ମମିତା ପରି ମାନସ ହତ୍ୟାକାଣ୍ଡରେ ହାଇ ପ୍ରୋଫାଇଲ ଲିଙ୍କ୍ !
Advertisement
Article Detail0/zeeodisha/odisha1128807

ମମିତା ପରି ମାନସ ହତ୍ୟାକାଣ୍ଡରେ ହାଇ ପ୍ରୋଫାଇଲ ଲିଙ୍କ୍ !

ମାନସ ସ୍ୱାଇଁଙ୍କୁ ମଧ୍ୟ ଭୁବନେଶ୍ୱରର ବୃଦ୍ଧାଶ୍ରମରେ ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା । ମମିତା ମେହେରଙ୍କୁ ପୋଡ଼ିବା ପରେ ଏକ ଷ୍ଟାଡିୟମ ପରିସରରେ ଗାତ ଖୋଳି ପୋତି ଦିଆଯାଇଥିଲା । ମାନସ ସ୍ୱାଇଁଙ୍କୁ ମଧ୍ୟ ରଣପୁର ନିଆଯାଇ ସେଠାରେ ପୋଡ଼ିବା ପରେ ଗାତଖୋଳି ପୋତି ଦିଆ ଯାଇଥିଲା ।

ମମିତା ପରି ମାନସ ହତ୍ୟାକାଣ୍ଡରେ ହାଇ ପ୍ରୋଫାଇଲ ଲିଙ୍କ୍ !

ଭୁବନେଶ୍ୱର: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରୀରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।  ଏବେ ଏହି ହତ୍ୟାକାଣ୍ଡରେ ହାଇ ପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଅଧିକ ଗୁରୁତର ଆକାର ଧାରଣ କରିଛି । କେହି କେହି ଏହାକୁ ମମିତା ମେହେର ହତ୍ୟାକାଣ୍ଡ ଭଳି ଗୁରୁତ୍ୱ ଦେଇ ଦେଖିବା ଆରମ୍ଭ କରିଛନ୍ତି । କାରଣ ମମିତା ମେହେର ହତ୍ୟାକାଣ୍ଡରେ ବି ତାଙ୍କୁ ଅପହରଣ କରି ନିଆଯାଇଥିଲା । ମାନସ ସ୍ୱାଇଁଙ୍କୁ ବି ଅପହରଣ କରି ନିଆ ଯାଇଥିଲା । ମମିତାଙ୍କୁ ମଧ୍ୟ ଛତିଶଗଡ଼କୁ ନେଇ ସାରା ରାତି ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । 

ମାନସ ସ୍ୱାଇଁଙ୍କୁ ମଧ୍ୟ ଭୁବନେଶ୍ୱର (Bhubaneswar) ର ବୃଦ୍ଧାଶ୍ରମରେ ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା । ମମିତା ମେହେରଙ୍କୁ ପୋଡ଼ିବା ପରେ ଏକ ଷ୍ଟାଡିୟମ ପରିସରରେ ଗାତ ଖୋଳି ପୋତି ଦିଆଯାଇଥିଲା । ମାନସ ସ୍ୱାଇଁଙ୍କୁ ମଧ୍ୟ ରଣପୁର ନିଆଯାଇ ସେଠାରେ ପୋଡ଼ିବା ପରେ ଗାତଖୋଳି ପୋତି ଦିଆ ଯାଇଥିଲା । ତେଣୁ ଏହା ପଛରେ ଏକ ସମାନ ଅପରାଧିକ ମାନସିକତା କାମ କରୁଥିବା ଅନୁମାନ କରାଯାଉଛି । କାରଣ ସେତେବେଳେ ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁ ଯେଉଁ ହାଇ ପ୍ରୋଫାଇଲ ନେତାମାନଙ୍କ ସହ ସମ୍ପର୍କରେ ଥିବାର ଫଟୋ ଦେଖିବାକୁ ମିଳୁଥିଲା, ବର୍ତ୍ତମାନ ମାନସ ସ୍ୱାଇଁଙ୍କ ହତ୍ୟା ଅଭିଯୋଗରେ ଫେରାର ଥିବା ଶର୍ମିଷ୍ଠା ରାଉତ ମଧ୍ୟ ସେହି ନେତାମାନଙ୍କ ସହ ଫଟୋରେ ଥିବା ଦେଖିବାକୁ ମିଳୁଛି । 

Also Read:  ବସ୍ ଓଲଟି ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଗୁରୁତର

ଏହାର ଲିଙ୍କ୍ କୁଆଡ଼େ ଯାଉଛି, କମିଶନରେଟ୍ ପୋଲିସ (Commissionrate Police)  ତାହାର ତଦନ୍ତ କରିବା ଦରକାର । ସେପଟେ ଯେଉଁ ଜରାଶ୍ରମରେ ମାନସଙ୍କୁ ନିର୍ଯାତନା ଦେଇ ହତ୍ୟା କରାଗଲା, ତା'ର ତଳ ମହଲାରେ ବୃଦ୍ଧ ଓ ବୃଦ୍ଧାମାନେ ରହୁଥିଲେ । ତେବେ ପ୍ରଶ୍ନ ଉଠୁଛି, ଏତେ ଲୋକ ରହୁଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଗଲା, ଅଥଚ କେହି ସେ ସମ୍ପର୍କରେ ସୁରାକ୍ ପାଇଲେ ନାହିଁ କେମିତି । ତେବେ କ'ଣ ମର୍ଡର ବାବଦରେ ଆଶ୍ରମ ଅନ୍ତେବାସୀମାନେ କିଛି ଜାଣିଥିବାରୁ ସେମାନଙ୍କୁ କେହି କିଛି ପଚାରିବା ଭୟରେ ସେମାନଙ୍କୁ ସେଠାରୁ ସ୍ଥାନାନ୍ତର କରି ନିଆଗଲା । ତେବେ ଏହି ହତ୍ୟାକାଣ୍ଡର ଗ୍ରାଉଣ୍ଡ ରିପୋର୍ଟିଂ କରି ଘଟଣାର ରହସ୍ୟ ଉପରୁ ପୁରା ପର୍ଦ୍ଦା ଉଠାଇବାକୁ ଆମ ଟିମ୍ ରାତିଦିନ ଲାଗିଛି । 

Also Read: ଚୀନରେ କୋରୋନା ଆତଙ୍କ, ବର୍ଷକ ପରେ ଫେରିଲା ମୃତ୍ୟୁ

ମାନସ ସ୍ୱାଇଁ (Manas Swain) ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣା ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କର କୁଆଡ଼େ ବହୁ ଦିଗଗଜ ରାଜନେତାଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ । ଯେ ପର୍ଯ୍ୟନ୍ତ ସେ ଧରା ନପଡ଼ିଛନ୍ତି ଓ ତାଙ୍କ ପକ୍ଷ ପୋଲିସ ରେକର୍ଡ ନ କରିଛି, ସେପର୍ଯ୍ୟନ୍ତ ସେ ମୁଖ୍ୟ ଅଭିଯୁକ୍ତ ଭାବରେ ହିଁ ଗଣା ହେଉଥିବେ । କାରଣ ଗିରଫ ହୋଇଥିବା ଅନ୍ୟ ୩ ଜଣ ତାଙ୍କ ବିରୋଧରେ ବୟାନ ଦେଇଛନ୍ତି । ବହୁ ରାଜନେତାଙ୍କ ସହ ରହିଥିଲା ଶର୍ମିଷ୍ଠାଙ୍କ ସମ୍ପର୍କ । ରାଜନେତାଙ୍କଠାରୁ ନେଇ ଉଚ୍ଚପଦସ୍ତ ପୋଲିସ ଅଫିସର (Police Officer) ,  ସମସ୍ତଙ୍କ ସହ ଥିଲା ସମ୍ପର୍କ। ଏବେ ବି ଧରାପଡ଼ି ନାହାନ୍ତି ଶର୍ମିଷ୍ଠା । କୁହାଯାଉଛି, ନେତାଙ୍କ ସହ ସମ୍ପର୍କର ସୁଯୋଗ ନେଇ ସେ ଫେରାରେ ହେବାରେ ସକ୍ଷମ ହୋଇ ପାରିଛନ୍ତି । ନହେଲେ ସାମାନ୍ୟ ଏକ ସ୍କୁଟିରେ ସେ କେମିତି ଓ କୁଆଡ଼େ ଚାଲି ଯାଆନ୍ତେ ଯେ ତାଙ୍କୁ ୩ଟି ଜିଲ୍ଲାର ପୋଲିସ ସାଙ୍ଗକୁ କମିଶନରେଟ୍ ପୋଲିସ ବି ଖୋଜି ପାଆନ୍ତା ନାହିଁ ? ତେବେ ଯେ ପର୍ଯ୍ୟନ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହ ଯାଇଥିବା ଝୁନା ଭୋଇ ପୋଲିସ ହାତରେ ଧରା ପଡ଼ିନାହାନ୍ତି, ସେପର୍ଯ୍ୟନ୍ତ ମାନସ ହତ୍ୟା ରହସ୍ୟର ଅଡୁଆ ସୁତା ସଜାଡ଼ି ହେବାର ସମ୍ଭାବନା କମ୍ ।