President Droupadi Murmu: ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha1681463

President Droupadi Murmu: ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଜନ୍ମମାଟିରେ ମହାମହିମ। ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଏହି ଗସ୍ତର ପ୍ରଥମ ଦିନ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିତାଇଛନ୍ତି। ତେବେ ଦ୍ୱିତୀୟ ଦିନ ଶୁକ୍ରବାର ସକାଳ

President Droupadi Murmu: ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି

President Droupadi Murmu: ଭୁବନେଶ୍ୱର: ଜନ୍ମମାଟିରେ ମହାମହିମ। ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଏହି ଗସ୍ତର ପ୍ରଥମ ଦିନ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିତାଇଛନ୍ତି। ତେବେ ଦ୍ୱିତୀୟ ଦିନ ଶୁକ୍ରବାର ସକାଳ ୮ ଟା ୪୦ ମିନିଟ ସମୟରେ ଦାଣ୍ଡବୋଶରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିବେ ମହାମହିମ।

ଶିମିଳିପାଳ ଅଭୟାରଣ୍ୟ ପଦିର୍ଶନ କରିବେ ରାଷ୍ଟ୍ରପତି। ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି। ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିସାରି ବାରିପଦା ଗେଷ୍ଟ ହାଉସରେ ବିଶ୍ରାମ ନେବେ ମହାମହିମ। ସେହିପରି ଆସନ୍ତାକାଲି ବାରିପଦାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି। ପରେ ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ସରିବା ପରେ ସିଧାସଳଖ ନୂଆଦିଲ୍ଲୀ ଫେରିଯିବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ ପ୍ରଥମ ଦିନର କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହାସ୍ଥିତ ନିଜ ବାସଭବନରେ ରାତ୍ରୀଯାପନ କରିଥିଲେ। ରାଷ୍ଟ୍ରପତିଙ୍କ ପାଇଁ ସରକାରୀ ଆଇବିରେ ରହଣୀ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆଇବିରେ ନ ରହି ରାଷ୍ଟ୍ରପତି ନିଜ ଘରକୁ ଯାଇଥିଲେ। ତେବେ ନିଜ ଘରେ ରାତ୍ରଭୋଜନ ମଧ୍ୟ କରିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଥିବା କାରଣରୁ ମହୁଲଡିହା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ଉଲ୍ଲେଖଯୋଗ୍ୟ ଗତକାଲ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବାପାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡାମ ପ୍ରେସିଡେଣ୍ଟଙ୍କର ଗୋଟିଏ ଝଲକ ପାଇବା ପାଇଁ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। 

ସେଠାରେ ପହଞ୍ଚିବା ପରେ ମାଡାମ ପ୍ରେସିଡେଣ୍ଟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ଶ୍ୟାମଚରଣ ଓ ୨ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ଏବଂ ତାଙ୍କର ନାମକରଣରେ ନିର୍ମିତ ଏସଏଲଏସ୍ ଆବାସିକ ସ୍କୁଲକୁ ପ୍ରଥମେ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ସମସ୍ତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏସଏଲଏସ ଟ୍ରଷ୍ଟ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ଏହି କୋଠରୀରେ ଏବଂ ପଡ଼ିଥିବା ଖଟରେ କିଛି ସମୟ ବସି ପଇଡ଼ ପିଇଥିଲେ। ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଭେଟି ଭଲ ମନ୍ଦ ପଚାରିଥିଲେ।

Also Read: Buddha Purnima 2023: କାହିଁକି ପାଳନ କରାଯାଏ ବୁଦ୍ଧ ପୂର୍ଣ୍ଣିମା? କ’ଣ ରହିଛି ଏହା ପଛର ଇତିହାସ…

Also Read: Crime News: ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ଚାଲିଗଲା ୮ ଜୀବନ, ୧୦ ଗୁରୁତର

Also Read: Lunar Eclipse: ୧୩୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଘଟିବ ଦୁର୍ଲଭ ସଂଯୋଗ, ଏହି ୬ ରାଶି ହେବେ ମାଲାମାଲ