Police seized golds from Rat: ମୂଷା ପାଖରୁ ୧୦ ତୋଳା ସୁନା ଜବତ କରିଛି ପୋଲିସ। ଶୁଣିବାକୁ ହୁଏତ ଏକଥା ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ମାତ୍ର ମାୟାନଗରୀ ମୁମ୍ବାଇ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା।


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ପ୍ରତିକ୍ରିୟା ରଖି ମୁମ୍ବାଇ ପୋଲିସ ସବ ଇନସପେକ୍ଟର ଚନ୍ଦ୍ରକାନ୍ତ ଘରଗେ କହିଛନ୍ତି ଜଣେ ମହିଳା ବ୍ୟାଙ୍କରେ ଅଳଙ୍କାର ଜମା କରିବାକୁ ଯାଉଥିଲେ। ମାତ୍ର ଯିବା ସମୟରେ କୌଣସି କାରଣରୁ ମହିଳା ଜଣଙ୍କ ଅଳଙ୍କାରକୁ ରୁଟି ଭାବି ରାସ୍ତାରେ ଜଣେ ଶିଶୁକୁ ଦେଇ ଥିଲେ। ମାତ୍ର ଏହାକୁ ନେଇ ଶିଶୁ ଜଣଙ୍କ ଏହାକୁ ଅଳିଆ ଭାବି ଏକ ଅଳିଆ ଗଦାରେ ପକାଇ ଦେଇଥିଲା।


ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଦିଣ୍ଡୋସି ଥାନା ଅଧିନସ୍ଥ ଆରେ କଲୋନୀ ଅଞ୍ଚଳର ଜଣେ ମହିଳା ନିଜ ଝିଅ ବାହାଘରର ଋଣ ଶୁଝିବା ଲାଗି ଘରେ ରଖିଥିବା ଗହଣାକୁ ବ୍ୟାଙ୍କରେ ବନ୍ଧକ ରଖିବାକୁ ଯାଉଥିଲେ। 


ମାତ୍ର ଯିବା ସମୟରେ ମହିଳା ଜଣଙ୍କ ରାସ୍ତାରେ ଜଣେ ଶିଶୁକୁ ଦେଖିଥିଲେ। ସେ ନିଜ ବ୍ୟାଗରେ ରଖିଥିବା କିଛି ବଡାପାଓ ସେହି ଶିଶୁକୁ ଖାଇବାକୁ ଦେଇଥିଲେ। ବ୍ୟାଙ୍କରେ ପହଞ୍ଚିବା ପରେ  ମହିଳା ଜଣଙ୍କ ଜାଣିବାକୁ ପାଇଥିଲା ଯେ ସେ ଶିଶୁକୁ ଦେଇଥିବା ବଡାପାଓ ବ୍ୟାଗରେ ସୁନା ଅଳଙ୍କାର ରହିଥିଲା।


ଯେତେବେଳେ ଏହି ମାମଲା ଥାନାରେ ପହଞ୍ଚିଲା ସେତେବେଳେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା କେତେକ ମୂଷା ଅଳିଆ ଗଦାରେ ପଡ଼ିଥିବା ଅଳିଆରୁ ସୁନା ରହିଥିବା ସେହି ବ୍ୟାଗକୁ ସେଠାରେ ରହିଥିବା ଏକ ଗଟର ମଧ୍ୟକୁ ନେଇଯାଉଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନା ରହିଥିବା ବ୍ୟାଗ ଜବତ କରିବା ପରେ ଏହାକୁ ସେହି ମହିଳାଙ୍କୁ ପ୍ରଦାନ କରିଥିଲା। 



Also Read: ଲକରରୁ ଟଙ୍କା ଖାଇଗଲା ଉଇ, ଜାଣନ୍ତୁ ବ୍ୟାଙ୍କ କହିଲା କ'ଣ