ହଲାଲ ମାଂସ ହେଉଛି ଆର୍ଥିକ ଜୀହାଦ; ହିନ୍ଦୁଙ୍କ ପାଖରୁ କାହିଁକି ମାଂସ କିଣୁ ନାହାଁନ୍ତି ମୁସଲିମ?
Advertisement
Article Detail0/zeeodisha/odisha1138644

ହଲାଲ ମାଂସ ହେଉଛି ଆର୍ଥିକ ଜୀହାଦ; ହିନ୍ଦୁଙ୍କ ପାଖରୁ କାହିଁକି ମାଂସ କିଣୁ ନାହାଁନ୍ତି ମୁସଲିମ?

ହଲାଲ ହେଉଛି ଏକ ଅର୍ଥନୈତିକ ଜିହାଦ। ଏହାକୁ ଏକ ପ୍ରକାର ଜିହାଦ୍ ଭାବେ ବ୍ୟବହାର କରାଯାଏ। 

ହଲାଲ ମାଂସ ହେଉଛି ଆର୍ଥିକ ଜୀହାଦ; ହିନ୍ଦୁଙ୍କ ପାଖରୁ କାହିଁକି ମାଂସ କିଣୁ ନାହାଁନ୍ତି ମୁସଲିମ?

ବେଙ୍ଗାଲୁରୁ: ହିଜାବ ପରେ ଏବେ ହଲାଲ ମାଂସ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି କର୍ଣ୍ଣାଟକ। ବିଗତ କିଛି ଦିନ ହେବ ରାଜ୍ୟରେ କେତେକ ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ହଲାଲ୍ ମାଂସ ବ୍ୟବହାର ନକରିବାକୁ ହିନ୍ଦୁ ସମ୍ପ୍ରଦାୟକୁ ନିବେଦନ କରାଯାଇଛି। ବିଶେଷ କରି ଉଗାଡ଼ି ପର୍ବ ପରେ ଆସୁଥିବା ହିନ୍ଦୁ ନବ ବର୍ଷ ଅବସରରେ ଏପରି ନକରିବା ପାଇଁ କୁହାଯାଇଛି। 

ସଦ୍ୟ ବିଜେପି ନେତା ସିଟି ରବି (BJP Leader CT Ravi) ହଲାଲ୍ ମାଂସକୁ (Halal Meat) ଅର୍ଥନୈତିକ ଜିହାଦ (Financial Jihad) ବୋଲି ବର୍ଣ୍ଣନା କରିଛନ୍ତି। ଉଗାଡ଼ି (Ugadi) ପର୍ବର ଗୋଟିଏ ଦିନ ପରେ ଅଣ ଶାକାହାରୀ ହିନ୍ଦୁଙ୍କ (Non-Vegetarian Hindu) ଏକ ଗୋଷ୍ଠୀ ଦେବତାଙ୍କୁ ମାଂସ ଅର୍ପଣ କରି ହିନ୍ଦୁ ନବ ବର୍ଷ (Hindu New Year ) ପାଳନ କରିବାର ପରମ୍ପରା ରହିଛି। କିଛି ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଲୋକଙ୍କୁ ଏହା ନକରିବାକୁ କହୁଛନ୍ତି। ଏହା ପୂର୍ବରୁ କର୍ଣ୍ଣାଟକର କେତେକ ଅଞ୍ଚଳରେ ହିନ୍ଦୁ ଧାର୍ମିକ ମେଳାରେ ମୁସଲମାନଙ୍କୁ ମନ୍ଦିର ପରିସରରେ ଦୋକାନ ସ୍ଥାପନ କରିବାକୁ ବାରଣ କରାଯାଇଥିଲା।

Also Read: ଜୋର ଧରିଲା ମନ୍ଦିର ନିକଟରେ ଅଣ ହିନ୍ଦୁ ନିଷିଦ୍ଧ ଦାବି; ରାସ୍ତାରେ ଲାଗିଲା ବ୍ୟାନର

ହଲାଲ ହେଉଛି ଏକ ଅର୍ଥନୈତିକ ଜିହାଦ। ଏହାକୁ ଏକ ପ୍ରକାର ଜିହାଦ୍ ଭାବେ ବ୍ୟବହାର କରାଯାଏ। ଯାହା ଦ୍ୱାରା ମୁସଲମାନଙ୍କୁ ଅନ୍ୟମାନଙ୍କ ସହ ବ୍ୟବସାୟ କରିବାକୁ ପଡିବ ନାହିଁ। ଏହାକୁ କାର୍ଯ୍ୟକାରୀ କରାଯାଇଛି। ଯେତେବେଳେ ସେମାନେ ଭାବନ୍ତି ଯେ ହଲାଲ୍ ମାଂସ ବ୍ୟବହାର କରାଯିବା ଆବଶ୍ୟକ, ତାହେଲେ ଏହା କହିବାରେ ଭୁଲ୍ କ'ଣ ରହିଛି ଏହାକୁ ବ୍ୟବହାର କରିବା ଠିକୁ ନୁହେଁ। ହଲାଲ ମାଂସ ସେମାନଙ୍କ ଭାଗବାନଙ୍କୁ ଅର୍ପଣ କରାଯାଏ ଯିଏ ମୁସଲମାନଙ୍କ ପାଇଁ ପ୍ରିୟ ହେଲେ ହିନ୍ଦୁଙ୍କ ପାଇଁ ଏହା କାହାର କୌଣସି ବଞ୍ଚି ଯାଇଥିବା ଦ୍ରବ୍ୟ ସହ ସମାନ। ସେ ଏହା ମଧ୍ୟ କହିଛନ୍ତି ଯେ ହଲାଲ ଏକ ଯୋଜନାବଦ୍ଧ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଯାହା ଦ୍ୱାରା ଏହି ଉତ୍ପାଦ କେବଳ ମୁସଲମାନଙ୍କ ଠାରୁ କ୍ରୟ କରାଯାଇପାରିବ ଏବଂ ହିନ୍ଦୁଙ୍କ ଠାରୁ ନୁହେଁ।

ଯେତେବେଳେ ମୁସଲମାନ, ହିନ୍ଦୁଙ୍କ ଠାରୁ ମାଂସ କିଣିବାକୁ ମନା କରନ୍ତି, ତାହେଲେ ମୁସଲମାନଙ୍କ ଠାରୁ ମାଂସ କିଣିବା ପାଇଁ ହିନ୍ଦୁଙ୍କୁ କାହିଁକି କୁହାଯାଉଛି? ଲୋକଙ୍କୁ ଏହା କହିବାର କ’ଣ ଅଧିକାର ଅଛି?  ହଲାଲ ମାଂସ ବିକ୍ରି କରିବା ପ୍ରସଙ୍ଗରେ ବିଜେପି ନେତା ସିଟି ରବି କହିଛନ୍ତି ବାଣିଜ୍ୟ ଏକପାଖିଆ ନୁହେଁ ବରଂ ଉଭୟ ପକ୍ଷରୁ ହୋଇଥାଏ। ଯଦି ମୁସଲମାନ ଅଣ- ହଲାଲ ମାଂସ ଖାଇବାକୁ ପ୍ରସ୍ତୁତ ତାହେଲେ ହିନ୍ଦୁ ହଲାଲ ମାଂସ ବ୍ୟବହାର କରିବେ।

Also Read: ପୂଜା ଉତ୍ସବ ମେଳାରେ ଅଣ ହିନ୍ଦୁ ସମ୍ପ୍ରଦାୟକୁ ମିଳିବ ନାହିଁ ଦୋକାନ ଖୋଲିବାକୁ ଅନୁମତି

ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଏଭଳି ଘଟଣାକୁ ନିନ୍ଦା କରିବା ସହ ହିନ୍ଦୁ ଯୁବକଙ୍କୁ ଜାତିଗତ ଶାନ୍ତି ତଥା ରାଜ୍ୟକୁ ଦୂଷିତ ନକରିବାକୁ କହିଥିଲେ। ସେ କହିଛନ୍ତି ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ଆପଣ ଏହି ରାଜ୍ୟକୁ କେଉଁଠାକୁ ନେବାକୁ ଚାହୁଁଛନ୍ତି? ରାଜ୍ୟକୁ ପ୍ରଦୂଷିତ ନକରିବାକୁ ମୁଁ ହିନ୍ଦୁ ଯୁବକଙ୍କୁ ଅନୁରୋଧ କରୁଛି। ସେ କହିଛନ୍ତି ଯେ ସେମାନେ ରାଜ୍ୟର ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା ଉଚିତ୍ ନୁହେଁ।

Also Read: ଭଗବାନ ଶିବଙ୍କ ପରେ ତହସିଲଦାରଙ୍କୁ ମିଳିଲା ନୋଟିସ; ଦେବାକୁ ହେବ ଜବାବ

ପୂର୍ବତନ ସହଯୋଗୀ କଂଗ୍ରେସ ବିରୋଧରେ ଅଭିଯୋଗ ଆଣି କୁମାରସ୍ୱାମୀ କରିଛନ୍ତି ସେମାନେ ଏଭଳି ସରକାର ଆଣିଛି। ଏବେ କଂଗ୍ରେସ ବିଜେପି ସରକାରକୁ ଅନୈତିକ ବୋଲି କହୁଛି। ଏଥିପାଇଁ କିଏ ଦାୟୀ? ସାମ୍ପ୍ରତିକ ପରିସ୍ଥିତି ପାଇଁ ଜେଡିଏସ୍ ଦାୟୀ ନୁହେଁ। କଂଗ୍ରେସ ଦ୍ୱାରା ନିର୍ଯ୍ୟାତନା ଯୋଗୁଁ ରାଜ୍ୟବାସୀ ଯନ୍ତ୍ରଣା ଭୋଗୁଛନ୍ତି। ଏହି ସମୟରେ କେ.ମରାଲୁସିଦ୍ଦପ୍ପା, ପ୍ରଫେସର ଏସ ଜି ସିଦ୍ଧରମୈୟା, ବୋଲଭାର ମୋହମ୍ମଦ କୁହ୍ନି ଏବଂ ଡ.ବିଜୟଙ୍କ ସମେତ ରାଜ୍ୟର ୬୧ ପ୍ରଗତିଶୀଳ ବିଚାରକ ଧାର୍ମିକ ଘୃଣା ବନ୍ଦ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ନିବେଦନ କରିଛନ୍ତି। ସେମାମେ ନିଜ ଚିଠିରେ କହିଛନ୍ତି ଯେ ଜାଣିଶୁଣି ରାଜ୍ୟରେ ଧାର୍ମିକ ଘୃଣା ସୃଷ୍ଟି କରିବା ଏକ ଲଜ୍ଜାଜନକ କାର୍ଯ୍ୟ।