Cultivating Ladyfinger: ବର୍ତ୍ତମାନ ସମୟ ବଦଳିବା ସହିତ ଚାଷ ପ୍ରଣାଳୀ ମଧ୍ୟ ବିକଶିତ ହେବାରେ ଲାଗିଛି । କିଛି କୃଷକ ପୁରୁଣା ପଦ୍ଧତିରେ ଚାଷ କରି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ସମୟରେ ଆଉ କିଛି କୃଷକ ନୂଆ କୌଶଳରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରୁଛନ୍ତି । ଆଜି ଆପଣଙ୍କୁ ସେମିତି ଜଣେ କୃଷକଙ୍କ ବିଷୟରେ କହିବୁ ଯିଏ ଭେଣ୍ଡି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି । ସେ ଚାଷୀ ଜଣକ ଗୁଜୁରାଟର ପ୍ରଦୀପ କୁମାର । ଭେଣ୍ଡି ଚାଷରେ ମାତ୍ର ୮ ହଜାର ଟଙ୍କା ଖର୍ଚ୍ଚ କରି ସେ ୨ ଲକ୍ଷ ଟଙ୍କା ରୋଜଗାର କରିଥିବା କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

କୃଷକ ପ୍ରଦୀପ କୁମାରଙ୍କ କହିବା ଅନୁଯାୟୀ, ଭେଣ୍ଡି ହେଉଛି ଏକ ଏପରି ପରିବା ଯାହାକୁ ଯେକୌଣସି ସ୍ଥାନରେ ଚାଷ କରାଯାଇପାରିବ । ଏହା ବ୍ୟତୀତ ଏହି ଫସଲର ଅମଳ ମଧ୍ୟ ବହୁତ ଭଲ ହୋଇଥାଏ । ବଜାରରେ ବିଭିନ୍ନ ପ୍ରକାରର କିଶମର ଭେଣ୍ଡି ଉପଲବ୍ଧ ହୋଇଥାଏ । ପ୍ରଦୀପ କୁମାର କହିଛନ୍ତି ଯେ, ଭେଣ୍ଡି ସମେତ ଡାଲି ଚାଷ ମଧ୍ୟ କରନ୍ତି । ବର୍ତ୍ତମାନ ଓକ୍ରା 2 ଟି କିଶମର ଭେଣ୍ଡି ଚାଷ କରିଛନ୍ତି ପ୍ରଦୀପ । ଏହି ଭେଣ୍ଡିର ବଜାର ଚାହିଦା ଖବୁ ଭଲ ରହିଥିବା ସମୟରେ ଉଚିତ ମୂଲ୍ୟ ମିଳୁଛି । ଓକ୍ରା କିଶମକୁ ଧାଡି ପ୍ରଣାଳୀରେ ଚାଷ କରାଯାଏ । ତେଣୁ ଫସଲର ଯତ୍ନ ନେବା ସହଜ ହୋଇଥାଏ ।


ପ୍ରଦୀପ କୁମାର କହିଛନ୍ତି ଯେ, ସେ କ୍ଷେତରେ ମାତ୍ର ୭ରୁ ୮ ହଜାର ଟଙ୍କା ଖର୍ଚ୍ଚ କରି ଭେଣ୍ଡି ଲଗାଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ରୋଜଗାର କରିସାରିଛନ୍ତି । ବର୍ତ୍ତମାନ ବଜାରରେ ଭେଣ୍ଡି କିଲୋ ପ୍ରତି ୪୦ ଟଙ୍କା ରହିଥିବା ସମୟରେ ଏହା ଚାଷୀଙ୍କୁ ଲାଭ ଦେଉଛି ।


Also Read- Atlas Cycle ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ, ଜାଣନ୍ତୁ କେମିତି


Also Read- ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଲା CBI