ନୂଆଦିଲ୍ଲୀ: ଯଦି ଆପଣ ଏଲପିଜି ଗ୍ୟାସ (LPG Gas) ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ସରକାର ଏଲପିଜି ଗ୍ୟାସ କିଣିବା ପାଇଁ ସବସିଡି (LPG Subsidy) ଦିଅନ୍ତି ଓ ସରକାର ଏହି ସବସିଡି ଗ୍ରାହକଙ୍କ ଆକାଉଣ୍ଟକୁ ପଠାନ୍ତି । ଏପରି ସ୍ଥିତିରେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସୁଛି କି ନାହିଁ । ବିଗତ ଦିନରେ ରନ୍ଧନ ଗ୍ୟାସର ମୂଲ୍ୟରେ ବୃଦ୍ଧି ଘଟିଥିଲା । ଯାହା ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଅଧିକ ଭାର ପଡ଼ିଛି । ସେପଟେ କେନ୍ଦ୍ର ସରକାର ଗ୍ରାହକଙ୍କୁ ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି । ବିଭିନ୍ନ ରାଜ୍ୟରେ ଏଲପିଜି ପାଇଁ ସବସିଡି ଅଲଗା ଅଲଗା କରାଯାଇଛି । ଯେଉଁମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ରହିଛି । ସରକାର ଏଭଳି ଗ୍ରାହକଙ୍କୁ ସବସିଡିରୁ ମୁକ୍ତ କରିଛନ୍ତି । ଏଥିରେ ୧୦ ଲକ୍ଷ ଟଙ୍କା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଆୟ ସାମିଲ ରହିଛି । ଯଦି ଆପଣଙ୍କୁ ଚେକ୍ କରିବାର ଅଛି ଯେ ଆପଣଙ୍କୁ ସବସିଡି ମିଳୁଛି କି ନାହିଁ । ଏହାକୁ ଆପଣ ଅନଲାଇନ୍ ଚେକ୍ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-୧୦ମ, ୧୨ଶ ଏବଂ ସ୍ନାତକ ପାସ୍ ପାଇଁ ରେଲୱେର ଏହି ବିଭିନ୍ନ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି


ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ରହିଛି । ଏହି ରେଟ୍ ଫେବୃଆରୀରେ ଦ୍ୱିତୀୟ ଥର ମୂଲ୍ୟ ବୃଦ୍ଧି ପରେ ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ସିଲିଣ୍ଡରର ମୂଲ୍ୟ ପ୍ରଥମେ ୭୧୯ ଟଙ୍କା ଥିଲା ଯାହା ବର୍ତ୍ତମାନ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି ।


ଏପରି ଚେକ୍ କରନ୍ତୁ ଗ୍ୟାସ୍ ସବସିଡିର ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସୁଛି କି ନାହିଁ 


୧. ସର୍ବପ୍ରଥମେ ଆପଣଙ୍କୁ ଇଣ୍ଡେନ୍ ଗ୍ୟାସର ଅଫିସିଆଲ୍ ୱେବସାଇଟ୍ https://bit.ly/3sgCikA ରେ ଭିଜିଟ କରିବାକୁ ପଡିବ ।


୨. ଏହା ପରେ ଆପଣଙ୍କୁ ସିଲିଣ୍ଡରର ଏକ ଚିତ୍ର ଦେଖାଯିବ । ଏହା ଉପରେ କ୍ଲିକ୍ କଲେ ଅଭିଯୋଗ (Complaint) ବାକ୍ସ ଖୋଲିବ । ଏଥିରେ Subsidy Status ଲେଖି proceed ବଟନ୍ ପ୍ରେସ୍ କରିବାକୁ ପଡ଼ିବ ।


୩. ତା’ପରେ Subsidy Related (PAHAL) ର ବଟନ୍ ଉପରେ କ୍ଲିକ୍ କରନ୍ତୁ, ଯାହା ପରେ ଆପଣଙ୍କ ସାମ୍ନାରେ Sub Category ର କିଛି ନୂତନ ବିକଳ୍ପ ଆସିବ । ଏଠାରେ ଆପଣଙ୍କୁ Subsidy Not Received ଉପରେ କ୍ଲିକ୍ କରିବାକୁ ପଡିବ ।


୪. ଏହା ପରେ ଆପଣଙ୍କୁ ମୋବାଇଲ୍ ନମ୍ବର ଦାଖଲ କରିବାକୁ ପଡିବ । ଯଦି ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନାହିଁ, ତେବେ ସେଠାରେ ID ର ଏକ ବିକଳ୍ପ ରହିବ, ସେଠାରେ ଆପଣଙ୍କର ଗ୍ୟାସ୍ ସଂଯୋଗ ID ଦାଖଲ କରନ୍ତୁ । ଏହା ପରେ ଆପଣଙ୍କୁ ଯାଞ୍ଚ କରି ଏହାକୁ ସବମିଟ୍ କରିବାକୁ ପଡିବ ।


୫. ବର୍ତ୍ତମାନ ଆପଣ ସବସିଡି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପାଇବେ । ଆପଣ କେତେ ସବସିଡି ପାଇଛନ୍ତି ଏବଂ କେତେ ପଠାଯାଉଛି ।


୬. ଏହା ବ୍ୟତୀତ ଯଦି ଆପଣ ଏପର୍ଯ୍ୟନ୍ତ LPG ID କୁ ଆପଣଙ୍କର ଖାତା ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିତରକଙ୍କ ନିକଟକୁ ଯାଆନ୍ତୁ ଏବଂ ଆପଣଙ୍କର କାର୍ଯ୍ୟ  କରାନ୍ତୁ ।


୭. ଆପଣ 18002333555 କୁ ମାଗଣାରେ କଲ କରି ଅଭିଯୋଗ ପଞ୍ଜିକରଣ  କରିପାରିବେ ।


ଅଧିକ ପଢ଼ନ୍ତୁ:-ବାବା ରାମଦେବକୁ ବଡ଼ ଝଟକା ଦେଲା WHO! କହିଲା-ଆମେ ଏପରି କୌଣସି ଔଷଧକୁ...


କାହାକୁ ମିଳିଥାଏ ଏଲପିଜି ଗ୍ୟାସ ସବସିଡିର ଲାଭ


ଆମେ ଆପଣଙ୍କୁ କହିରଖୁଛୁ ଯେ ବିଶେଷ କରି ଏଲପିଜି (LPG) ସବସିଡି ସରକାର ଗରିବ ଲୋକମାନଙ୍କୁ ଦେଉଛନ୍ତି । ଯାହାଦ୍ୱାରା ଗରିବ ଲୋକମାନେ କମ୍ ମୂଲ୍ୟରେ ଅଧିକ ଲାଭ ପାଇପାରିବେ । ଏଥିପାଇଁ କିଛି ପଏଣ୍ଟ ଅଛି, ଯଦି ଆପଣ ଏସବୁକୁ ଆସନ୍ତି ତେବେ ଆପଣ କମ୍ ମୂଲ୍ୟରେ LPG ମଧ୍ୟ ପାଇପାରିବେ । 


ଯେଉଁମାନେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରନ୍ତି, ସେମାନେ ଏଲପିଜି ସବସିଡିର ଲାଭ ପାଇବେ ନାହିଁ । ଏହି ଆୟ ସେହି ପରିବାରର ସମସ୍ତ ଲୋକଙ୍କୁ ନେଇ ହୋଇପାରେ କିମ୍ବା ପରିବାରର ଜଣେ ବ୍ୟକ୍ତିଙ୍କ ମଧ୍ୟ ହୋଇପାରେ । ପୂର୍ବରୁ ଏହି ଆୟ ୧୨ ଲକ୍ଷ ଥିଲା, କିନ୍ତୁ ବର୍ତ୍ତମାନ ଏହା ୧୦ ଲକ୍ଷ ଟଙ୍କାକୁ ଖସି ଆସିଛି । ଯଦି ଆପଣଙ୍କର ଆୟ ଏହାଠାରୁ କମ୍, ତେବେ ଆପଣ LPG ସବସିଡିର ଲାଭ ପାଇପାରିବେ ।


ଅଧିକ ପଢ଼ନ୍ତୁ:-କୃଷି ଆଇନ ଉପରେ ଭାଷଣ ଦେବା ପରେ କୃଷକ ନେତା କହିଲେ-'ବିଦାୟ! ମୋର ସମୟ ଶେଷ ହେଲା...ଆଉ ଚାଲିଗଲା ଜୀବନ


ଆଧାର କାର୍ଡ ମାଧ୍ୟମରେ ପାଆନ୍ତୁ LPG ସବସିଡି 


୧. ଏହା କରିବା ପାଇଁ ପ୍ରଥମେ ଆପଣଙ୍କର ଆଧାର କାର୍ଡକୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରନ୍ତୁ । ଏହା କରିବା ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କକୁ ଯିବାକୁ ପଡିବ, କିମ୍ବା ଆପଣ ଏହା ମଧ୍ୟ ଅନଲାଇନରେ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କର ୱେବସାଇଟକୁ ଯିବାକୁ ପଡିବ ।


୨. ଏହା ପରେ ଆପଣ LPG ସଂଯୋଗକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ଏଥିପାଇଁ ଆପଣଙ୍କ ପାଖରେ ଦୁଇଟି ଜିନିଷ ରହିବା ଆବଶ୍ୟକ । ଏଥିପାଇଁ ଆପଣଙ୍କ ପାଖରେ ବିତରକଙ୍କ ନାମ ଏବଂ ଆପଣଙ୍କ 17 ଅଙ୍କ ବିଶିଷ୍ଟ LPG ଗ୍ରାହକ ନମ୍ବର ରହିବା ଜରୁରୀ ।


୩. ଏହା ବ୍ୟତୀତ, ଆପଣଙ୍କର ସଂଯୋଗ ବୁକଲେଟ୍ ର ପ୍ରଥମ ପୃଷ୍ଠାର ଏକ କପି ଏବଂ ବାସସ୍ଥାନ ପ୍ରମାଣପତ୍ର ଥିବା ଆବଶ୍ୟକ । ଏହା ଆଧାର କାର୍ଡ ବ୍ୟତୀତ ଅନ୍ୟ କିଛି ଡକ୍ୟୁମେଣ୍ଟ ହେବା ଜରୁରୀ ।


ଆଧାର କାର୍ଡ ବିନା ପାଆନ୍ତୁ LPG ସବସିଡି 


୧. ଏଥିପାଇଁ ଆପଣ ପ୍ରଥମେ mylpg.in କୁ ଲଗ୍ ଇନ୍ କରିବା ଜରୁରୀ ।


୨. ଏହା ପରେ ଆପଣଙ୍କୁ ଆପଣଙ୍କର LPG ସର୍ଭିସ ପ୍ରୋଭାଇଡରକୁ ବାଛିବାକୁ ପଡିବ ।


୩. ବର୍ତ୍ତମାନ ଆପଣଙ୍କୁ Join DBT ରେ କ୍ଲିକ୍ କରିବାକୁ ପଡିବ ।


୪. ବର୍ତ୍ତମାନ ଏଠାରେ ଆପଣଙ୍କୁ ଦେଖାଯାଇଥିବା ଅନେକ ବିକଳ୍ପରେ, ଆପଣଙ୍କୁ ‘If you do not have Aadhaar Number Click here to join DBTL’  ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।