ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ (Indian Railway) ଚାକିରି ଖୋଜୁଥିବା ପାର୍ଥିମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଦକ୍ଷିଣ ପୂର୍ବ ରେଳବାଇ, ପୂର୍ବ କେନ୍ଦ୍ରୀୟ ରେଳବାଇ ଏବଂ ଦକ୍ଷିଣ ରେଳବାଇ ଦ୍ୱାରା ନିଯୁକ୍ତି ଦିଆଯାଉଛି । ଏଥିମଧ୍ୟରୁ କେବଳ ଦକ୍ଷିଣ ପୂର୍ବ ରେଳବାଇ (Southeast Railway) ୧୭୮୫ ଟି ପଦବୀରେ ନିଯୁକ୍ତ ଦେବ । ଏଥି ସହିତ ଦକ୍ଷିଣ ରେଳବାଇର ୨୧ ଟି ପଦବୀରେ ନିଯୁକ୍ତି କରାଯିବ । ଏଭଳି ପରିସ୍ଥିତିରେ ପ୍ରାର୍ଥୀମାନେ ମୋଟ ୧,୮୧୧ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଅନେକ ପଦବୀରେ ନିଯୁକ୍ତି ଦେଉଛି ଦକ୍ଷିଣ ପୂର୍ବ ରେଳବାଇ
ଦକ୍ଷିଣ ପୂର୍ବାଞ୍ଚଳ ରେଲୱେ ଖଡ଼ଗପୁର, ଚକ୍ରଧରପୁର, ଆଦ୍ରା, ରାଞ୍ଚି, ସିନି ଏବଂ ବଣ୍ଡାମୁଣ୍ଡା କର୍ମଶାଳାରେ ୧୭୮୫ ଟି ପଦବୀରେ ନିଯୁକ୍ତ କରିବ। ଦଶମ ପାସ୍ କରିଥିବା ଯୋଗ୍ୟ ପାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ସମର୍ଥ ହେବେ । ଆବେଦନ କରିବାକୁ ଷ୍ଟେପ ଗୁଡିକ rrcser.co.in ୱେବସାଇଟରେ ଦିଆଯାଇଛି । ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଡିସେମ୍ବର ୨୦୨୧ ରହିଛି ।


ପୂର୍ବ କେନ୍ଦ୍ରୀୟ ରେଲୱେରେ ମଧ୍ୟ ଦିଆଯାଉଛି ନିଯୁକ୍ତି
ପୂର୍ବ କେନ୍ଦ୍ରୀୟ ରେଳବାଇରେ ଭାରତୀୟ ରେଳବାଇ (East Central Railway) ଦ୍ୱାରା ନିଯୁକ୍ତି ଦିଆଯାଉଛି । ଏହି ନିଯୁକ୍ତି ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର (GDMO) ପଦ ପାଇଁ ହେବ |।ଅର୍ଥୋପେଡିଷ୍ଟର ୦୧ ଟି ପୋଷ୍ଟ, ଡାକ୍ତରଙ୍କ ୨ ଟି ପଦବୀ ଏବଂ ନିଯୁକ୍ତି ପାଇଁ GDMO ର ୨ ଟି ପୋଷ୍ଟ ବାହାରିଛି ।


ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଚୟନ ୱାକ ଇନ ଇଣ୍ଟରଭ୍ୟୁ ଆଧାରରେ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ବିସ୍ତୃତ ବିଜ୍ଞପ୍ତିରେ ଦିଆଯାଇଥିବା ନିର୍ଦ୍ଧିଷ୍ଟ ଫର୍ମାଟରେ ଆବେଦନ କରିବା ଆବଶ୍ୟକ ଏବଂ ଇଣ୍ଟରଭ୍ୟୁ ତାରିଖ ଦିନ ସକାଳ ୧୦.୦୦ ସୁଦ୍ଧା ସଂପୃକ୍ତ ଡକ୍ୟୁମେଣ୍ଟ ଗୁଡ଼ିକର ସେଲ୍ଫ-ଆଟେଷ୍ଟେଡ ଫଟୋଗ୍ରାଫି ସହିତ ସମାନ ଭାବେ ଦାଖଲ କରିବା ଆବଶ୍ୟକ । ଏହି ଇଣ୍ଟରଭ୍ୟୁ ସେଣ୍ଟ୍ରାଲ୍ କମ ସୁପର ସ୍ପେସିଆଲିଟି ହସ୍ପିଟାଲ୍ / ECR / ପାଟନାରେ ଅନୁଷ୍ଠିତ ହେବ ।


ଏଥି ସହିତ, ସ୍ପୋର୍ଟସ୍ କୋଟା ଅଧୀନରେ, ଦକ୍ଷିଣ ରେଳବାଇ ଦ୍ୱାରା ଲେଭେଲ୍-୨ ରୁ ଲେଭଲ୍ -୫ ସ୍ପୋର୍ଟସ୍ କୋଟା ପର୍ଯ୍ୟନ୍ତ ନିଯୁକ୍ତି ଦେବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୩୦ ନଭେମ୍ବର ମଧ୍ୟରେ ଦକ୍ଷିଣ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrcmas.in ଭିଜିଟ କରି ଆବେଦନ କରିପାରିବେ ।


ଏହା ବି ପଢ଼ନ୍ତୁ: ପେନ୍‌ସନ୍‌ଭୋଗୀଙ୍କ ପାଇଁ ମୋଦି ସରକାର କଲେ ଏହି ବଡ଼ ଘୋଷଣା


ଏହା ବି ପଢ଼ନ୍ତୁ: ତୃତୀୟ ଥର ବିବାହ କରିବାକୁ ନେଇ ପ୍ରସ୍ତୁତ ହେଉଛନ୍ତି ଆମୀର!


ଏହା ବି ପଢ଼ନ୍ତୁ: ଆନ୍ଦୋଳନ ଜାରି ରଖିବେ କୃଷକ, ୨୯ ନଭେମ୍ବରରେ ସଂସଦ ପର୍ଯ୍ୟନ୍ତ କରିବେ ଟ୍ରାକ୍ଟର ରାଲି