PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍
Advertisement

PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍

PFI Ban: ସାରା ଦେଶରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, ତାହାକୁ ଅପରେସନ୍ ଅକ୍ଟୋପସ୍ ନାମ ଦିଆଯାଇଛି । ଏହା ଅଧୀନରେ ପ୍ରଥମେ ଦେଶର କେତେକ ରାଜ୍ୟରେ ଚଢ଼ାଉ କରାଯାଇଥିଲା, କିନ୍ତୁ ଏହା ପରେ ହଠାତ୍ ୧୫ଟି ରାଜ୍ୟରେ ଚଢ଼ାଉ କରାଯାଇଥିଲା ।

PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍

ନୂଆଦିଲ୍ଲୀ: PFI Ban: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ବିବାଦୀୟ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସଂଗଠନ ବିରୋଧରେ ଗତ କିଛି ଦିନ ଧରି ସାରା ଦେଶରେ ଚଢ଼ାଉ ଚାଲିଥିଲା । ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି । PFI କୁ ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାକୁ ବ୍ୟାନ୍ କରାଯାଇଛି । ଏହା ସହ ଏହି ସଂଗଠନ ସହ ଜଡିତ ଅନ୍ୟ ସମସ୍ତ ସଂସ୍ଥା ଉପରେ ମଧ୍ୟ ବ୍ୟାନ୍ ଲାଗିବ । ଏହାପୂର୍ବରୁ ଦେଶର ସମସ୍ତ ରାଜ୍ୟରେ ଏନଆଇଏ (NIA) ଦ୍ୱାରା ଏହି ସଂଗଠନର କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏଜେନ୍ସି ହାତକୁ ଲାଗିଛି । ଯେଉଁଥିରେ ଆତଙ୍କବାଦୀ ସହ ଲିଙ୍କ୍ ଥିବା ଅଭିଯୋଗ ମଧ୍ୟ ସାମିଲ ରହିଛି ।

ରେହବ ଇଣ୍ଡିଆ ଫାଉଣ୍ଡେସନ (RIF), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (CFI), ଅଲ ଇଣ୍ଡିଆ ଇମାମ କାଉନସିଲ (AIIC), ନ୍ୟାସନାଲ କନଫେଡେରେସନ୍ ଅଫ୍ ହ୍ୟୁମନ୍ ରାଇଟ୍ସ ସଂଗଠନ (NCHRO), ନ୍ୟାସନାଲ ମହିଳା ଫ୍ରଣ୍ଟ, ଇମ୍ପାୟର ଫାଉଣ୍ଡେସନ, ରେହବ ଫାଉଣ୍ଡେସନ ଓ କେରଳ ସହିତ PFI ର ସହଯୋଗୀ ସଂଗଠନ ଓ ସଂସ୍ଥାଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସାରା ଦେଶରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, ତାହାକୁ ଅପରେସନ୍ ଅକ୍ଟୋପସ୍ ନାମ ଦିଆଯାଇଛି । ଏହା ଅଧୀନରେ ପ୍ରଥମେ ଦେଶର କେତେକ ରାଜ୍ୟରେ ଚଢ଼ାଉ କରାଯାଇଥିଲା, କିନ୍ତୁ ଏହା ପରେ ହଠାତ୍ ୧୫ଟି ରାଜ୍ୟରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ସମସ୍ତ ପିଏଫଆଇ ନେତାଙ୍କୁ ଗିରଫ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଅଧୀନରେ ସେପ୍ଟେମ୍ବର ୨୭ରେ ଦେଶର ୮ଟି ରାଜ୍ୟରେ ଏଜେନ୍ସିର ଇନପୁଟ ଉପରେ ଏଟିଏସ୍ ଓ ରାଜ୍ୟ ପୋଲିସ PFI ର ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ।

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଏବଂ ଆସାମରେ ୧୭୦ରୁ ଅଧିକ PFI ସନ୍ଦିଗ୍ଧଙ୍କୁ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ କରାଯାଇଛି । ଆସାମ ଓ ମହାରାଷ୍ଟ୍ରରେ ୨୫ରୁ ଅଧିକ, ୟୁପିରେ ୫୭, ଦିଲ୍ଲୀରେ ୩୦, ମଧ୍ୟ ପ୍ରଦେଶରେ ୨୧, ଗୁଜୁରାଟରେ ୧୦ ଏବଂ କର୍ଣ୍ଣାଟକରେ ୮୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଏହି ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହାତକୁ ଲାଗିଛି ।

ଅଧିକ ପଢ଼ନ୍ତୁ:-ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ

ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ସଙ୍କଟ: ଗାନ୍ଧୀ ପରିବାରର ଦୁଇ ବିଶ୍ୱସ୍ତ, ନିର୍ବାହ କରୁଛନ୍ତି ଅଲଗା ଅଲଗା ଦାୟିତ୍ୱ, ଜଣେ ଯୋଡୁଛନ୍ତି, ଅନ୍ୟ ଜଣେ...ଜାଣନ୍ତୁ କିପରି

ପିଏଫ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଗୃହ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଏହି ମାମଲା ଉପରେ ନଜର ରଖିଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ଚଢ଼ାଉ ସମ୍ପର୍କରେ ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ଏନଆଇଏ ଡିଜି ଓ ଏନଏସଏ ଅଜିତ ଡୋଭାଲଙ୍କ ସମେତ ସମସ୍ତ ବଡ ଅଧିକାରୀ ଉପସ୍ଥିତ ଥିଲେ । କୁହାଯାଉଛି ଯେ,  ସେବେଠାରୁ PFI ଉପରେ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । PFI ର କ୍ୟାଡର, ପାଣ୍ଠି ଏବଂ ନେଟୱାର୍କ ସମ୍ବନ୍ଧୀୟ ରିପୋର୍ଟ ଦେଖିବା ପରେ ଗୃହ ମନ୍ତ୍ରଣାଳୟ ଶେଷରେ PFI କୁ ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କଲା ।