Ram Setu Film: ସିନେମା ଘରେ ରିଲିଜ ହେବା ପୂର୍ବରୁ ବିବାଦଘେରକୁ ଆସିଛି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ 'ରାମସେତୁ' ଚଳଚ୍ଚିତ୍ର। ବର୍ତ୍ତମାନ ଏହି ଫିଲ୍ମ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହେଉଛି। ହେଲେ ଏହି ଚଳଚ୍ଚିତ୍ରକୁ ଦର୍ଶକ ପ୍ରେକ୍ଷାଳୟରେ ଦେଖିବା ପୂର୍ବରୁ ବିବାଦୀୟ ହୋଇପଡ଼ିଛି 'ରାମସେତୁ' ଚଳଚ୍ଚିତ୍ର। ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ଅକ୍ଷୟ କୁମାରଙ୍କ ଅଭିନୀତ 'ରାମସେତୁ' ଚଳଚ୍ଚିତ୍ରରେ ମିଥ୍ୟା ତଥ୍ୟ ରହିଛି। ଏଥିପାଇଁ ସେ ଏକ FIR ଦାଏର କରିବାକୁ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ (BJP Leader Subramanian Swamy) ଦୁଇଟି ଟ୍ୱିଟ୍ କରି କହିଛନ୍ତି ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ (Akshay Kumar) ବିରୋଧରେ ଏକ ମାମଲା ରୁଜୁ କରିବେ। ଟ୍ୱିଟ କରି ସେ କହିଛନ୍ତି ଯେ ମୁଁ ଅକ୍ଷୟ କୁମାର ଏବଂ ତାଙ୍କ କର୍ମା ମିଡିଆ ବିରୋଧରେ ଅଭିଯୋଗ କରିବାକୁ ଯାଉଛି। କାରଣ ସେମାନେ ତାଙ୍କ 'ରାମସେତୁ' ଚଳଚ୍ଚିତ୍ରରେ (Ram Setu Film) ଭୁଲ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ଚଳଚ୍ଚିତ୍ର ଦ୍ୱାରା ରାମ ସେତୁ ଭାବମୂର୍ତ୍ତି ନଷ୍ଟ ହୋଇଛି। ମୋର ଓକିଲ ସତ୍ୟ ସଭରୱାଲ ଏହି ଘଟଣା ଉପରେ ନଜର ରଖିଛନ୍ତି।


ନିକଟରେ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର ରିଲିଜ ହୋଇଥିଲା। ଯେଉଁଥିପାଇଁ ଅଭିନେତା ଅକ୍ଷୟ କୁମାରଙ୍କୁ ଟ୍ରୋଲ କରାଯାଇଛି। ଏହି ପୋଷ୍ଟରରେ ଅକ୍ଷୟ ତାଙ୍କ ହାତରେ ମଶାଲ ଧରି କିଛି ଦେଖିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ (Jacqueline Fernandez) ହାତରେ ଏକ ଟର୍ଚ୍ଚ ଧରି ତାଙ୍କ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ହେଲେ ଲୋକେ ଏହି ଚଳଚ୍ଚିତ୍ରରେ ମଶାଲ ଏବଂ ଟର୍ଚ୍ଚ ବ୍ୟବବାର କରିବାର କାରଣକୁ ବୁଝି ପାରିନଥିଲେ। ଯେଉଁଥିପାଇଁ ଉଭୟ କଳାକାରଙ୍କୁ ଟ୍ରୋଲ କରାଯାଇଥିଲା। 'ରାମ ସେତୁ' ଏକ ପୌରାଣିକ ଚଳଚ୍ଚିତ୍ର ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଶର୍ମା। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବ୍ୟତୀତ ନୁସରତ ଭରୁଚା (Nushrratt Bharuccha) ଅଭିନୟ କରିଛନ୍ତି। ଚଳିତ ବର୍ଷ ଦୀପାବଳି (Diwali) ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।


ତ୍ରେତୟା ଯୁଗରେ (Treta Yuga) ଲଙ୍କା ନଗରୀକୁ ଯାତ୍ରା କରିବା ଭଗବାନ ରାମ ବାନର ସେନା ସହାୟତାରେ କରିଥିଲେ ରାମ ସେତୁ। ଯାହାର ପ୍ରମାଣ ପୁରାଣ ଗ୍ରନ୍ଥରେ ଉପଲବ୍ଧ। ପୌରଣିକ ରାମ ସେତୁ ବିଭିନ୍ନ ସମୟରେ ରାଜନୈତିକ, ଧାର୍ମିକ, ସାଂସ୍କୃତିକ କାରଣକୁ ନେଇ ବିତର୍କିତ ପ୍ରସଙ୍ଗ ଭାବେ ସ୍ଥାନ ପାଇଥାଏ। ଏପରିକି ରାମ ସେତୁ ମାମଲା ନିର୍ବାଚନରୁ ବାଦ ପଡିନଥାଏ। 


ରାମ ସେତୁ (Ram Setu) ଅସ୍ଥିତ୍ୱକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। କେହି କେହି ଏହାକୁ କାଳ୍ପନିକ ଭାବେ ଦର୍ଶାଇଥାନ୍ତି। ହେଲେ ଏବେ ଏହାକୁ ନେଇ ରହିଥିବା ରହସ୍ୟ ଉପରୁ ହଟିବାକୁ ଯାଉଛି ପର୍ଦ୍ଦା।   ଖୁବଶୀଘ୍ର ଏହା ପଛରେ ଥିବା ଗୂଢ ରହସ୍ୟ ଖୋଲିବାକୁ ଯାଉଛି। ଏହା ଉପରେ ଗବେଷଣା କରିବାକୁ ମଞ୍ଜୁରୀ ଦେଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ଏଏସଆଇ (ASI)। 


ଏନେଇ ଏଏସଆଇ ପକ୍ଷରୁ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ସମୁଦ୍ରରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏ ଅଭିଯାନ ସହ ଜଡିତ ଏଏସଆଇ ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ହେବାକୁ ଥିବା ଗବେଷଣାରୁ ରାମ ସେତୁ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ମିଳିବା ସହ ଏହା ପଛରେ ଥିବା ରହସ୍ୟ ଉପରୁ ପର୍ଦ୍ଦା ଉଠିଯିବ। ଏପରିକି ନିର୍ମାଣ ସମୟ ବାବଦରେ ମଧ୍ୟ ଜଣାପଡିବ। 


Also Read: ଖୁବଶୀଘ୍ର ଖୋଲିବ Ram Setu ଗୂଢ ରହସ୍ୟ; ଗବେଷଣା କରିବାକୁ ମଞ୍ଜୁରୀ ଦେଲା ASI