Diwali Gift To Farmers: ଦୀପାବଳି ପୂର୍ବରୁ ମୋଦି ସରକାର (Modi government) ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ରରେ ଥିବା ମୋଦି ସରକାର ମଙ୍ଗଳବାର ୨୦୨୩-୨୪ ସିଜିନ ପାଇଁ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (Minimum support prices) ଅନୁମୋଦନ କରିଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ସରକାର ଗହମର ଏମଏସପି ୧୧୦ ଟଙ୍କା ଓ ବାର୍ଲିକୁ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହିପରି ଭାବରେ ଗହମର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୨୫ ଟଙ୍କାକୁ ବୃଦ୍ଧି ପାଇଛି ।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କମିଟି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) କହିଛନ୍ତି ଯେ ଗହମର ଏମଏସପି ୧୧୦ ଟଙ୍କା, ବାର୍ଲି ୧୦୦ ଟଙ୍କା, ଚଣା ୧୦୫ ଟଙ୍କା, ମସୁର ୫୦୦ ଟଙ୍କାକୁ ବୃଦ୍ଧି କରଯାଇଛି । ସୋରିଷକୁ ୪୦୦ ଟଙ୍କା ଓ କୁସୁମକୁ ୨୦୯ ଟଙ୍କା ବୃଦ୍ଧି କରାଯାଇଛି ।


ସର୍ବନିମ୍ନ ସହାୟତା ମୂଲ୍ୟ ହେଉଛି ସେହି ଦର ଯେଉଁଥିରେ ସରକାର ଚାଷୀଙ୍କ ଠାରୁ ଖାଦ୍ୟ ଶସ୍ୟ କିଣୁଛନ୍ତି । ବର୍ତ୍ତମାନ ସରକାର ୨୩ ଖରିଫ ଓ ରବି ଫସଲ ପାଇଁ ଏମଏସପି ମୂଲ୍ୟ ନିଶ୍ଚିତ କରିଛନ୍ତି । ଖରିଫ (ଗ୍ରୀଷ୍ମ) ଫସଲ ଅମଳ ପରେ ତୁରନ୍ତ ଅକ୍ଟୋବରରୁ ରବି (ଶୀତ) ଫସଲ ବୁଣିବା ଆରମ୍ଭ ହୁଏ । ଗହମ ଓ ସୋରିଷ ହେଉଛି ମୁଖ୍ୟ ରବି ଫସଲ ।


ସରକାର ଏକ ବୟାନରେ କହିଛନ୍ତି, “ମାର୍କେଟିଂ ସିଜିନ ୨୦୨୩-୨୪ ପାଇଁ ରବି ଫସଲ ଉପରେ ଏମଏସପି ବୃଦ୍ଧି କେନ୍ଦ୍ର ବଜେଟ୍ ୨୦୧୮-୧୯ ଘୋଷଣା ସହିତ ମେଳ ଖାଉଛି । ଯେଉଁଥିରେ ଏମଏସପି ଉତ୍ପାଦନ ଭାରତର ହାରାହାରି ମୂଲ୍ୟର ୧.୫ ଗୁଣରେ ଲିଜ୍ ସ୍ତରରେ ସ୍ଥିର କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ଉଚିତ ପାରିଶ୍ରମିକ ଦେବା ।"


କୃଷି ତେଲ ମଞ୍ଜି ଓ ଡାଲି ଉତ୍ପାଦନ ବୃଦ୍ଧି ଉପରେ ସରକାର ନିରନ୍ତର ଧ୍ୟାନ ଦେଇଛନ୍ତି ଓ ଏହାର ଫଳାଫଳ ମଧ୍ୟ ଦେଖିବାକୁ ମିଳିଛି।  ଏହା ୨୦୧୪-୧୫ ରେ ୨୭.୫୧ ନିୟୁତ ଟନରୁ ୨୦୨୧-୨୨ ରେ ୩୭.୭୦ ନିୟୁତ ଟନରେ ତେଲ ମଞ୍ଜି ଉତ୍ପାଦନକୁ ବୃଦ୍ଧି କରିବାରେ ସଫଳ ହୋଇଛି । ଡାଲି ଉତ୍ପାଦନ ବୃଦ୍ଧିରେ ମଧ୍ୟ ସଫଳତା ହାସଲ କରାଯାଇଛି ।


ସରକାରୀ ବୟାନରେ କୁହାଯାଇଛି, “ସରକାରଙ୍କର ପ୍ରାଥମିକତା ହେଉଛି ତୈଳବୀଜ ଓ ଡାଲି ଉତ୍ପାଦନ ବୃଦ୍ଧି କରିବା ଓ ଏହିପରି ଭାବେ ଆତ୍ମନିର୍ଭରଶୀଳ ଭାରତର ଉଦ୍ଦେଶ୍ୟକୁ ପୂରଣ କରିବା ।


ଏହା ବି ପଢ଼ନ୍ତୁ: Helicopter Crash Video: ଭକ୍ତମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି କେଦାରନାଥରେ ଦୁର୍ଘଟଣାଗ୍ରସ୍ତ, ୬ ମୃତ୍ୟୁ


ଏହା ବି ପଢ଼ନ୍ତୁ: ମାଆ ସନ୍ ସ୍କିନ୍ ପଠାଇଛନ୍ତି କିନ୍ତୁ ମୁଁ ଲଗାଉ ନାହିଁ; କଳା ପଡିଯାଉଥିବା ଚେହେରାକୁ ନେଇ ରାହୁଲଙ୍କ ଜବାବ