Shocking: କର୍ଣ୍ଣାଟକରେ ଅନିୟମିତ ଓ ଅଘୋଷିତ ବିଦ୍ୟୁତ କାଟ୍ କୁ ନେଇ ଏକ ଅଜବ ପ୍ରକାରର ପ୍ରତିବାଦ ଦେଖିବାକୁ ମିଳିଛି। ଯାହାର ଭିଡିଓ ବି ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଚାଷୀଙ୍କ କହିବା କଥା, ବିଜୁଳି ବିଭାଗ ଜାଣିଜାଣି ଦିନସାରା ବିଜୁଳି କାଟ୍ କରୁଛନ୍ତି ଆଉ ରାତିରେ ବିଜୁଳି ଦେଉଛନ୍ତି।ଯାହାଫଳରେ ଚାଷ କାମରେ ବାଧା ଉପୁଜୁଛି। ଯଦି ରାତିରେ ଚାଷ ଜମିରେ କାମ କରିବାକୁ ପଡୁଛି ଜନ୍ତୁଙ୍କ ଭୟ ରହିଛି। ହେଲେ ବାରମ୍ବାର ବିଜୁଳି ବିଭାଗର ଏମିତି ଅଘୋଷିତ ବିଦ୍ୟୁତ୍ କାଟ୍ ଚାଷୀଙ୍କୁ ବିରକ୍ତ କରିଥିଲା ଯାହାଫଳରେ ଚାଷୀ ମାନେ ରାଗିଯାଇ ଏମିତି ଏକ ଅଜବ ପ୍ରତିବାଦ କରିବାକୁ ମନସ୍ଥ କରିଥିଲେ। 


COMMERCIAL BREAK
SCROLL TO CONTINUE READING

କ୍ଷେତରେ ବୁଲୁଥିବା ଏକ କୁମ୍ଭୀରକୁ ଧରି ଚାଷୀ ମାନେ ବିଜୁଳି ବିଭାଗରେ ଧରି ପହଞ୍ଚିଯାଇଥିଲେ। ବାସ୍ତବରେ, ଦିନରେ ବିଦ୍ୟୁତ୍ ଯୋଗାଣ(Karnataka Electricity Department) ପର୍ଯ୍ୟାପ୍ତ ନହେବା କାରଣରୁ ଯେତେବେଳେ ଚାଷୀମାନେ ରାତିରେ ନିଜ କ୍ଷେତରେ କାମ କରିବାକୁ ଯାଆନ୍ତି ତେବେ ବଣୁଆ ଜନ୍ତୁ ଏବଂ ସାପର ବିପଦ ରହିଥିବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଚାଷୀ। ଗତ ସପ୍ତାହରେ ସେହିପରି କରେଣ୍ଟ କଟିଯିବା ପରେ ଜଣେ ଚାଷୀ ନିଜ କ୍ଷେତକୁ ମଟର ଦ୍ୱାରା ପାଣି ଚଢାଇ ପାରିନଥିଲେ। ସେତେବେଳେ ସେ ପାଖ ନାଳରୁ ପାଣି ଆଣିବାକୁ ଯାଇ ଦେଖିଲା ବେଳକୁ ତାଙ୍କ କ୍ଷେତରେ ଏକ କୁମ୍ଭୀର ଥିଲା। ଯାହାଫଳରେ ସେ ଭୟରେ ସେଠାରୁ ପଳାଇ ଆସି ନିଜ ସାହି ପଡ଼ିଶାରେ କହିଥିଲେ। ଗ୍ରାମବାସୀ କହିଛନ୍ତି ଯେ କୁମ୍ଭୀର ନିକଟସ୍ଥ କୃଷ୍ଣା ନଦୀରୁ ଶିକାର କରିବାକୁ କ୍ଷେତକୁ ଆସିଥିଲା। 


ଏହା ପରେ ଚାଷୀ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହ ମିଶି କୁମ୍ଭୀରଟିକୁ (Crocodile)ଧରିଥିଲେ। ପରେ କୁମ୍ଭୀରଟିକୁ ବାନ୍ଧି ଅକ୍ଟୋବର ୧୯ ତାରିଖରେ HESCOM କାର୍ଯ୍ୟାଳୟକୁ ନେଇ ଯାଇଥିଲେ । କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଥିଲେ HESCOM କର୍ମଚାରୀ।  ତୁରନ୍ତ HESCOM  କର୍ମଚାରୀ ପୋଲିସ ଓ ବନବିଭାଗକୁ ଖବର ଦେଇଥିଲେ। ଏହା ପରେ HESCOM ଅଧିକାରୀମାନେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦିନରେ ବିଦ୍ୟୁତ କାଟ ନକରିବାକୁ ଚେଷ୍ଟା କରିବେ। ପରେ ବନ ବିଭାଗର ଅଧିକାରୀମାନେ (Forest Department)ଆଲମାଟି ଡ୍ୟାମରେ କୁମ୍ଭୀରକୁ ଛାଡିଥିଲେ। ଜଳସେଚନ ବିଭାଗର ଅଧିକାରୀଙ୍କ ଅନୁଯାୟୀ କମ୍ ବର୍ଷା ହେତୁ ଚଳିତ ବର୍ଷ କୃଷି କାର୍ଯ୍ୟକଳାପ ବ୍ୟାହାତ ହୋଇଛି। ଡ୍ୟାମ ଗୁଡ଼ିକ ଜଳସେଚନ ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଚାଷୀ ମାନେ ଜଳସେଚନ ପାଇଁ ବୋରୱେଲ ଉପରେ ନିର୍ଭର କରନ୍ତି। ଜଳସେଚନ ଉଦ୍ଦେଶ୍ୟରେ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର ବିଦ୍ୟୁତ୍ ଅଭାବ ସୃଷ୍ଟି କରିଛି। 


ଚାହିଦା ଏବଂ ବ୍ୟବହାରରେ ବ୍ୟାପକ ବୃଦ୍ଧି ହେତୁ କର୍ଣ୍ଣାଟକରେ ବିଦ୍ୟୁତ୍ ଅଭାବ ଦେଖାଦେଇଛି ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା (CM Siddaramaiah) କହିଛନ୍ତି। ଅକ୍ଟୋବରରେ ବିଦ୍ୟୁତ୍ ବ୍ୟବହାର ପ୍ରାୟ ଦଶ ହଜାର ମେଗାୱାଟ ଥିଲା, ଯାହା ଚାଷୀଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ହେତୁ ରାଜ୍ୟରେ ୧୬ହଜାର ମେଗାୱାଟକୁ ବୃଦ୍ଧି ପାଇଛି।


Also Read: One Nation One Electionକୁ ନେଇ ଦ୍ୱିତୀୟ ବୈଠକ ଆଜି, ଜାରି ହୋଇପାରେ ରୋଡ଼ମ୍ୟାପ


Also Read: Israel Hamas War: ୨୪ ଘଣ୍ଟାରେ ୭୦୦ ପାଲେଷ୍ଟାନୀୟଙ୍କ ମୃତ୍ୟୁ, ଦାୟି କିଏ ?