ମାଆ ସନ୍ ସ୍କିନ୍ ପଠାଇଛନ୍ତି କିନ୍ତୁ ମୁଁ ଲଗାଉ ନାହିଁ; କଳା ପଡିଯାଉଥିବା ଚେହେରାକୁ ନେଇ ରାହୁଲଙ୍କ ଜବାବ
Advertisement
Article Detail0/zeeodisha/odisha1400535

ମାଆ ସନ୍ ସ୍କିନ୍ ପଠାଇଛନ୍ତି କିନ୍ତୁ ମୁଁ ଲଗାଉ ନାହିଁ; କଳା ପଡିଯାଉଥିବା ଚେହେରାକୁ ନେଇ ରାହୁଲଙ୍କ ଜବାବ

Rahul Gandhi on Darkening skin: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସେମାନେ ଭାବନ୍ତି ଯେ ଥରେ କବଜା କରିନେଲୁ ମାନେ ହିନ୍ଦୁସ୍ତାନ ଚୁପ୍ ହୋଇଯିବ । ଏହା ହେଉଛି ସେମାନଙ୍କର ଭ୍ରାନ୍ତ ଧାରଣା । ଦେଶ ଚୁପ୍ ହୋଇଯିବ ଯିବ ନାହିଁ, ବର ଲଢେଇ କରିନେବ ।

ସୌ: ସୋସିଆଲ ମିଡିଆ

Rahul Gandhi on Darkening skin: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଗତ କିଛି ଦିନ ହେବ ଭାରତ ଯୋଡୋ ଯାତ୍ରାରେ (Bharat Jodo Yatra) ଅଛନ୍ତି । ଏହି ଯାତ୍ରା ସମୟରେ ସେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭେଟୁଛନ୍ତି । ଏହିପରି ଏକ ଭେଟଘାଟ ସମୟରେ ରାହୁଲଙ୍କୁ ଜଣେ ଯୁବକ ପଚାରିଥିଲେ ଯେ, "ଯାତ୍ରା ସମୟରେ ଟ୍ୟାନିଂରୁ ବଞ୍ଚିବା ପାଇଁ ଆପଣ କେଉଁ ସନ୍ ସ୍କ୍ରିନ୍ କ୍ରିମ୍ ଲଗାନ୍ତି?' ଏହା ଉପରେ ସେ ଉତ୍ତର ଦେଇ ସେ କହିଛନ୍ତି ଯେ ମାଆ ସନ୍ ସ୍କିନ୍ ପଠାଇଛନ୍ତି କିନ୍ତୁ ମୁଁ ଲଗାଉ ନାହିଁ ।

ଭରତ ଯୋଡୋ ଯାତ୍ରା (Bharat Jodo Yatra) ସମୟରେ, ଯେତେବେଳେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ (Karnataka) ଥିଲେ ସେତେବେଳେ ଏକ ବାର୍ତ୍ତାଳାପ ସମୟରେ ଜଣେ ସ୍ଥାନୀୟ ଯୁବକ ତାଙ୍କ ସ୍କିନ ବିଷୟରେ ଏହି ପ୍ରଶ୍ନ ପଚାରିଥିଲେ । ଭିଡିଓରେ ରାହୁଲ ଦଳର କର୍ମୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଜଣେ ମହିଳା ତାଙ୍କୁ ମଧ୍ୟ କୁହନ୍ତି ଯେ ଟ୍ୟାନିଂତ ହୋଇଛି । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣାଯାଏ ଯିଏ କୁହନ୍ତି ଯେ ମୋ ଝିଅ ମଧ୍ୟ ସମାନ କଥା କହୁଛି ସାର୍... ଓ ଏହା ଶୁଣି ସମସ୍ତେ ହସିବାକୁ ଲାଗୁଛନ୍ତି ।

ଭିଡିଓରେ ରାହୁଲ କହିଛନ୍ତି ଯେ ଆମେ ବିରୋଧୀଙ୍କ କାର୍ଯ୍ୟ କରୁଛୁ । ଆମ ପାଖରେ ରାସ୍ତାକୁ ଓହ୍ଲାଇବା ଓ ସିଧାସଳଖ ଜନସାଧାରଣଙ୍କୁ ଭେଟିବା ଛଡା କୌଣସି ବିକଳ୍ପ ନାହିଁ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏମାନେ ଭାବନ୍ତି ଯେ ଥରେ ଦଖଲ କଲେ ଭାରତ ଚୁପ୍ ରହିବ । ଏହା ହେଉଛି ସେମାନଙ୍କର ଭ୍ରାନ୍ତ ଧାରଣା । ଦେଶ ଚୁପ୍ ହୋଇଯିବ ନାହିଁ, ବରଂ ଲଢେଇ କରିନେବ ।

ସୋମବାର ଦିନ ରାହୁଲ କର୍ଣ୍ଣାଟକର ବଲାରୀସ୍ଥିତ ଭରତ ଯୋଡୋ ଯାତ୍ରା ଶିବିରରେ ଏକ କଣ୍ଟେନର ନିର୍ମିତ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି । କଂଗ୍ରେସ ରାହୁଲଙ୍କ ବେଙ୍ଗାଲୁରୁ ଗ୍ରାମୀଣ ସାଂସଦ ଡି ସୁରେଶ ଏକ ଧାଡିରେ ଠିଆ ହୋଇଥିବା ଓ ତା’ପରେ ଭୋଟ୍ ଦେବାର ଚିତ୍ର ସେୟାର କରିଛନ୍ତି । ରାହୁଲ ଗାନ୍ଧୀ ଆଜି ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ଦଳର ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ଭାରତ ଯୋଡୋ ଯାତ୍ରା ପାଇଁ 'ବିଶ୍ରାମ ଦିବସ' ଘୋଷଣା କରାଯାଇଥିଲା ।

ଏହା ବି ପଢ଼ନ୍ତୁ: Helicopter Crash Video: ଭକ୍ତମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି କେଦାରନାଥରେ ଦୁର୍ଘଟଣାଗ୍ରସ୍ତ, ୬ ମୃତ୍ୟୁ

ଏହା ବି ପଢ଼ନ୍ତୁ: Eco Vehicle Theft Report: ଦେଶରେ କେଉଁଠାରେ ଚୋରି ହୋଇଛି ସର୍ବାଧିକ ଗାଡି, ଜାଣନ୍ତୁ ଚୋରଙ୍କର ପ୍ରିୟ ରଙ୍ଗ?

ଏହା ବି ପଢ଼ନ୍ତୁ: Boat accident: ଡଙ୍ଗା ବୁଡ଼ି ଜଣେ ଶିକ୍ଷକଙ୍କର ମୃତ୍ୟୁ; ୪ ଜଣ ନିଖୋଜ