ଦେଶ ବିରୋଧି ନାରାବାଜି ପ୍ରସଙ୍ଗ; ଏସପି କହିଲେ ନିଶ୍ଚିତ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ
Advertisement

ଦେଶ ବିରୋଧି ନାରାବାଜି ପ୍ରସଙ୍ଗ; ଏସପି କହିଲେ ନିଶ୍ଚିତ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ

ଏହି ଘଟଣାରେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ଦେଶ ବିରୋଧି ନାରାବାଜି ପ୍ରସଙ୍ଗ; ଏସପି କହିଲେ ନିଶ୍ଚିତ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ

ଭୋପାଳ: ମହରମ ଅବସରରେ ଆୟୋଜିତ ତାଜିଆ ଶୋଭାଯାତ୍ରା ବେଳେ  ମଧ୍ୟ ପ୍ରଦେଶର ଉଜ୍ୱୈନ ସହରର ଜୀବାଜୀଗଞ୍ଜ ଥାନା ଅଧିନସ୍ଥ ଗୀତୀ କଲୋନୀ ଅଞ୍ଚଳରେ ଶୁଭିଥିଲା ଦେଶ ବିରୋଧି ନାରାବାଜି। ଏହି ଘଟଣାକୁ ନେଇ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ। 

ଗତ ଗୁରୁବାର ଉଜ୍ଜ୍ୱୈନ ସହରର ଜୀବାଜୀଗଞ୍ଜ ଥାନା ଅଧିନସ୍ଥ ଗୀତା କଲୋନୀ ଅଞ୍ଚଳରେ ମହରମ ଅବସରରେ ତାଜିଆ ଶୋଭାଯାତ୍ରା ସମୟରେ ପାକିସ୍ତାନ ଜିନ୍ଦାବାଦ ନାରାବାଜି କରାଯାଇଥିଲେ। ଏପରି କାମକୁ ବିଊିନ୍ନ ସଙ୍ଗଠନ ପକ୍ଷରୁ ବିରୋଧି କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏ ଘଟଣାରେ ପୋଲିସ ୧୭ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର କରିବା ସହ ୧୦ ଜଣଙ୍କୁ ଗିରଫ କରିବା ପରେ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଜେଲ ରଖାଯିବା ସହ ଅନ୍ୟ ୩ ଅଭିଯୁକ୍ତ ରିମାଣ୍ଡରେ ନିଆଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି।

Also Read: ଚର୍ଚ୍ଚାରେ Ujjain ସହରର Pakistan ପ୍ରୀତି; ସରଗରମ ରାଜ୍ୟ ରାଜନୀତି

ଏହି ଘଟଣାରେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ଅନ୍ୟପଟେ ଏପରି ଧାର୍ମିକ ଶୋଭାଯାତ୍ରା ଆୟୋଜନ କରିଥିବା ଆୟୋଜକ ଦେଶ ବିରୋଧି ନାରାବାଜି କରିଥିବା ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଜ୍ୱୈନ ପୋଲିସ ନିକଟରେ ଦାବି କରିଛନ୍ତି।

ଏ ପ୍ରସଙ୍ଗରେ କଂଗ୍ରେସ ନେତା ଦିଗବିଜୟଙ୍କ ସିଂହ ଟ୍ୱିଟ ଯୋଗେ ରଖିଥିବା ପ୍ରତିକ୍ରିୟାକୁ ନେଇ ସରଗରମ ହୋଇଉଠିଥିଲା ରାଜ୍ୟ ରାଜନୀତି। ଏନେଇ ସେ କହିଥିଲେ କାଜି ସାହେବ ଜିନ୍ଦାବାଦକୁ ପାକିସ୍ତାନ ଜିନ୍ଦବାଦ ଭାବେ ପ୍ରଦର୍ଶିତ କରାଯିବାରୁ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏ ଘଟଣାରେ ତାଙ୍କୁ ଜବାବ ଦେଇ ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଥିଲେ ଦେଶ ବିରୋଧି କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ଏ ଘଟଣାରେ ଅଭିଯୁକ୍ତଙ୍କ ପକ୍ଷରୁ କେଶ  ଲଢୁଥିବା ଓକିଲ ଅଶୋକ ତିୱାରୀ କହିଛନ୍ତି ମହରମ ଅବସରରେ ଆୟୋଜିତ ତାଜିଆ ଶୋଭାଯାତ୍ରାର ଯେଉଁ ଭିଡି଼ଓ ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତ କରିଛି ତାହା ପ୍ରମାଣ କରୁନାହଁ ଯେ  ସେମାନେ ଦୋଷୀ। ଯଦି ସେମାନେ ପାକିସ୍ତାନ ଜିନ୍ଦବାଦ ନାରା ଲଗାଇ ଥିବା ନେଇ ଯେଉଁ ପ୍ରମାଣ ପାଇଛି ତାହାକୁ ପୋଲିସ ପକ୍ଷରୁ ସାର୍ବଜନୀନ କରାଯାଉ। 

Also Read: ତାଜିଆ ଶୋଭାଯାତ୍ରା ବେଳେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା

ଏପରି ବିବାଦୀୟ ଘଟଣାକୁ ନେଇ ହେଉଥିବା ଅଭିଯୋଗର ଜବାବ ଦେଇ ଉଜ୍ଜୈନ ଏସପି ସତ୍ୟେନ୍ଦ୍ର ଶୁକ୍ଳା କହିଛନ୍ତି ଏ ଘଟଣାରେ ନିରପକ୍ଷେ ତଦନ୍ତ କରାଯିବ। କୌଣସି ନିର୍ଦ୍ଦୋଷ ଲୋକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ପୋଲିସ ସମସ୍ତ ଦିଗରୁ ତଦନ୍ତ କରିସାରିବା ପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।