JEE Main ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ସ୍ଥଗିତ ହେଲା, ବର୍ତ୍ତମାନ ଏହି ତାରିଖରେ ଅନୁଷ୍ଠିତ ହେବ
JEE Main Exam ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମଧ୍ୟରେ ଚାରି ସପ୍ତାହ ବ୍ୟବଧାନ ଥିଲା । ପରୀକ୍ଷାର୍ଥୀଙ୍କ ଦାବି ଥିଲା ଯେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଏକ ଗେଫ୍ ରହିବା ଉଚିତ । ଯାହା ଦ୍ୱାରା ସେମାନେ ପ୍ରସ୍ତୁତ ହେବାପାଇଁ ସୁଯୋଗ ପାଇପାରିବେ ।
ନୂଆଦିଲ୍ଲୀ: JEE (Main) 2021 Session 4 New Dates: ଜେଇଇ ମେନ୍ ୨୦୨୧ ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମଧ୍ୟରେ ଚାରି ସପ୍ତାହ ବ୍ୟବଧାନ ଅଛି । ପ୍ରାର୍ଥୀଙ୍କ ଦାବିକୁ ବିଚାରକୁ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Education Minister Dharmendra Pradhan) କହିଛନ୍ତି । ବର୍ତ୍ତମାନ JEE ମୁଖ୍ୟ ପରୀକ୍ଷାର ଚତୁର୍ଥ ପର୍ଯ୍ୟାୟ ୨୬, ୨୭ ଓ ୩୧ ଅଗଷ୍ଟ, ୧ ଓ ୨ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ।
JEE Main 2021 ର ଚତୁର୍ଥ ତଥା ଅନ୍ତିମ ପରୀକ୍ଷା ପୂର୍ବରୁ ୨୭ ଜୁଲାଇରୁ ୨ ଅଗଷ୍ଟ ମଧ୍ୟରେ ହେବାର ଥିଲା । ଜେଇଇ ମେନ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ୨୦ ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ଓ ଚତୁର୍ଥ ପର୍ଯ୍ୟାୟ ୨୭ ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା । ଉଭୟ ପର୍ଯ୍ୟାୟର ପରୀକ୍ଷା ମଧ୍ୟରେ କେବଳ ଗୋଟିଏ ଦିନର ବ୍ୟବଧାନ ରଖାଯାଇଥିଲା । ଅନେକ ପରୀକ୍ଷାର୍ଥୀ ଏହି ପ୍ରସଙ୍ଗରେ ରାଗିଥିଲେ । ଦୁଇ ପର୍ଯ୍ୟାୟ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯିବା ଉଚିତ ବୋଲି ପ୍ରାର୍ଥୀମାନେ କହିଥିଲେ । ଯାହାଫଳରେ ସେମାନେ ପ୍ରସ୍ତୁତ ହେବାର ସୁଯୋଗ ପାଇପାରିବେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୫ ଦିନର ବ୍ୟବଧାନ ଥିଲା । ବର୍ତ୍ତମାନ ଏହି ନୂତନ ଘୋଷଣା ସହିତ ପରୀକ୍ଷାର୍ଥୀଙ୍କ ଦାବିକୁ ଗ୍ରହଣ କରାଯାଇଛି ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପନ୍ତ ପରେ ଆଉ ଜଣ ସଦସ୍ୟ ହେଲେ କରୋନା ପଜିଟିଭ୍
ଜେଇଇ ମେନ୍ ୨୦୨୧ ପରୀକ୍ଷା ମାଧ୍ୟମରେ ଦେଶର ୨୩ ଟି ଆଇଆଇଟି, ୩୧ ଟି ଏନ୍ଆଇଟି, ୨୩ ଟି ଟ୍ରିପଲ୍ ଆଇଟି ସହିତ GFIT ର ୩୬୦୦୦ ସିଟରେ ଇଞ୍ଜିନିୟରିଂ ପାଇଁ ଆଡମିଶନ ହେବ । ଜେଇଇ ମେନ୍ ପରୀକ୍ଷାର ସମସ୍ତ ପର୍ଯ୍ୟାୟ ସମାପ୍ତ ହେବା ପରେ, ଚାରୋଟି ପର୍ଯ୍ୟାୟର ଶ୍ରେଷ୍ଠ ସ୍କୋର ଆଧାରରେ ପ୍ରାର୍ଥୀଙ୍କ ମାନ୍ୟତା ପ୍ରକାଶ ପାଇବ । JEE ଆଡଭାନ୍ସଡ୍ ୨୦୨୧ ପରୀକ୍ଷା ଆୟୋଜନ ହେବା ବାକି ରରହିଛି । ୩ ଜୁଲାଇରେ ଧାର୍ଯ୍ୟ ହୋଇଥିବା JEE ଆଡଭାନ୍ସ ମଧ୍ୟ କୋରୋନା କାରଣରୁ ସ୍ଥଗିତ ରଖାଯାଇଥିଲା ।