Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍
Advertisement
Article Detail0/zeeodisha/odisha1537827

Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍

Maharashtra News: ଆଜିବି ଅନ୍ଧ ଗଳିରେ ମଣିଷ । ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ବିଭିନ୍ନ ପ୍ରକାର ଅଭାବନୀୟ ଘଟଣା ଘଟୁଛି । ଏଭଳି ଏକ ଘଟଣା ବର୍ତ୍ତମାନ ମହାରାଷ୍ଟ୍ରର ପୁଣେରୁ ଆସିଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିଲେ ଆପଣ ମଧ୍ୟ ଚକିତ ମଧ୍ୟ ହୋଇଯିବେ। ଜଣେ ମହିଳା ମାଆ ହୋଇ ପାରୁ ନଥିବାରୁ ଶାଶୁଘର ଲୋକେ ଗୁଣିଗାରେଡିର ସାହାର୍ଯ୍ୟ ନେଇଥିଲେ । ତାନ୍ତ୍ରିକ କଥାରେ ବସବର୍ତ୍ତୀ ହୋଇ ନିଜ ବୋହୂକୁ ଶାଶୁଘର ଲୋକେ ମୃତବ୍ୟକ୍ତିଙ୍କ ହାଡକୁ ଗୁଣ୍ତ(Human Bone) କରି ଖାଇବାକୁ ଦେଇଥିଲେ।

କଳଙ୍କିତ ଘଟଣା :
ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣେର ସିହ୍ନାଗଡ ରୋଡ ପୋଲିସ ମହିଳାଙ୍କ ଘରେ ପହଞ୍ଚି ଥିଲା । ମହିଳାଙ୍କ ସ୍ବାମୀଙ୍କ ସମେତ ଶାଶୁ ,ଶ୍ବଶୁର ଓ ଦିଅରଙ୍କ ସମେତ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଗିରଫ କରିଥିଲା । ଇନ୍ସପେକ୍ଟର ଜୟନ୍ତ ରଜୁରକର(Police Inspector Jayant Rajurkar) କହିଛନ୍ତି ଯେ ଅଭିଯୁକ୍ତଙ୍କ ମଧ୍ୟରେ ପୀଡିତାଙ୍କ ସ୍ୱାମୀ, ତାଙ୍କ ପିତାମାତା, ଭାଇ ଏବଂ ଅନ୍ୟ ସମ୍ପର୍କୀୟ ଅଛନ୍ତି। ସେ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରାଯାଇଛି । ଏହି ଜଘନ୍ୟକାଣ୍ତରେ ଜଣେ ମହିଳା ତାନ୍ତ୍ରିକଙ୍କ ହାତ ରହିଛି । ସେ ମହିଳାଙ୍କୁ ବାଧ୍ୟ କରାଇ ମଣିଷ ହାଡର ଗୁଣ୍ତ ଖାଇବାକୁ ବାଧ୍ୟ କରୁଥିଲେ। 

ଅମାବାସ୍ୟା ରାତିରେ ହେଉଥିଲା ତନ୍ତ୍ରପୂଜା :
ପୋଲିସ ଇନ୍ସପେକ୍ଟର ଶୁକ୍ରବାର ଦିନ କହିଛନ୍ତି ଯେ ୨୮ ବର୍ଷୀୟ ମହିଳା ଜଣକ ୨୦୧୯ ରେ ବିବାହ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସେ ମାଆ ହୋଇପାରିନ ଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକେ । ସେଥିପାଇଁ ତାଙ୍କ ସ୍ୱାମୀ, ଶାଶୁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଗୁଣିଗାରେଡିର ସହାୟତା ନେଇଥିଲେ। ପରେ ଶାଶୁଘର ଲୋକେ ବୋହୂକୁ  ଜଣେ ମହିଳା ତାନ୍ତ୍ରିକ ପାଖକୁ ନେଇଥିଲେ। ଅମାବାସ୍ୟା ରାତିରେ ତନ୍ତ୍ର ପୂଜା କରି ମହିଳାଙ୍କୁ ମୃତ ମଣିଷ ହାଡର ପାଣି ପିଇବାକୁ ବାଧ୍ୟ କରୁଥିଲା ତାନ୍ତ୍ରିକ । ଏହାସହ ତାଙ୍କୁ ରାତିରେ ବାରମ୍ବାର ସ୍ନାନ ପାଇଁ ମଧ୍ୟ କୁହା ଯାଉଥିଲା। ପୀଡିତାଙ୍କ ଅନୁଯାୟୀ,ତାନ୍ତ୍ରିକ ଓ ଶାଶୁଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା।

Also Read: Romance On Road: ଖୁଲମଖୁଲା ରୋମାନ୍ସ ,ରାସ୍ତା ଉପରେ କିସ୍ କରି ଫସିଲେ,ବାନ୍ଧିଲା ପୋଲିସ

୭ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି:
ତେବେ, ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ  ମାମଲା ରୁଜୁ ହୋଇଛି । ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ । ତେବେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

୬୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା:
କିଛି ଦିନ ପୂର୍ବରୁ ରାଜ୍ୟରେ ମହିଳାଙ୍କ ପ୍ରତି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ନାଶିକରେ ଜଣେ ୬୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ୨୨ ବର୍ଷର ଯୁବକ ଦୁଷ୍କର୍ମ କରିଥିଲା । ପୋଲିସ ଅଭିଯୁକ୍ତଙ୍କ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।