Mass Shooting: ନୂଆଦିଲ୍ଲୀ: ଆମେରିକାର (USA) କାଲିଫର୍ଣ୍ଣିଆରେ (California) ପୁଣି ଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅତି କମରେ ୧୬ ଜଣଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ସୂଚନା ପାଇବା ମାତ୍ରେ ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚି କର୍ଡନ କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣା କାଲିଫର୍ଣ୍ଣିଆର (California) ମୋଣ୍ଟେରୀ ପାର୍କରେ (Monterey Park) ଘଟିଥିଲା । ଏହି ଗୁଳିରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ମଣ୍ଟେରୀ ପାର୍କ ନିକଟରେ ନୂଆ ବର୍ଷପାଳନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ମଣ୍ଟେରୀ ପାର୍କରେ ନୂଆବର୍ଷ ପାଳନ ପାଇଁ ଉତ୍ସବର ଆୟୋଜନ କରାଯାଇଥିଲା। ଶନିବାର ରାତିରେ ଲୋକମାନେ ଉତ୍ସବରେ ଯୋଗଦେବାକୁ ଏକତ୍ରିତ ହୋଇଥିଲେ। ତେବେ ଆମେରିକୀୟ ସମୟ ରାତି ପ୍ରାୟ ୧୦ଟା ସମୟରେ ଏହି ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ଘଟଣାସ୍ଥଳରେ ପ୍ରାୟ ୧୬ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ମଣ୍ଟେରି ପାର୍କ ଲସ ଆଞ୍ଜେଲସ କାଉଣ୍ଟିର ଗୋଟିଏ ସହର ଯାହା ଲସ ଆଞ୍ଜେଲସର ଡାଉନଟାଉନ ଠାରୁ ପ୍ରାୟ ୧୧ କିଲୋମିଟର ଦୂର ହେବ। 


୫ ଦିନ ପୂର୍ବରୁ ମଧ୍ୟ ହୋଇଥିଲା ଗୁଳିମାଡ଼
ଏଠାରେ କହି ରଖୁ କି ସୋମବାର ଦିନ ମଧ୍ୟ କାଲିଫର୍ଣ୍ଣିଆର ଗୋସୋନରେ ଗୁଳି ମାଡ଼ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କ ସହିତ ୬ ମାସର ଛୁଆର ମୃତ୍ୟୁ ହୋଇଥିଲା। ଏହା ସହିତ ମୋଟ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା। ପୋଲିସ ଏହାକୁ ଟାର୍ଗେଟ କିଲିଂର ନାଁ ଦେଇ ତଦନ୍ତ ଜାରି ରଖିଛି। 


ସେହିପରି ୨୦୨୨ ମସିହା ନଭେମ୍ବର ମାସରେ ଆମେରିକାର ପେନସିଲଭାନିଆ ଅନ୍ତର୍ଗତ ଫିଲାଡେଲଫିଆରେ ମଧ୍ୟ ଜୋରଦାର ଗୁଳିମାଡ଼ କରାଯାଇଥିଲା। ଏହି ଘଟଣାରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଭିଡ଼ିଓ ଓ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲେ। ଏହା ପୂର୍ବରୁ ନର୍ଥ କ୍ୟାରୋଲିନାର ଏକ ଘଟଣାରେ ୬ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଏକାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ରହିଥିଲେ। ଏହି ଘଟଣା ନର୍ଥ କ୍ୟାରୋଲିନାର ରେଲିଗ ଅଞ୍ଚଳରେ ହୋଇଥିଲା। 


Also Read: 'ନିଶା ଛାଡ଼ି ନାହିଁ ... BBC କୁ କିଛି ଲୋକ ସୁପ୍ରିମକୋର୍ଟଙ୍କ ଉପରେ ବୋଲି ବିଚାର କରନ୍ତି'


Also Read: Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍


Also Read: Romance On Road: ଖୁଲମଖୁଲା ରୋମାନ୍ସ ,ରାସ୍ତା ଉପରେ କିସ୍ କରି ଫସିଲେ,ବାନ୍ଧିଲା ପୋଲିସ