Atlas Cycle Ex President Salil Kapoor Died: ସୂଚନା ମୁତାବକ, ୬୫ ବର୍ଷୀୟ ସଲିଲ କପୁର ନିଜ ମୁଣ୍ଡରେ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ନିଜ ଦିଲ୍ଲୀ ସ୍ଥିତ ବାସଭବନରେ ଲାଇସେନ୍ସପ୍ରାପ୍ତ ରିଭଲଭର ସାହାଯ୍ୟରେ ନିଜକୁ ଗୁଳି କରିଥିବା କୁହାଯାଉଛି । ମଙ୍ଗଳବାର ଅପରାହ୍ନରେ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
Trending Photos
Atlas Cycle Ex President Salil Kapoor Died: ଆଟଲାସ୍ ସାଇକେଲର ପୂର୍ବତନ ଅଧ୍ୟକ୍ଷ ସଲିଲ କପୁରଙ୍କ ଆତ୍ମହତ୍ୟା । ପୋଲିସର ସୂଚନାନୁସାରେ, ସାଲିଲ କପୁର ଅୌରଙ୍ଗଜେବ ଲେନରେ ରହୁଥିଲେ। ୬୫ ବର୍ଷୀୟ ସାହିଲଙ୍କ ରକ୍ତ ଜୁଡୁବୁଡୁ ଶରୀର ତାଙ୍କ ତିନି ମହଲା ଘର ତଳ ମହଲାରେ ପଡ଼ିଥିଲା । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ମୁତାବକ, ୬୫ ବର୍ଷୀୟ ସଲିଲ କପୁର ନିଜ ମୁଣ୍ଡରେ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ନିଜ ଦିଲ୍ଲୀ ସ୍ଥିତ ବାସଭବନରେ ଲାଇସେନ୍ସପ୍ରାପ୍ତ ରିଭଲଭର ସାହାଯ୍ୟରେ ନିଜକୁ ଗୁଳି କରିଥିବା କୁହାଯାଉଛି । ମଙ୍ଗଳବାର ଅପରାହ୍ନରେ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
କୁହାଯାଉଛି ଯେ, ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟରେ ଲେଖାଯାଇଛି ଯେ, ସାହିଲ ତାଙ୍କୁ ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦେଇଛନ୍ତି । ବର୍ତ୍ତମାନ ପୋଲିସ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ । ପୋଲିସର ସୂଚନାନୁସାରେ, ଆତ୍ମହତ୍ୟା ସମ୍ପର୍କରେ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ କରାଯାଉଛି । ଅଧିକ ସୂଚନା ପାଇଁ ମୃତକଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି ପୋଲିସ ।
ଖୁବ ମୁତାବକ, ୩ ମହଲା ତଳୁ ସଲିଲଙ୍କ ରକ୍ତ ଜୁଡୁବୁଡୁ ଶରୀର ମିଳିବା ପରେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ତାପରେ ସଲିଲଙ୍କୁ ତୁରନ୍ତ AIIMSରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଯେ, ସଲିଲ ତାଙ୍କ ମୃତ୍ୟୁ ପାଇଁ ୫ଜଣଙ୍କୁ ଦାୟୀ କରିଛନ୍ତି ।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ୨୦୧୫ ମସିହାରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ସଲିଲ କପୁରଙ୍କ ବିରୋଧରେ ୨ ଟି ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ଏହାପୂର୍ବରୁ ୨୦୨୦ ମସିହାରେ ତାଙ୍କ ପତ୍ନୀ ନତାଶା କପୁର ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
Also Read- ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଲା CBI
Also Read- Astrology: ୪ଟି ରାଶି ବ୍ୟକ୍ତିଙ୍କ ଜୀବନର ଦୁଃଖ ଦୂର କରିବେ ପ୍ରଭୁ ଗଜାନନ