ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପନ୍ତ ପରେ ଆଉ ଜଣ ସଦସ୍ୟ ହେଲେ କରୋନା ପଜିଟିଭ୍
Advertisement
Article Detail0/zeeodisha/odisha942895

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପନ୍ତ ପରେ ଆଉ ଜଣ ସଦସ୍ୟ ହେଲେ କରୋନା ପଜିଟିଭ୍

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଋଷଭ ପନ୍ତଙ୍କ ପରେ ଇଂଲଣ୍ଡରେ ଥିବା ଭାରତୀୟ ଦଳର ଜଣେ ସପୋର୍ଟ ଷ୍ଟାପ କୋଭିଡ-୧୯ ପଜିଟିଭ ହୋଇଛନ୍ତି । ଏହି କାରଣରୁ ଦଳର କୋଚିଂ ଷ୍ଟାଫର ଅନ୍ୟ ତିନିଜଣ ସଦସ୍ୟଙ୍କୁ ମଧ୍ୟ କ୍ଵାରେଣ୍ଟିନ କରାଯଇଛି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆର (Team India) ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ Rishabh Pant) ପରେ ବର୍ତ୍ତମାନ ସପୋର୍ଟ ଷ୍ଟାଫର (Support staff) ଜଣେ ସଦସ୍ୟ ମଧ୍ୟ କରୋନା ସଂକ୍ରମିତ (Corona positive) ହୋଇଥିବା ଜଣାପଡିଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ଋଷଭ ପନ୍ତଙ୍କ ପରେ ଇଂଲଣ୍ଡରେ ଥିବା ଭାରତୀୟ ଦଳର ଜଣେ ସପୋର୍ଟ ଷ୍ଟାଫଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ (Covid-19 Test Report)  ପଜିଟିଭ ବୋଲି ଜଣାପଡିଛି । ଏହି କାରଣରୁ ଦଳର ଅନ୍ୟ ତିନି ଜଣ କୋଚିଂ ଷ୍ଟାଫଙ୍କୁ ମଧ୍ୟ କ୍ଵାରେଣ୍ଟିନ କରାଯାଇଛି । ବର୍ତ୍ତମାନ ଋଷଭ ପନ୍ତଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫଙ୍କ ଏହି ସଦସ୍ୟମାନେ ମଧ୍ୟ ଦଳ ସହିତ ଡ଼ରହମ୍ ଯାତ୍ରା କରିବେ ନାହିଁ । 

ରିପୋର୍ଟ ଅନୁଯାୟୀ ଉଭୟଙ୍କ କୋଭିଡ-୧୯ ଟେଷ୍ଟ ଇଂଲଣ୍ଡରେ କରାଯାଇଥିଲା ଓ ରିପୋର୍ଟରେ ପଜିଟିଭ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ପନ୍ତଙ୍କୁ କ୍ଵାରେଣ୍ଟିନ କରାଯାଇଛି । ପନ୍ତ ବର୍ତ୍ତମାନ ନିଜ ସମ୍ପର୍କୀୟଙ୍କ ଘରେ କ୍ଵାରେଣ୍ଟିନରେ ରହୁଛନ୍ତି ଓ ପରେ ଡରହମରେ ଦଳ ସହ ଯୋଗଦେବେ । ଏହି ବାମହାତୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯେଉଁଥିପାଇଁ ତାଙ୍କର କୋଭିଡ୍ -୧୯ ଟେଷ୍ଟ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ବଢ଼ିଲା ଚିନ୍ତା: କରୋନା ସଂକ୍ରମିତଙ୍କୁ ନେଗେଟିଭ୍ ଦେଖାଉଛି RT- PCR ଟେଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ସାଥୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଯେଉଁମାନେ ପନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ତିନି ଦିନ ପାଇଁ ଅଲଗା ରଖାଯାଇଥିଲା ଓ ସେମାନଙ୍କର କ୍ଵାରେଣ୍ଟିନ ଅବଧି ଶେଷ ହୋଇଛି । ଭାରତୀୟ କ୍ରିକେଟର କୋରୋନା ପଜିଟିଭ୍ ହେବାର ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ବିପକ୍ଷ ସୀମିତ ଓଭର ଘରୋଇ ସିରିଜ୍ ପୂର୍ବରୁ ତିନିଜଣ ଇଂଲଣ୍ଡ ଖେଳାଳି ଓ ଚାରିଜଣ କର୍ମଚାରୀଙ୍କ ସମେତ ୭ ଜଣ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ୧ ଅଗଷ୍ଟ ଯାଏଁ ବୃଦ୍ଧି ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କ'ଣ ଖୋଲା ଓ କ'ଣ ରହିବ ବନ୍ଦ

ଗତ ମାସରେ ସାଉଥମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର (WTC Final) ଫାଇନାଲ୍ ମ୍ୟାଚ ଖେଳାଯାଇଥିଲା ​​। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବର୍ତ୍ତମାନ ୪ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ । ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବ ।