One Nation One Electionକୁ ନେଇ ଦ୍ୱିତୀୟ ବୈଠକ ଆଜି, ଜାରି ହୋଇପାରେ ରୋଡ଼ମ୍ୟାପ
Advertisement

One Nation One Electionକୁ ନେଇ ଦ୍ୱିତୀୟ ବୈଠକ ଆଜି, ଜାରି ହୋଇପାରେ ରୋଡ଼ମ୍ୟାପ

ଦେଶରେ ଓ୍ୱାନ ନେସନ ୱାନ ଇଲେକ୍ସନକୁ (One Nation One Election) ନେଇ ଆଜି ୨୫ ଅକ୍ଟୋବର ୨୦୨୩ ବୁଧବାର ଦ୍ୱିତୀୟ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା ପୂର୍ବତନ ରାଷ୍ଟ୍ରପତି ତଥା ଏହାର ଅଧ୍ୟକ୍ଷ  ରାମ ନାଥ କୋବିନ୍ଦ କରିବେ ବୋଲି ସୂଚନା ରହିଛି। ଏକକାଳୀନ ନିର୍ବାଚନ କିପରି ହୋଇପାରି

One Nation One Electionକୁ ନେଇ ଦ୍ୱିତୀୟ ବୈଠକ ଆଜି, ଜାରି ହୋଇପାରେ ରୋଡ଼ମ୍ୟାପ

One Nation One Election ନୂଆଦିଲ୍ଲୀ: ଦେଶରେ ଓ୍ୱାନ ନେସନ ୱାନ ଇଲେକ୍ସନକୁ (One Nation One Election) ନେଇ ଆଜି ୨୫ ଅକ୍ଟୋବର ୨୦୨୩ ବୁଧବାର ଦ୍ୱିତୀୟ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା ପୂର୍ବତନ ରାଷ୍ଟ୍ରପତି ତଥା ଏହାର ଅଧ୍ୟକ୍ଷ  ରାମ ନାଥ କୋବିନ୍ଦ କରିବେ ବୋଲି ସୂଚନା ରହିଛି। ଏକକାଳୀନ ନିର୍ବାଚନ କିପରି ହୋଇପାରିବ ସେ ସମ୍ପର୍କରେ ମତାମତ ନେବାକୁ କମିଟି ଅକ୍ଟୋବର ୨୫ରେ ଆଇନ ଆୟୋଗକୁ ଆମନ୍ତ୍ରଣ କରିଛି। ଏହି ପରିପ୍ରେକ୍ଷୀରେ ଆଇନ ଆୟୋଗ ଏକ ରୋଡମ୍ୟାପ୍ ଜାରି କରାଯିବା ନେଇ ମଧ୍ୟ ସୂଚନା ରହିଛି। 

ଏହା ପୂର୍ବରୁ ଓ୍ୱାନ ନେସନ ଓ୍ୱାନ ଇଲେକ୍ସନକୁ ନେଇ ଏକ କମିଟି ଗଠନ ହୋଇସାରିଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ଠାରୁ ମଧ୍ୟ ମତାମତ ଗ୍ରହଣ କରାଯିବ। କମିଟିର ସଦସ୍ୟମାନେ ଆସନ୍ତା ୩ ମାସ ମଧ୍ୟରେ ସେମାନଙ୍କ ବିଚାରଧାରା ଦେବାକୁ କୁହାଯାଇଛି। ସେହିପରି ଆଇନ କମିଶନର ଅଧ୍ୟକ୍ଷ ଋତୁରାଜ ଅବସ୍ଥୀ କହିଛନ୍ତି କି ନିର୍ଚାଚନ କରିବା ପାଇଁ ସରକାର ସମ୍ବିଧାନରେ କିଛି ପରିବର୍ତ୍ତନ କରିପାରିନ୍ତି। 

କେବେ ହେବ ଗୋଟିଏ ନିର୍ବାଚନ
ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ତେବେ ଏହି ନିୟମ କେବେଠାରୁ ଲାଗୁ ହେବ ସେନେଇ କହିବା ବର୍ତ୍ତମାନ କଷ୍ଟସାଧ୍ୟ। କିନ୍ତୁ ଲ କମିଶନର ଅଧ୍ୟକ୍ଷ କହିଛନ୍ତି କି ଏଥିପାଇଁ ଏକ ସମୟସୀମା ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ କିମ୍ବା ଏହାର ସମୟସୀମା ସ୍ଥିର କରିବା ସମ୍ଭବ ନୁହେଁ। ହଁ, ଏହାର ସମ୍ଭାବନାଗୁଡିକ କ୍ରମାଗତ ଭାବରେ ଅନୁଧ୍ୟାନ କରାଯାଉଛି। ଋତୁରାଜ ଆୱସ୍ତି କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏବଂ ୨୨ତମ ଆଇନ ଆୟୋଗର ଚେୟାରମ୍ୟାନ୍ ମଧ୍ୟ ଅଟନ୍ତି। ଦେଶରେ ହେବାକୁ ଥିବା ନିର୍ବାଚନ ଧାଡିରେ ଅଣାଯାଇପାରିବ ବୋଲି ସରକାରଙ୍କୁ ଅବଗତ କରାଇବା ପାଇଁ ସରକାର ଆଇନ ଆୟୋଗକୁ ଦାୟିତ୍ୱ ଦେଇଛନ୍ତି।

ବିଧି ଆୟୋଗ ରିପୋର୍ଟ
ଜାତୀୟ ରାଜନୈତିକ ଦଳ, ଭାରତର ନିର୍ବାଚନ ଆୟୋଗ, ଅମଲାତନ୍ତ୍ର, ଏକାଡେମିକ୍ ଏବଂ ବିଶେଷଜ୍ଞଙ୍କ ସମେତ ହିତାଧିକାରୀଙ୍କ ମତାମତ ନେବାକୁ ୨୨ତମ ଆଇନ ଆୟୋଗ ଡିସେମ୍ବର ୨୦୨୨ରେ ଦେଶରେ ଏକକାଳୀନ ନିର୍ବାଚନ କରିବାର ପ୍ରସ୍ତାବ ଉପରେ ପ୍ରସ୍ତୁତ କରିଥିଲେ। ଆୟୋଗର ରିପୋର୍ଟ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରକାଶ ପାଇବ ଏବଂ କେନ୍ଦ୍ର ଆଇନ ମନ୍ତ୍ରଣାଳୟରେ ଦାଖଲ ହେବ ବୋଲି ଆଶା କରାଯାଉଛି।

Also Read: President Heart attack: ଯୁଦ୍ଧ ବେଳେ ରାଷ୍ଟ୍ରପତିଙ୍କୁ ହୃଦଘାତ, ଜାଣନ୍ତୁ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା

Also Read: Agniveer Jawan: ସିଆଚୀନରେ ସହିଦ ଦେଶର ପ୍ରଥମ ଅଗ୍ନିବୀର, ପରିବାରକୁ ମିଳିବ କି କି କ୍ଷତିପୂରଣ ?

Also Read: Parag Desai: କୁକୁର କାମୁଡ଼ାରେ ଏହି ଜଣାଶୁଣା ଉଦ୍ୟୋଗପତିଙ୍କ ଦେହାନ୍ତ