ମହରମ ଅବସରରେ ତାଜିଆ ଶୋଭାଯାତ୍ରା କରାଯାଉଥିବା ବେଳେ ସହରରେ ଶୁଭିଥିଲା ଦେଶ ବିରୋଧି ନାରା।
Trending Photos
ଭୋପାଳ: ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାାନ ଚାଲିଯିବା ପରେ ଏବେ ସକ୍ରିୟ ହୋଇଉଠିଛନ୍ତି ଦେଶ ବିରୋଧି ଶକ୍ତି। ଏପରିକି ଏହି ଆତଙ୍କବାଦୀ ଗୋଷ୍ଠୀ କିମ୍ବା ଏହି ସଙ୍ଗଠନକୁ ସମର୍ଥନ କରୁଥିବା ଦେଶ ସପକ୍ଷରେ ନାରାବାଜି କରିବାକୁ ପଛାଉନାହାଁନ୍ତି। ମଧ୍ୟ ପ୍ରଦେଶ ଉଜ୍ଜ୍ୱୈନ ସହରରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ଏହି ଘଟଣାର ଭିଡି଼ଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମଧ୍ୟପ୍ରଦେଶ ପୋଲିସ।
ମହରମ ଅବସରରେ ତାଜିଆ ଶୋଭାଯାତ୍ରା (Muharram Tazia Procession) କରାଯାଉଥିବା ବେଳେ ଉଜ୍ଜ୍ୱୈନ (Ujjain) ସହରର ଜୀବାଜୀଗଞ୍ଜ ଥାନା ଅଧିନସ୍ଥ ଗୀତୀ କଲୋନୀ ଅଞ୍ଚଳରେ ଶୁଭିଥିଲା ଦେଶ ବିରୋଧି ନାରାବାଜି। ଏହି ପର୍ବ ପାଳନ ପାଇଁ ବିଳମ୍ବିତ ରାତ୍ରୀରେ ଲୋକ ଏକାଠି ଲୋକ ହୋଇଥିଲେ। ଏହି ସମୟରେ କେତେକ ଅସାମାଜିକ ତତ୍ତ୍ୱ ଉତ୍ପାତ ମଚାଇବା ସହ ପାକିସ୍ତାନ ଜିନ୍ଦାବାଦ ନାରା (Pakistan Jindabad Slogan) ଲଗାଇଥିଲେ। ଯାହାର ଭିଡି଼ଓ ଭାଇରାଲ ହେବା ପରେ ସତର୍କ ହୋଉଇଠିଥିଲା ପୋଲିସ (Madhya Pradesh Police)।
ଏହି ଘଟଣାରେ ପୋଲିସ ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଧାର୍ମିକ ଶୋଭାଯାତ୍ରା ବେଳେ ଦେଶ ବିରୋଧି ନାରା ଲଗାଯିବା କାରଣରୁ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଆଇନ ଶୃଙ୍ଖଳା ପ୍ରଭାବିତ ହେବା ଆଶଙ୍କା କରି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି ପୋଲିସ।
Also Read: ଘର ଛାତରେ ଉଡାଉଥିଲେ ପାକିସ୍ତାନୀ ପତାକା, ପଙ୍କଚରବାଲାଙ୍କୁ ଘରୁ ଘୋଷାରି ନେଲା ପୋଲିସ
ଏହି ଘଟଣାର ଭିଡି଼ଓ ଭାଇରାଲ ହେବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ପ୍ରମାଣ ଭାବେ ଗ୍ରହଣ କରି ପୋଲିସ ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବା ସହ ୪ ଜଣଙ୍କୁ ଗିରଫ କରି ଜେରା କରୁଛି। ବାକି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାର ରହିଛି। ଉଜ୍ଜ୍ୱୈନ ପୂର୍ବରୁ ଇନ୍ଦୋର, ଖଣ୍ଡୱା, ବୁରହାନପୁର, ଭୋପାଳ ପ୍ରଭୃତି ସ୍ଥାନରେ ଦେଶ ବିରୋଧି ନାରାବାଜି କରାଯାଇଥିବା ନେଇ ଖବର ଆସିଥିଲା।
ରାଜ୍ୟରେ ଦେଶ ବିରୋଧି ନାରା ଲଗାଯିବା ଘଟଣାରେ ପ୍ରତିକ୍ରିୟା ରଖି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂହ ଚୌହ୍ୱାନ (CM Shivraj Singh Chouhan) କହିଛନ୍ତି ଏପରି କାମ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସ୍ୱରୂପ ସେମାନଙ୍କୁ ତତ୍କାଳ ଗିରଫ କରାଯାଇଛି। କେତେକ ଅପବାଦକୁ ଛାଡି ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଦେଶଭକ୍ତ। ତାଲିବାନୀ ମାନସିକତାକୁ କେତେବେଳେ ବରଦାସ୍ତ କରାଯିବ ନାହିଁ। ଏଭଳି ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ କରୁଥିବା ଲୋକଙ୍କୁ ଦମନ କରାଯିବ।
Also Read: ଧାର୍ମିକ ଆନ୍ଦୋଳନକୁ ନେଇ ଖପ୍ପା ଶିବରାଜ ସରକାର, ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ଏହି ଘଟଣାରେ ପ୍ରତକ୍ରିୟା ରଖି ଉଜ୍ଜ୍ୱୈନ ପୋଲିସ ଅଧିକ୍ଷକ (Ujjain Police SP) ସତ୍ୟେନ୍ଦ୍ର କୁମାର ଶୁକ୍ଳା କହିଛନ୍ତି ଗତ ଗୁରୁବାର ରାତିରେ ସହରର ଜୀବାଜୀଗଞ୍ଜ ଥାନା ଅଧିନସ୍ଥ ଗୀତୀ କଲୋନୀ ଅଞ୍ଚଳରେ ମହରମ ଅବସରରେ ତାଜିଆ ଶୋଭାଯାତ୍ରା କରାଯାଉଥିବା ବେଳେ ଦେଶ ବିରୋଧି ନାରାବାଜି କରାଯାଇଥିବା ନେଇ ପୋଲିସ ଖବର ପାଇଥିଲା। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହାର ପ୍ରମାଣ ମିଳିଥିଲା। ଏହା ପରେ ମିଳିଥିବା ପ୍ରମାଣ ଅନୁସାରେ ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା।