ମୁମ୍ୱାଇ: Ravi Kishan: ଠକାମିର ଶିକାର ହେଲେ ଭାରତୀୟ ଜନତା ପାର୍ଟିର ସାଂସଦ (BJP MP) ତଥା ଅଭିନେତା ରବି କିଶନ (Ravi Kishan) । ମୁମ୍ବାଇର ଜଣେ ବ୍ୟବସାୟୀ ଗୋରଖପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ରବି କିଶନ ଶୁକ୍ଲାଙ୍କ ୩.୨୫ କୋଟି ଟଙ୍କା ହଡ଼ପ କରିଛନ୍ତି । ଅଭିଯୋଗ ହୋଇଛି ଯେ,  ସାଂସଦ ଦଶ ବର୍ଷ ପୂର୍ବେ ବ୍ୟବସାୟୀଙ୍କୁ ଋଣ ଦେଇଥିଲେ । ଯେତେବେଳେ ଟଙ୍କା ଫେରସ୍ତ କରିବାକୁ ବ୍ୟବସାୟୀଙ୍କୁ ଚାପ ଦିଆଗଲା, ସେତେବେଳେ ସେ ଚେକ୍ ପ୍ରଦାନ କରିଥିଲେ । ଯାହା ବାଉନ୍ସ ହୋଇଯାଇଛି । ସାଂସଦଙ୍କ ଅଭିଯୋଗ ଉପରେ କ୍ୟାଣ୍ଟ ପୋଲିସ ମୁମ୍ବାଇର ବ୍ୟବସାୟୀ ଜୈନ ଜିତେନ୍ଦ୍ର ରମେଶଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାର ଅନୁସନ୍ଧାନ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ସାଂସଦ ରବି କିଶନ ପୋଲିସ ଅଧିକାରୀଙ୍କ ନିକଟରେ ଏକ ପ୍ରାର୍ଥନା ପତ୍ରରେ ଲେଖିଛନ୍ତି ଯେ, ସେ ୨୦୧୨ ମସିହାରେ ପୂର୍ବ ମୁମ୍ବାଇର କମଲା ପାଲି ବିଲ୍ଡିଂର ବାସିନ୍ଦା ଜୈନ ଜିତେନ୍ଦ୍ର ରମେଶଙ୍କୁ ୩.୨୫ କୋଟି ଟଙ୍କା ଦେଇଥିଲେ । ଯେତେବେଳେ ଟଙ୍କା ଫେରସ୍ତ କରିବାର ସମୟ ଆସିଲା ତ ସେ ଦେବାକୁ ବାହାନ କରିବାକୁ ଲାଗିଲେ । ପରେ ଚାପ ପକାଇବାରୁ ୩୪-୩୪ ଲକ୍ଷ ଟଙ୍କାର ୧୨ଟି ଚେକ୍ ଦେଇଥିଲେ । ଏହି ଚେକ୍ ଗୁଡିକ ମୁମ୍ବାଇର ପିଏମ୍ ରୋଡ୍, ଭିଲେ ପାର୍ଲେରେ ଅବସ୍ଥିତ TJHD ସହକାରୀ ବ୍ୟାଙ୍କ ଲିମିଟେଡର ଥିଲା । ଡିସେମ୍ବର ୭, ୨୦୨୧ରେ ବ୍ୟାଙ୍କ ରୋଡରେ ଅବସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖାରେ ୩୪ ଲକ୍ଷ ଟଙ୍କାର ଏକ ଚେକ୍ ଜମା କରାଯାଇଥିଲା । କିନ୍ତୁ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚି ନଥିଲା । 


ଅଧିକ ପଢ଼ନ୍ତୁ:-PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍


ଅଧିକ ପଢ଼ନ୍ତୁ:-ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ


ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍


 


୧୬ ଫେବୃଆରୀ ୨୦୨୨ରେ ବ୍ୟାଙ୍କ ଅଧିକାରୀମାନେ ଏକ ଚିଠି ଲେଖିଥିଲେ ଯେ ଯେଉଁ ବ୍ୟାଙ୍କ ଆକାଉଣ୍ଟର ଚେକ୍ ଦିଆଯାଇଛି ସେଥିରେ କୌଣସି ଟଙ୍କା ନାହିଁ । ତେଣୁ, ଚେକ୍ ବାଉନ୍ସ ହୋଇଛି । ଏ ବାବଦରେ ବ୍ୟବସାୟୀ ଜୈନ ଜିତେନ୍ଦ୍ର ରମେଶଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା, କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ଚେକ୍ ବାଉନ୍ସ ହେବା ପରଠାରୁ ବିଜେପି ସାଂସଦ ଟଙ୍କା ମାଗୁଛନ୍ତି, କିନ୍ତୁ ବ୍ୟବସାୟୀ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ଦ୍ୱାରା ସେ ମାନସିକ ସ୍ତରରେ ବିଚଳିତ ଅଛନ୍ତି । ଆର୍ଥିକ ଅତ୍ୟାଚାରର ଶିକାର ହୋଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ କ୍ୟାଣ୍ଟ ପୋଲିସ ଷ୍ଟେସନ ମୁମ୍ବାଇ ବ୍ୟବସାୟୀଙ୍କ ବିରୋଧରେ ଟଙ୍କା ହଡ଼ପ କରିବା ମାମଲା ରୁଜୁ କରିଛି । କ୍ୟାଣ୍ଟ ଥାନା ପ୍ରଭାରି ଶଶିଭୂଷଣ ରାୟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଅନୁସନ୍ଧାନ ଓ ପ୍ରମାଣ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।