ RRB ସହିତ ଅନ୍ୟାନ୍ୟ ନିଯୁକ୍ତି ବୋର୍ଡ କିମ୍ବା ଏଜେନ୍ସିଗୁଡିକ ସେମାନଙ୍କର ଫଳାଫଳକୁ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର NCS ପୋର୍ଟାଲ ସହିତ ସଂଯୋଗ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ସହଯୋଗୀ ଏନସିପି-ଶିବସେନା ଉପରେ ବର୍ଷିଲା କଂଗ୍ରେସ

ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ପାଇଁ NCS ପୋର୍ଟାଲର ପ୍ରତ୍ୟେକ ଅପଡେଟ ଉପରେ ନଜର ରଖିବା ବାଧ୍ୟତାମୂଳକ କରାଯାଇଛି । ସରକାରୀ ଓ ବେସରକାରୀ କମ୍ପାନୀଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ସେମାନଙ୍କର କାର୍ଯ୍ୟକାରିତା ଅନୁଯାୟୀ ଆବେଦନକାରୀଙ୍କୁ ଡାକନ୍ତି । ତେଣୁ, ଏହି ପୋର୍ଟାଲରେ ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା, ପରୀକ୍ଷାରେ କେତେ ମାର୍କ ଆସିଛି ଏବଂ ସେମାନଙ୍କର ସାମଗ୍ରିକ ରାଙ୍କିଙ୍କ କ’ଣ ଇତ୍ୟାଦି ସୂଚନା ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

କର୍ମଚାରୀ, ଲୋକ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର କର୍ମଚାରୀ ଏବଂ ଟ୍ରେନିଂ ବିଭାଗ ଅନୁଯାୟୀ, ଯେଉଁ ଭର୍ତ୍ତି ଏଜେନ୍ସିଙ୍କୁ ଉପରୋକ୍ତ ଦାୟିତ୍ୱ ମିଳିଛି । ସେଥି ମଧ୍ୟରେ ୟୁପିଏସସି (UPSC), ଏସ୍ଏସସି (SSC), ଆରଆରବି (RRB), ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI), ଭାରତୀୟ ସେନା (Indian Army), ଭାରତୀୟ ବାୟୁସେନା (Indian Air Force), ଭାରତୀୟ ନୌସେନା (Indian Navy), ସେବା ଚୟନ ବୋର୍ଡ (ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ), ଭାରତୀୟ ତଟରକ୍ଷୀ ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ଗୃହ ମନ୍ତ୍ରଣାଳୟ ଅଧୀନରେ), ସିଧାସଳଖ ଟ୍ୟାକ୍ସ ବୋର୍ଡ, ପରୋକ୍ଷ ଟ୍ୟାକ୍ସ ବୋର୍ଡ, ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ, ଭାରତୀୟ କୃଷି ଅନୁସନ୍ଧାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍, NHAI, ଭାରତୀୟ ଜାତୀୟ ବିମାନବନ୍ଦର ପ୍ରାଧିକରଣ, ଜାତୀୟ ମାନବ ଅଧିକାର ଆୟୋଗ ଏବଂ ସମସ୍ତ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଉଦ୍ୟୋଗ ଏହି ସମସ୍ତ ଏଜେନ୍ସିଗୁଡ଼ିକ ସେମାନଙ୍କର ରେଜଲ୍ଟର ସୂଚନା ପେଜକୁ NCS ପୋର୍ଟାଲ ସହିତ ଲିଙ୍କ କରିବେ ।

ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ତେଣୁ ନିଯୁକ୍ତି ଏଜେନ୍ସିଗୁଡ଼ିକ ପାଖରେ ସେହି ସମସ୍ତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ତଥ୍ୟ ରହିଛି । ଏହି ପ୍ରକ୍ରିୟାରେ ଅର୍ଥ ଏବଂ ସମୟ ବ୍ୟତୀତ ଅନ୍ୟ ଉତ୍ସଗୁଡ଼ିକ ମଧ୍ୟ ବ୍ୟବହୃତ ହୁଏ । ଏହି କାରଣରୁ ସମସ୍ତ ବିଭାଗ ନିଜ ସ୍ତରରେ ଏହି ପରୀକ୍ଷା କରିପାରିବେ ନାହିଁ । ଆବେଦନକାରୀଙ୍କ ଯାହା ବି ରେଜଲ୍ଟ ରହିବ, ତାହା ଏନସିଏସ୍ ପୋର୍ଟାଲରେ ଅପଲୋଡ୍ କରିଦିଆଯିବ ।

ଅଧିକ ପଢ଼ନ୍ତୁ:-କୋରୋନା ପରେ ଏବେ ସାରା ଦୁନିଆରେ ମାଡ଼ି ଆସୁଛି ଏହି ବିପଦ, ଚେତାବନୀ ଜାରି କଲା WHO

ସେଠାରେ ନିଜ କାର୍ଯ୍ୟ କ୍ଷମତା ଅନୁସାରେ ମେରିଟ ଥିବା ଆବେଦନକାରୀଙ୍କୁ  ମନ୍ତ୍ରଣାଳୟ, ବିଭାଗ ଏବଂ ବେସରକାରୀ କମ୍ପାନୀଗୁଡିକ କଲ୍ କରିପାରିବେ । ଆବେଦନକାରୀଙ୍କ ରେଜଲ୍ଟ ଦେଖି ବିଭାଗ ଏବଂ କମ୍ପାନୀଗୁଡିକ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ସହଜ ହୋଇଯିବ । ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷାର ଆୟୋଜନ କରିବାକୁ ପଡ଼ିବ ନାହିଁ ।