ଏହି ରାଜ୍ୟର ୪ଟି ଜିଲ୍ଲାରେ ଲାଗିଲା ଲକଡାଉନ
ଗୁରୁବାର (ଏପ୍ରିଲ ୧) ରାତି ୧୦ଟାରୁ ଛିନ୍ଦୱାରାର ସହରାଞ୍ଚଳ ଏବଂ ରତ୍ଲାମ ସହରରେ ଏହି ଲକଡାଉନ୍ ଲାଗୁ କରାଯାଇଥିଲା । ସେହିପରି ଶୁକ୍ରବାର ରାତି ୧୦ଟାରୁ ବେତୁଲ ଜିଲ୍ଲା ଓ ଖାର୍ଗୋନ ଜିଲ୍ଲାର ସହରାଞ୍ଚଳ ଶୁକ୍ରବାର ରାତି ୮ଟାରୁ ତାଲା ପକାଇ ଦିଆଯାଇଥିଲା ।
ନୂଆଦିଲ୍ଲୀ: Madhya Pradesh in Lockdown: ଦେଶରେ ଦ୍ରୁତଗତିରେ ବଢୁଥିବା କୋରୋନା (Coronavirus) ମାମଲା ପୁଣିଥରେ ଚିନ୍ତା ବଢ଼ାଇଦେଇଛି । ଯାହା ପରେ ଦେଶର ବିଭିନ୍ନ ଜିଲ୍ଲାରେ ଲକଡାଉନ୍(Lockdown) ଲଗାଯାଉଛି । ଏହି କ୍ରମରେ ମଧ୍ୟପ୍ରଦେଶ (Madhya Pradesh) ରେ ମଧ୍ୟ କୋରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଯାହା ପରେ ରାଜ୍ୟର ୪ଟି ଜିଲ୍ଲାରେ ଆଶିଂକ ଭାବେ ଲକଡାଉନ ଲଗାଯାଇଛି । ଏହି ୪ଟି ଜିଲ୍ଲା ହେଉଛି ଛିନ୍ଦୱାରା ଜିଲ୍ଲାର ସହରାଞ୍ଚଳ, ରତ୍ଲାମ ସହର, ବେତୁଲ ଏବଂ ଖାର୍ଗୋନ । କୋଭିଡ-19 (COVID-19) ମାମଲାରେ ବୃଦ୍ଧି ଘଟିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଏବେ ହ୍ରାସ ପାଇବ ପେଟ୍ରୋଲ-ଡିଜେଲର ମୂଲ୍ୟ! ଜାଣନ୍ତୁ କେବେଠୁ ମିଳିବ ଲାଭ
ଗୁରୁବାର (ଏପ୍ରିଲ ୧) ରାତି ୧୦ଟାରୁ ଛିନ୍ଦୱାରାର ସହରାଞ୍ଚଳ ଏବଂ ରତ୍ଲାମ ସହରରେ ଏହି ଲକଡାଉନ୍ ଲାଗୁ କରାଯାଇଥିଲା । ସେହିପରି ଶୁକ୍ରବାର ରାତି ୧୦ଟାରୁ ବେତୁଲ ଜିଲ୍ଲା ଓ ଖାର୍ଗୋନ ଜିଲ୍ଲାର ସହରାଞ୍ଚଳ ଶୁକ୍ରବାର ରାତି ୮ଟାରୁ ତାଲା ପକାଇ ଦିଆଯାଇଥିଲା । ଏହି ସମସ୍ତ ଲକଡାଉନ ଏପ୍ରିଲ ୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହାପୂର୍ବରୁ ରାଜ୍ୟ ସରକାର କୋରୋନା ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲାରେ ସପ୍ତାହିକ ଅର୍ଥାତ ରବିବାର ଲକଡାଉନ ଲାଗୁ କରିଥିଲେ ।
ଅଧିକ ପଢ଼ନ୍ତୁ:-କୋରୋନା ପରେ ଏହି ରହସ୍ୟମୟ ରୋଗ ଯୋଗୁଁ ଖେଳିଯାଇଛି ଆତଙ୍କ, କାନାଡାରେ ୫ ଜଣଙ୍କର ମୃତ୍ୟୁ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ ଏହି କୋରୋନା ଭାଇରସ୍ ସ୍ଥିତିର ଆକଳନ କରିବା ତଥା ମହାମାରୀ ବିରୋଧରେ ଲଢ଼ିବାରେ ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ପୃଥକ ଦଳ ଏହି ଚାରିଟି ଜିଲ୍ଲାକୁ ପଠାଯାଇଛି ।