ରାମ ସେତୁକୁ ନେଇ ରହିଥିବା ରହସ୍ୟ ଉପରୁ ହଟିବ ପର୍ଦ୍ଦା। ଏନେଇ ଏଏସଆଇ ପକ୍ଷରୁ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ସମୁଦ୍ରରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
Trending Photos
ନୂଆଦିଲ୍ଲୀ: ତ୍ରେତୟା ଯୁଗରେ ଲଙ୍କା ନଗରୀକୁ ଯାତ୍ରା କରିବା ଭଗବାନ ରାମ ବାନର ସେନା ସହାୟତାରେ କରିଥିଲେ ରାମ ସେତୁ। ଯାହାର ପ୍ରମାଣ ପୁରାଣ ଗ୍ରନ୍ଥରେ ଉପଲବ୍ଧ। ପୌରଣିକ ରାମ ସେତୁ ବିଭିନ୍ନ ସମୟରେ ରାଜନୈତିକ, ଧାର୍ମିକ, ସାଂସ୍କୃତିକ କାରଣକୁ ନେଇ ବିତର୍କିତ ପ୍ରସଙ୍ଗ ଭାବେ ସ୍ଥାନ ପାଇଥାଏ। ଏପରିକି ରାମ ସେତୁ ମାମଲା ନିର୍ବାଚନରୁ ବାଦ ପଡିନଥାଏ।
ରାମ ସେତୁ (Ram Setu) ଅସ୍ଥିତ୍ୱକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। କେହି କେହି ଏହାକୁ କାଳ୍ପନିକ ଭାବେ ଦର୍ଶାଇଥାନ୍ତି। ହେଲେ ଏବେ ଏହାକୁ ନେଇ ରହିଥିବା ରହସ୍ୟ ଉପରୁ ହଟିବାକୁ ଯାଉଛି ପର୍ଦ୍ଦା। ଖୁବଶୀଘ୍ର ଏହା ପଛରେ ଥିବା ଗୂଢ ରହସ୍ୟ ଖୋଲିବାକୁ ଯାଉଛି। ଏହା ଉପରେ ଗବେଷଣା କରିବାକୁ ମଞ୍ଜୁରୀ ଦେଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ-ଏଏସଆଇ (Archaeological Survey of India-ASI)।
ଏନେଇ ଏଏସଆଇ ପକ୍ଷରୁ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ସମୁଦ୍ରରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏ ଅଭିଯାନ ସହ ଜଡିତ ଏଏସଆଇ ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ହେବାକୁ ଥିବା ଗବେଷଣାରୁ ରାମ ସେତୁ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ମିଳିବା ସହ ଏହା ପଛରେ ଥିବା ରହସ୍ୟ ଉପରୁ ପର୍ଦ୍ଦା ଉଠିଯିବ। ଏପରିକି ନିର୍ମାଣ ସମୟ ବାବଦରେ ମଧ୍ୟ ଜଣାପଡିବ।
Also Read: ଅଯୋଧ୍ୟା ରାମ ମନ୍ଦିର: ଅଗଷ୍ଟ ୪ରୁ ଆରମ୍ଭ ହେବ ନିଶାନ ପୂଜନ
ଭାରତ ମହାସାଗରରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଥିବା ପଥର ଶୃଙ୍ଖଳାକୁ ରାମ ସେତୁ କୁହାଯାଏ। ପୌରାଣିକ ମାନ୍ୟତା ରହିଛି ଭଗବାନ ଶ୍ରୀରାମ ଲଙ୍କା ନଗରୀରେ ପହଞ୍ଚିବା ପାଇଁ ତ୍ରେତୟା ଯୁଗରେ ବାନର ସେନା ସହାୟତାରେ ଏହି ସେତୁ ନିର୍ମାଣ କରିଥିଲେ। ଏଏସଆଇର କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ( Council for Scientific and Industrial Research-CSIR), ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି-ଏନଆଇଓ (National Institute Of Oceanography-NIO) ପକ୍ଷରୁ ଆସିଥିବା ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।
Also Read: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ; ଦଳ ମତ ନିର୍ବିଶେଷରେ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ଦଳର ନେତା
ଏନଆଇଓ ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ସିଂହ ରେଡିଓମେଟ୍ରିକ୍ (Radiometric), ଥର୍ମୋ ଲୁମାଇନ୍ସେନ୍ସ (Thermoluminescence) ଡେଟିଂ ଉପରେ ଆଧାରିତ ଏକ ଅଧ୍ୟୟନରୁ ରାମ ସେତୁ କେବେ ନିର୍ମିତ ହୋଇଛି ସେ ନେଇ ଗବେଷଣା କରିବେ ବୈଜ୍ଞାନିକ। ସେମାନେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିବ କେବେ ଏପରି ପଥର ଶୃଙ୍ଖଳା ନିର୍ମାଣ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ରେଡିଓମେଟ୍ରିକ୍ ଡେଟିଂ (Radiometric Datting) ଏକ ବସ୍ତୁର ସମୟ ଜାଣିବା ପାଇଁ ରେଡିଓଆକ୍ଟିଭ୍ ମାଧ୍ୟରେ ଖୋଳତାଡ କରିଥାଏ। ଯେତେବେଳେ କୌଣସି ବସ୍ତୁ ଗରମ ହୁଏ ସେତେବେଳେ ଥର୍ମୋ ଲୁମାଇନ୍ସେନ୍ସ ଡେଟିଂ (Thermoluminescence Datting) ଆଲୋକକୁ ବିଶ୍ଳେଷଣ କରେ। ଆଜିର ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ରାମସେତୁ ନିର୍ମାଣ ସମୟ ବାବଦରେ ତଥ୍ୟ ମିଳିପାରିବ।
Also Read: 'ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନିଆଯିବ ନାହିଁ'
ଏହି ଅନୁସନ୍ଧାନ ପାଇଁ ଏନଆଇଓ ଦ୍ୱାରା ସିନ୍ଧୁ ସଙ୍କଳ୍ପ କିମ୍ବା ସିନ୍ଧୁ ସାଧନା ନାମକ ଜାହାଜ ବ୍ୟବହାର କରାଯିବ। ଏହି ସାମୁଦ୍ରିକ ଜାହାଜର ବିଶେଷତ୍ୱ ହେଉଛି ଜଳ ପୃଷ୍ଠରୁ ୩୫-୪୦ ମିଟର ତଳେ ସହଜରେ ସମୁଦ୍ରରୁ କୌଣସି ବସ୍ତୁର ନମୁନା ସଂଗ୍ରହ କରିବାକୁ ସକ୍ଷମ। ଏହି ଅନୁସନ୍ଧାନ ମାଧ୍ୟମରେ ରାମ ସେତୁ ଚାରିପାଖରେ କୌଣସି ବସ୍ତି ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯିବ।
Also Read: ଭାରତ-ଚୀନ ବିବାଦ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବାତିଲ
ହିନ୍ଦୁ ପୌରାଣିକ ଗ୍ରନ୍ଥ ରାମାୟଣରେ (Hindu Mythology Ramayana) ରାମ ସେତୁ ବାବଦରେ ଉଲ୍ଲେଖ ରହିଛି। ଏଥିରେ ଦର୍ଶାଯାଇଛି ଯେ ଭଗବାନ ଶ୍ରୀରାମଙ୍କୁ ଲଙ୍କା ଯାତ୍ରା କରିବା ପାଇଁ ବାନର ସେନା ସହାୟତାରେ ସମୁଦ୍ର ଉପରେ ଏକ ସେତୁ ନିର୍ମାଣ କରିଥିଲେ। ଏହାର ଲମ୍ବ ପ୍ରାୟ ୪୮ କିଲୋମିଟର। ବର୍ତ୍ତମାନ ସମୁଦ୍ରରେ ଥିବା ରାମ ସେତୁକୁ ଧାର୍ମିକ ଏବଂ ପୌରାଣିକ ଦୃଷ୍ଟିକୋଣରୁ ଦେଖାଯାଉଛି। ଗତ ୨୦୦୭ରେ ଏଏସଆଇ ପକ୍ଷରୁ କୁହାଯାଇଥିଲା କୌଣସି ପ୍ରମାଣ ମିଳିନାହିଁ। ହେଲେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରେ ଏଏସଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଦାଏର ସତ୍ୟପାଟ ପ୍ରତ୍ୟାହାର କରିନିଆ ଯାଇଥିଲା।