Kalpana Soren: ଗତ ମାସେ ଦୁଇ ମାସ ମଧ୍ୟରେ ଝାଡଖଣ୍ଡ ରାଜ୍ୟରେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି।। ଝାଡଖଣ୍ଡର ପୂର୍ବତନ ସିଏମ ବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡିଛି। ସେ ଜେଲ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଚମ୍ପାଇ ସୋରେନ ତାଙ୍କ ସ୍ଥାନରେ ସିଏମ ହୋଇଥିଲେ। ବର୍ତ୍ତମାନ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ରାଜନୀତିରେ ପ୍ରବେଶ କରିବେ। ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ମୂଳ ଦିବସ ଏବଂ ଏହି ଅବସରରେ ସେ ଗିରିଡିହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ଘୋଷଣା କରିବାକୁ ଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ନିଷ୍ପତ୍ତି ପୂର୍ବରୁ ସେ ଜେଲରେ ତାଙ୍କ ସ୍ୱାମୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ସେ ତାଙ୍କ ଶ୍ୱଶୁର ଶିବୁ ସୋରେନଙ୍କଠାରୁ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ। କଳ୍ପନା ରବିବାର ଦିନ ତାଙ୍କ ଶ୍ୱଶୁର ତଥା ଜେଏମଏମ ମୁଖ୍ୟ ଶିବୁ ସୋରେନ (JMM Chief Shibu Soren) ଏବଂ ଶାଶୁ ରୁପିଙ୍କଠାରୁ ଆଶୀର୍ବାଦ ନେଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଭେଟିଥିଲେ। ସୋସିଆଲ ମିଡିଆରେ ସେ ଶିବୁ ସୋରେନଙ୍କ ଆଶୀର୍ବାଦ ନେଉଥିବାର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।


କଣ କହିଛନ୍ତି କଳ୍ପନା ସୋରେନ?
କଳ୍ପନା ସୋରେନ (Kalpana Soren) ସୋସିଆଲ ଆକାଉଣ୍ଟ ଏକ୍ସ ଜରିଆରେ ଲେଖିଥିଲେ ଯେ, ନିଜ ଜନ୍ମଦିନ ରେ ଗିରିଡିହ ରେ ଜେଏମଏମର ସ୍ଥାପନା ଦିବସ କାର୍ଯ୍ୟକ୍ରମ ରେ ସାମିଲ ହେବା ପୂର୍ବରୁ ଏକ ବଡ଼ ଘୋଷଣା କରିବାକୁ ଯାଉଛି। ଆଜି ଝାଡଖଣ୍ଡ ରାଜ୍ୟର ନିର୍ମାତା ଓ ଜେଏମଏମର ଅଧ୍ୟକ୍ଷ ପୂଜ୍ୟ ବାବା ଦିଶୋମ ଗୁରୁଜୀ ଓ ମାଙ୍କ ଆଶୀର୍ବାଦ ନେଇଛି । ଏହାସହ ସକାଳ ସମୟରେ ହେମନ୍ତ ଜୀଙ୍କୁ ମଧ୍ୟ ଭେଟିଥିଲି। ତେବେ ଝାଡଖଣ୍ଡ ରାଜ୍ୟର ଲୋକଙ୍କ ଦାବି ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ମୁଁ ରାଜନୈତିକ ଯାତ୍ରାରେ ଯୋଗ ଦେବାକୁ ଯାଉଛି। 


ସୂଚନାଯୋଗ୍ୟ, ମନିଲଣ୍ଡ୍ରିଂ (Money laundering)ତଥା ଜମି ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) । ୬୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଦୁର୍ନୀତି ମାମଲାରେ ଫେବ୍ରୁଆରୀ ପହିଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ହେମନ୍ତ ସୋରେନ ଗିରଫ ହେବା ପରେ ତାଙ୍କୁ ରାଞ୍ଚିସ୍ଥିତ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। ପରେ ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ। ପରେ ନୈତିକତା ଦୃଷ୍ଟିରୁ JMMର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । 


Also Read: Top 10 News Headlines: ସକାଳର 10ଟି ବଡ଼ ଖବର