ନକ୍ସଲ ପ୍ରବଣ ଝାଡ଼ଖଣ୍ଡ ଜଙ୍ଗଲର ସୁରକ୍ଷା ଦାୟିତ୍ୱରେ ସାହସୀ ମହିଳା
ଜଙ୍ଗଲ ସୁରକ୍ଷା ପାଇଁ ଜାମସେଦପୁରର ଜଣେ ମହିଳା ହୋମଗାର୍ଡ ଏକ ସୁରକ୍ଷା ଦଳ ଗଠନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେମାନେ ଶେରନୀ ବା ସିଂହବାହିନୀ ବୋଲି ବେଶ ପରିଚିତ।
ନୂଆଦିଲ୍ଲୀ: ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲା। ହେଲେ ଜଙ୍ଗଲ ମାଫିଆଙ୍କ ଯୋଗୁଁ ଧୀରେ ଧୀରେ କ୍ଷୟ ହେବାକୁ ବସିଲାଣି ଏହାର ସବୁଜ ବନାନୀ। ମାଫିଆମାନେ ବହୁ ପୁରୁଣା, ମୂଲ୍ୟବାନ ଗଛ କାଟି ପଦା କରିଦେଇ ସାରିଲେଣି। ତେବେ ଜଙ୍ଗଲ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ମହିଳା। ତାଙ୍କ ନାଁ ହେଲା କାନ୍ଦୋନୀ ସୋରେନ। ବୟସ ପାଖାପାଖି ୩୦ ବର୍ଷ ହେବ। କାନ୍ଦୋନୀଙ୍କ କାନ୍ଧରେ ଏବେ ୧୦୦ ହେକ୍ଟର ଜଙ୍ଗଲ ଜମିର ଦାୟିତ୍ୱ।
ଜାମସେଦପୁରର ମୁସବାନୀ ବ୍ଲକ ଅଧିନସ୍ଥ ସରକଘୁଟୁ ଗାଁରେ କାନ୍ଦୋନୀଙ୍କ ଘର। ପିଲାଟି ବେଳୁ ଜଙ୍ଗଲରେ ଖେଳିବୁଲି ବଡ଼ ହୋଇଛନ୍ତି କାନ୍ଦୋନୀ। ହେଲେ ଏବେ ଜଙ୍ଗଲ ମାଫିଆଙ୍କ ନଜର କାନ୍ଦୋନୀଙ୍କ ଗାଁ ନିକଟସ୍ଥ ଜଙ୍ଗଲ (Jungle) ଉପରେ। ବଡ଼ ବଡ଼ ଗଛ ସବୁ କାଟି ଚୋରା ଚାଲାଣ କରାଯାଉଥିବାର ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଅଞ୍ଚଳରେ ବର୍ଷାର ଘୋର ଅଭାବ ଦେଖାଦେଇଛି। ଫଳରେ ପ୍ରତିବର୍ଷ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଛି।
Also Read: Bihar Politics: ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହେବ ଲୋକତାନ୍ତ୍ରିକ ଜନତା ଦଳ
ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିବା ଲୋକଙ୍କ ଜୀବନ ଜୀବିକାରେ ମଧ୍ୟ ପ୍ରଭାବ ପଡ଼ିଛି। ତେଣୁ ଗାଁ ତଥା ଗ୍ରାମବାସୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି କାନ୍ଦୋନୀ। ଜାମସେଦପୁର ପୋଲିସ ଅନ୍ତର୍ଗତ ହୋମଗାର୍ଡ ବିଭାଗରେ ଜଣେ ହୋମଗାର୍ଡ (Home Guard) ଭାବେ କାର୍ଯ୍ୟ କରନ୍ତି କାନ୍ଦୋନୀ। କିନ୍ତୁ ତାଙ୍କର ପ୍ରଥମ ଲକ୍ଷ୍ୟ ଜଙ୍ଗଲର ସୁରକ୍ଷା। ତାଙ୍କ ନେତୃତ୍ୱରେ ଗଢ଼ା ହୋଇଛି ଏକ ଦଳ। ଏହି ଦଳରେ ସମସ୍ତ ସଦସ୍ୟ ମହିଳା। ଏମାନଙ୍କ କାର୍ଯ୍ୟ ହେଲା ଆଭ୍ୟନ୍ତରୀଣ ଜଙ୍ଗଲର ସୁରକ୍ଷା କରିବା। ଦଳର ପ୍ରତ୍ୟେକ ସଦସ୍ୟା ପାରମ୍ପରିକ ଯୁଦ୍ଧ କୌଶଳ ତଥା ଲାଠି ଚାଳନାରେ ଧୁରନ୍ଧର।
Also Read: ୨୦୨୪ ନିର୍ବାଚନ: ନରେନ୍ଦ୍ର ମୋଦି ବନାମ କିଏ?
କାନ୍ଦୋନୀ ପିଲାବେଳୁ ଜଙ୍ଗଲ ସୁରକ୍ଷାରେ ନିଜକୁ ନିମ୍ନଜିତ କରିଛନ୍ତି। ଗାଁ ପୁରୁଷମାନେ ସାଙ୍ଗ ନ ଦେବାରୁ କାନ୍ଦୋନୀ ସ୍ଥାନୀୟ ମହିଳାମାନଙ୍କୁ ଜଙ୍ଗଲର ବିଭିନ୍ନ ଉପକାରୀତା ବିଷୟରେ ସଚେତନ କରିଥିଲେ। ଧୀରେ ଧୀରେ ମହିଳାମାନେ କାନ୍ଦୋନୀଙ୍କୁ ଜଙ୍ଗଲ ସୁରକ୍ଷା ଦେବାରେ ସହଯୋଗ କରିଥିଲେ। ବନ ରକ୍ଷା ସମିତି ନାମକ ଏହି ଦଳରେ ଅଛନ୍ତି ୪୦ ଜଣ ସଦସ୍ୟା। ଦଳଟି ଚାରୋଟି ଗ୍ରୁପରେ ବିଭକ୍ତ। ପ୍ରତ୍ୟେକ ଗ୍ରୁପରେ (Women Group) ୧୦ ଜଣ ମହିଳା ରହିଛନ୍ତି। ଯାହାର ନେତୃତ୍ୱ ନେଉଛନ୍ତି ଖୋଦ କାନ୍ଦୋନୀ। ପ୍ରତ୍ୟେକ ଦଳକୁ ଜଙ୍ଗଲରେ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ଏବଂ ସମୟ ଅନୁଯାୟୀ ସମସ୍ତେ ମିଳିମିଶି ଜଙ୍ଗଲର ସୁରକ୍ଷା କରିଥାନ୍ତି।
Also Read: ମମିତା ପରି ମାନସ ହତ୍ୟାକାଣ୍ଡରେ ହାଇ ପ୍ରୋଫାଇଲ ଲିଙ୍କ୍ !
ଜଙ୍ଗଲରେ ମାଫିଆ (Jungle Mafia) ଙ୍କୁ ପ୍ରତିହତ କରିବାରେ ଏହି ମହିଳାମାନେ ସିଦ୍ଧହସ୍ତ। ସୂଚନା ମିଳିଲାମାନେ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଗ୍ରୁପ ଜଙ୍ଗଲ ଆଡ଼କୁ ମାଡ଼ିଯାଇଥାନ୍ତି। ଘଞ୍ଚ ଜଙ୍ଗଲରେ ଏହି ମହିଳାଙ୍କ ଫୂର୍ତ୍ତି ଏବଂ ସାହସିକତା ଦେଖିଲା ଭଳି। ଏମାନଙ୍କ ସାହସିକତା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏମାନେ ସିଂହବାହିନୀ ବୋଲି ପରିଚିତ। ଖୋଦ କାନ୍ଦୋନୀ ସିଂହୀ ପରି ଜଙ୍ଗଲ ମଧ୍ୟରେ ଘୁରି ବୁଲନ୍ତି। ତେଣୁ ତାଙ୍କୁ ଜଙ୍ଗଲ କି ଶେରନୀ ବୋଲି ଲୋକେ କହିଥାନ୍ତି। ସାହିସୀ କାନ୍ଦୋନୀ ଏବଂ ତାଙ୍କ ମହିଳା ବିଗ୍ରେଡ ପାଇଁ ଆଜି ସରକଘୁଟୁ ଜଙ୍ଗଲରେ ମାଫିଆମାନେ ପ୍ରବେଶ କରିବାକୁ ଭୟ କରୁଛନ୍ତି।