Pradhan Mantri Matru Vandana Yojana: ସମାଜରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ସମୟରେ ଅନେକ ଯୋଜନା ଜାରି କରିଥାଆନ୍ତି। ଏହି କ୍ରମରେ ଏବେ ଯୋଡ଼ି ହୋଇଛି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନା। ମାତୃ ବନ୍ଦନା ଯୋଜନା (Pradhan Mantri Matru Vandana Yojana) ହେଉଛି ମୋଦୀ ସରକାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପଦକ୍ଷେପ । ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଓ ସେମାନଙ୍କୁ ଚାପମୁକ୍ତ ରଖିବା। ମହିଳାଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ, ପୁଷ୍ଟିହୀନତାର ପ୍ରଭାବ ହ୍ରାସ କରିବା ଓ ଚିକିତ୍ସା ଭାର ହ୍ରାସ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଟେ। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ ନଗଦ ୫୦୦୦ ଟଙ୍କା ମିଳିଥାଏ । ଯାହା ତିନୋଟି କିସ୍ତିରେ DBT ମାଧ୍ୟମରେ ମହିଳା ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଇଥାଏ । ଏହି ଯୋଜନା ଅଧୀନରେ ପଞ୍ଜୀକରଣ ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରଥମ କିସ୍ତିରେ ୧୦୦୦ ଟଙ୍କାର ଓ ଷଷ୍ଠ ମାସରେ ଅତି କମରେ ଗୋଟିଏ ଚେକ୍ ଅପ୍ ପରେ ଦ୍ୱିତୀୟ କିସ୍ତିରେ ୨,୦୦୦ ଟଙ୍କା ଦିଆଯାଏ। ଶେଷରେ ଶିଶୁର ପଞ୍ଜୀକରଣ ସମୟରେ ପରେ ଅର୍ଥାତ୍ ତୃତୀୟ ତଥା ଅନ୍ତିମ କିସ୍ତିରେ ୨,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

ଏହି ଯୋଜନା ପାଇଁ କିଏ ଯୋଗ୍ୟ?


ମାତୃ ବନ୍ଦନ ଯୋଜନା (PMMVY) ଯୋଜନାର ଉଦ୍ଦେଶ୍ୟ, ସେହି ମହିଳାମାନଙ୍କୁ ସହାୟତା କରିବା ଯେଉଁ ମହିଳା ଦୈନ ଦିନ ମଜୁରୀ କରି ଟଙ୍କା ରୋଜଗାର କରିଥାଆନ୍ତି ବା ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ହୋଇନଥାଆନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ, ଗର୍ଭାବସ୍ଥାରେ ମଜଦୁରୀର କ୍ଷତି ହ୍ରାସ କରିବା ସହ ମହିଳାଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା । ଏହି କଥା ଧ୍ଯାନ ରଖିବା ଆବଶ୍ୟକ ଅଟେ ଯେ, ଏହି ଯୋଜନା ଲାଭ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସହ ଜଡିତ ମହିଳାଙ୍କ ପାଇଁ ବିସ୍ତାର କରିବାକୁ ପଡି଼ବ। ପ୍ରଥମ ଶିଶୁ ଜୀବିତ ଥିଲେ ହିଁ ଏହି ଯୋଜନାର ଲାଭ ମିଳିପାରିବ ।


Also Read-IAS Marriage: ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ!


ମିଳିଥାଏ ଏହି ସବୁ ସୁବିଧା


ମୋଦି ସରକାରଙ୍କ ମାତୃ ବନ୍ଦନା ଯୋଜନା ଲାଗି ଦେଶରେ ଅନେକ ମହିଳା ଉପକୃତ ହୋଇଥାଆନ୍ତି। ଏହି ଯୋଜନା ଫଳରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଉନ୍ନତ ଚିକିତ୍ସା ଓ ସୁବିଧା ସୁଯୋଗ ପାଇଥାଆନ୍ତି । ଯାହାଦ୍ବାରା ପୁଷ୍ଟିହୀନତାର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆଣାଯାଇଥାଏ। ଏହା ବ୍ୟତୀତ, ଏହି ଯୋଜନା (Pradhan Mantri Matru Vandana Yojana) ଦ୍ବାରା ପ୍ରଦାନ କରାଯାଇଥିବା ଆର୍ଥିକ ପ୍ରୋତ୍ସାହନ ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାରକୁ ପ୍ରତିପୋଷଣରେ ସହାୟକ ହୋଇଥାଏ । ଏହା ମହିଳାମାନଙ୍କୁ ଚିକିତ୍ସା ଓ ଔଷଧ ଖର୍ଚ୍ଚ ବ୍ୟତୀତ ଚାପ ବିନା ଆରାମ ଓ ଆତ୍ମ-ଯତ୍ନ ନେବାକୁ ଏକ ସୁଯୋଗ ଦେଇଥାଏ ।


Also Read-President Droupadi Murmu: ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି


Also Read-Accident News: ବାଲେଶ୍ବରରେ ହାଇୱାକୁ ପିଟିଲା ଟ୍ରକ, ୨ ମୃତ; ସେପଟେ ଓଲଟିଲା ଥାନା ଗାଡ଼ି


Also Read-Buddha Purnima 2023: କାହିଁକି ପାଳନ କରାଯାଏ ବୁଦ୍ଧ ପୂର୍ଣ୍ଣିମା? କ’ଣ ରହିଛି ଏହା ପଛର ଇତିହାସ…


Also Read-Gold Price: ସୁନାଦରରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜି ଭରି ପ୍ରତି କେତେ ଟଙ୍କା ବଢିଛି ଦର


Also Read-Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?