ଭୋପାଳ: ରାମ ନବମୀ ଶୋଭାଯାତ୍ରା ବେଳେ ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ପଥର ମାଡ଼ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମଧ୍ୟ ପ୍ରଦେଶ ସରକାର। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଥର ଫିଙ୍ଗିଥିବା ଲୋକଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଆରମ୍ଭ କରିଛି ପ୍ରଶାସନ। ପୋଲିସର ସୂଚନା ଅନୁସାରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୮୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ରାମ ନବମୀ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବା ସହ ଅଗ୍ନିକାଣ୍ଡ ହେବା ପରେ ସମଗ୍ର ଖାରଗୋନ ସହରରେ କର୍ଫ୍ୟୁ ଲଗାଯାଇଛି। ଏହି ଘଟଣାରେ ଖାରୋଗନ ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ ଚୌଧରୀଙ୍କୁ ଗୁଳି ଲାଗିଥିବା ବେଳେ ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ୨୪ ଜଣ ଆହତ ହୋଇଛନ୍ତି। ଗତ ରବିବାର ଅନୁଷ୍ଠିତ ହୋଇଥିବା ଏହି ଶୋଭାଯାତ୍ରାରେ କିଛି ଘର ଏବଂ ଗାଡି ଉପରକୁ ମାଡ଼ କରାଯିବା ସହ ନିଆଁ ଲଗାଇ ଦିଆଯାଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା।


Also Read: ଦେଶ ବିରୋଧି ନାରାବାଜି ପ୍ରସଙ୍ଗ; ଏସପି କହିଲେ ନିଶ୍ଚିତ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ


ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ସରକାରୀ ତଥା ବେସରକାରୀ ସମ୍ପତ୍ତିରେ ହୋଇଥିବା କ୍ଷତି ଦଙ୍ଗାକାରୀଙ୍କ ପାଖରୁ ଭରଣା କରାଯିବ। ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଛଡ଼ା ଯିବ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ରାଜ୍ୟରେ ଦଙ୍ଗାକାରୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ରାଜ୍ୟ ସରକାର ସରକାରୀ ଏବଂ ବେସରକାରୀ ସମ୍ପତ୍ତି ପୁନରୁଦ୍ଧାର ଆଇନ ପାସ କରିଛନ୍ତି। ଏହି ଅଧିନିୟମ ଅନୁଯାୟୀ ରାଜ୍ୟ ସରକାର ଏକ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। କ୍ଷୟକ୍ଷତିର ଆକଳନ କରାଯିବା ପରେ ଏହାର ଭରଣା ଦଙ୍ଗାକାରୀଙ୍କ ଠାରୁ କରାଯିବ। ବର୍ତ୍ତମାନ ସମୟରେ ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପ୍ରଶାସନ। 


Also Read: ଚର୍ଚ୍ଚାରେ Ujjain ସହରର Pakistan ପ୍ରୀତି; ସରଗରମ ରାଜ୍ୟ ରାଜନୀତି


ରାମ ନବମୀ ଶୋଭାଯାତ୍ରା ବେଳେ ପଥର ମାଡ଼ କେବଳ ଖାରଗୋନ ନୁହେଁ ବଡ଼ୱାନୀ ଜିଲ୍ଲାର ସେନ୍ଧୱା ଅଞ୍ଚଳରେ ମଧ୍ୟ ଘଟିଛି। ​ଯେଉଁ ଘଟଣାରେ ଜଣେ ଥାନା ପ୍ରଭାରୀଙ୍କ ସମେତ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ପରିସ୍ଥିତି ନିୟନ୍ତ୍ରଣଧିନ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।   


ଜିଲ୍ଲାରେ ହୋଇଥିବା ପଥର ମାଡ଼ ଘଟଣାରେ ପ୍ରତିକ୍ରିୟା ରଖି ଖାରୋଗନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଘଟଣା ଘଟିବା ପରେ ସମଗ୍ର ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଗତ ରବିବାର ଯେତେବେଳେ  ତାଲାବ ଚକ୍ ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ସେତେବେଳେ ଏହା ଉପରକୁ ପଥରମାଡ଼ ହୋଇଥିଲା।


Also Read: ତାଜିଆ ଶୋଭାଯାତ୍ରା ବେଳେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା; ମୁଖ୍ୟମନ୍ତ୍ରୀ କହିଲେ...


ଖାରଗୋନ ଅତିରିକ୍ତ ଜିଲ୍ଲାପାଳ ସୁମେର ସିଂହ ମୁଜାଲଡେ କହିଛନ୍ତି ଯେ ଏହି ଶୋଭାଯାତ୍ରା ସହରକୁ ଘେରିବାକୁ ହେବ କିନ୍ତୁ ହିଂସା ପରେ ଏହା ମଧ୍ୟଭାଗରେ ବନ୍ଦ ହୋଇଯାଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ, ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି। ସୋସିଆଲ ମିଡିଆରେ ଖାର୍ଗୋନ ଘଟଣାର ଆପତ୍ତିଜନକ ବାର୍ତ୍ତା ଏବଂ ଭିଡିଓ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପଳ ସୁମେର ସିଂହ ମୁଜଲାଦେ କହିଛନ୍ତି ଯେ ଏହି ଶୋଭାଯାତ୍ରା ସମଗ୍ର  ସହର ପରିକ୍ରମା କରିଥାନ୍ତା ମାତ୍ର ପଥର ମାଡ଼ ପରେ ଏହାକୁ ଅଧାରୁ ବନ୍ଦ କରାଯାଇଥିଲା। କେବଳ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଘରୁ ବାହାରକୁ ବାହରିବାକୁ ପରାମର୍ଶ ଦିଆଯାଇଛି। ସୋସିଆଲ ମିଡିଆ ଜରିଆରେ ଖାରଗୋନ ଜିଲ୍ଲାରେ ଘଟିଥିବା ଘଟଣାର ଭିଡିଓ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି।