ରାଜ୍ୟରେ Ban ହେବ କି ହଲାଲ ମାଂସ? ଜବାବ ରଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
ବିଗତ କିଛି ଦିନ ହେବ ରାଜ୍ୟରେ କେତେକ ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ହଲାଲ ମାଂସ ବ୍ୟବହାର ନକରିବାକୁ ହିନ୍ଦୁ ସମ୍ପ୍ରଦାୟକୁ ନିବେଦନ କରାଯାଇଛି।
ବେଙ୍ଗାଲୁରୁ: ହିଜାବ ପରେ ଏବେ ହଲାଲ ମାଂସକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି କର୍ଣ୍ଣାଟକ। ରାଜ୍ୟରେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇ ଆସୁଛି। ଏହି ଦାବି ଉପରେ ଜବାବ ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ରାଜ୍ୟ ସରକାର ହଲାଲ ମାଂସକୁ ନେଇ ଆସିଥିବା ଗୁରୁତର ଅଭିଯୋଗ ଉପରେ ବିଚାର କରିବେ।
ବିଗତ କିଛି ଦିନ ହେବ ରାଜ୍ୟରେ କେତେକ ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ହଲାଲ ମାଂସ ବ୍ୟବହାର ନକରିବାକୁ ହିନ୍ଦୁ ସମ୍ପ୍ରଦାୟକୁ ନିବେଦନ କରାଯାଇଛି। ବିଶେଷ କରି ଉଗାଡ଼ି ପର୍ବ ପରେ ଆସୁଥିବା ହିନ୍ଦୁ ନବ ବର୍ଷ ଅବସରରେ ଏପରି ନକରିବା ପାଇଁ କୁହାଯାଇଛି।
ରାଜ୍ୟରେ ହଲାଲ ମାଂସ ଉପରେ ବ୍ୟାନ ଲଗାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ଯେ ତାଙ୍କ ସରକାର କେବଳ ବିକାଶ ଉପରେ ଧ୍ୟାନ ଦେଇଥାନ୍ତି। କୌଣସି ବାମପନ୍ଥୀ କିମ୍ବା ଦକ୍ଷିଣପନ୍ଥୀଙ୍କ ଉପରେ ନୁହେଁ। ହଲାଲ ମାଂସ ସହ ଜଡିତ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ଆମକୁ ଏହାକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିବାକୁ ପଡିବ କାରଣ ଏହାର ନିୟମ ସହିତ କୌଣସି ସମ୍ପର୍କ ନାହିଁ। ଏହା ହେଉଛି ଏକ ପ୍ରଥା ଯାହା ଜାରି ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଗୁରୁତର ଅଭିଯୋଗ ଆସିଛି। ଆମ ସରକାର ଏହି ଅଭିଯୋଗ ଉପରେ ବିଚାର କରିବ।
Also Read: ହଲାଲ ମାଂସ ହେଉଛି ଆର୍ଥିକ ଜୀହାଦ; ହିନ୍ଦୁଙ୍କ ପାଖରୁ କାହିଁକି ମାଂସ କିଣୁ ନାହାଁନ୍ତି ମୁସଲିମ?
ହିନ୍ଦୁ ସଙ୍ଗଠନ ପକ୍ଷରୁ ହଲାଲ ମାଂସ ଉପରେ ଚଳାଯାଉଥିବା ଅଭିଯାନ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପରେ ସରକାର ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଗ୍ରହଣ କରିବେ। କ’ଣ ପ୍ରତିକ୍ରିୟା ରଖିବାକୁ ହେବ ଏବଂ କ’ଣ ନକରିବାକୁ ଆମେ ଜାଣୁ ବୋଲି ସେ କହିଛନ୍ତି। ସମଗ୍ର ବିଷୟ ଅଧ୍ୟୟନ କରିବା ପରେ ହିଁ ଆମେ ଏହା ଉପରେ କିଛି କହିବୁ। ସୂଚନାଯୋଗ୍ୟ ଯେ ମୁସଲମାନ, ଇସଲାମକୁ ଦର୍ଶାଇ କେବଳ ହଲାଲ ମାଂସ ଖାଇଥାନ୍ତି। ଯେତେବେଳେ କି ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି।
ବର୍ଷାଦୋଦାକୁ ପୂର୍ବରୁ କିଛି ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ହଲାଲ ମାଂସକୁ ବହିଷ୍କାର କରିବା ପାଇଁ ନିବେଦନ କରାଯାଇଛି। ଉଗାଡି ପରେ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟ ଏହି ଦିନ ଅଣ-ଶାକାହାରୀ ଖାଦ୍ୟ ଆୟୋଜନ କରନ୍ତି। ମଙ୍ଗଳବାର ଦିନ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସି.ଟି ରବି ହଲାଲ ମାଂସକୁ ଅର୍ଥନୈତିକ ଜିହାଦ' ବୋଲି କହିଛନ୍ତି। ଏହାକୁ ବର୍ଜନ କରିବାକୁ ସେ ହିନ୍ଦୁଙ୍କୁ ନିବେଦନ କରିଛନ୍ତି।