କୋରୋନା ମାମଲାରେ ପ୍ରତିଦିନ ଭାଙ୍ଗୁଛି ରେକର୍ଡ! ଏପ୍ରିଲରେ ହିଁ ଗତ ବର୍ଷ ପରି ସ୍ଥିତି, ଦେଶରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ଏତିକି ମାମଲା...
Advertisement
Article Detail0/zeeodisha/odisha876908

କୋରୋନା ମାମଲାରେ ପ୍ରତିଦିନ ଭାଙ୍ଗୁଛି ରେକର୍ଡ! ଏପ୍ରିଲରେ ହିଁ ଗତ ବର୍ଷ ପରି ସ୍ଥିତି, ଦେଶରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ଏତିକି ମାମଲା...

Coronavirus in India: ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମୋଟ ୧ କୋଟି ୧୫ ଲକ୍ଷ ୨୫ ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୬ ଲକ୍ଷ ୧୪ ହଜାର ୬୯୬ ସକ୍ରିୟ କୋରୋନା ମାମଲା ରହିଛି ।

କୋରୋନା ମାମଲାରେ ପ୍ରତିଦିନ ଭାଙ୍ଗୁଛି ରେକର୍ଡ! ଏପ୍ରିଲରେ ହିଁ ଗତ ବର୍ଷ ପରି ସ୍ଥିତି, ଦେଶରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ଏତିକି ମାମଲା...

ନୂଆଦିଲ୍ଲୀ: Coronavirus in India: କୋରୋନା ସଂକ୍ରମଣର ଦ୍ୱିତୀୟ ଲହରୀ (Second Wave) ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ମାମଲାରେ ରେକର୍ଡ ଭାଙ୍ଗୁଛି । ଏପ୍ରିଲରେ ହିଁ ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ପରି ପରିସ୍ଥିତି ଦେଖାଦେଇଛି । ଛଅ ମାସ (୧୮୨ ଦିନ) ପରେ ଦେଶରେ ପ୍ରଥମ ଥର ପାଇଁ ୮୧ ହଜାରରୁ ଅଧିକ ନୂତନ କୋରୋନା (Coronavirus) ମାମଲା ଚିହ୍ନଟ ହୋଇଛି । ମାର୍ଚ୍ଚ ୨୪ ଠାରୁ ଲଗାତର ୫୦ ହଜାରରୁ ଅଧିକ କୋରୋନା (COVID-19) ମାମଲା ସାମ୍ନାକୁ ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧,୪୬୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ କୋରୋନାରୁ ୫୦,୩୫୬ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ୧ରେ ୮୧,୪୮୪ କୋରୋନା ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମୋଟ ୧ କୋଟି ୧୫ ଲକ୍ଷ ୨୫ ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୬ ଲକ୍ଷ ୧୪ ହଜାର ୬୯୬ ସକ୍ରିୟ କୋରୋନା ମାମଲା ରହିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୩ ହଜାର ୩୯୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ଯାଏ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ କୋରୋନା ଟିକାର ଡୋଜ୍ ଲାଗିସାରିଛି ।

ଦେଶରେ କୋରୋନା ମୃତ୍ୟୁ ହାର ୧.୩୩ ପ୍ରତିଶତ ଥିବାବେଳେ ସୁସ୍ଥ ହାର ପ୍ରାୟ ୯୪ ପ୍ରତିଶତ ରହିଛି । ଚିନ୍ତାର ବିଷୟ ଏହା ଯେ ଦେଶରେ ଲଗାତର ସକ୍ରିୟ ମାମଲା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମମରେ ଦେଶରେ ୪.୭୮ ପ୍ରତିଶତ ସକ୍ରିୟ ମାମଲା ରହିଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି ।

ଅଧିକ ପଢ଼ନ୍ତୁ:-ସଞ୍ଚୟ ଉପରେ ରିହାତି: ୨୪ ଘଣ୍ଟା ମଧ୍ୟରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତି ଫେରାଇ ନେଲେ ମୋଦି ସରକାର, ଅର୍ଥ ମନ୍ତ୍ରୀ କହିଲେ- ଭୁଲରେ ଜାରି ହୋଇଯାଇଥିଲା ଆଦେଶ

ପ୍ରତିଦିନ ଦେଶରେ ଅଧିକାଂଶ କୋରୋନା ସଂକ୍ରମଣ ମାମଲା ମହାରାଷ୍ଟ୍ର (Maharashtra) ରୁ ଆସୁଛି । ଏହାସହ ଅଧିକାଂଶ ମୃତ୍ୟୁ ମଧ୍ୟ ଏଠାରେ ଘଟୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୪୩,୧୮୩ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ମହାମାରୀ ଆରମ୍ଭ ଠାରୁ ଏହା ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମାମଲା ଚିହ୍ନଟ କରାଯାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁଁ ୨୪୯ ରୋଗୀଙ୍କ ମୃତ୍ୟୁ  ଘଟିଛି । ଯାହା ପରେ ରାଜ୍ୟରେ ମହାମାରୀ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୪,୮୯୮କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ

ସେପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ (Mumbai) ରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୬୪୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୧୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨,୬୪୧ ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହିପରି ରାଜ୍ୟରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୨୪,୩୩,୩୬୮କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ ୩,୬୬,୫୩୩ ସକ୍ରିୟ ସକ୍ରମିତ ଅଛନ୍ତି, ଯେଉଁମାନେ ଚିକିତ୍ସିତ ହେଉଛନ୍ତି ।