President Droupadi Murmu: ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ। ଏହି ଅପମାନ ଖୋଦ୍ ଆମ ରାଜ୍ୟ ମୟୁରଭଞ୍ଜରେ କରାଯାଇଛି। ମୟୁରଭଞ୍ଜ କରଞ୍ଜିଆରେ ରାସ୍ତାକଡରେ ଲାଗିଛି ବଡ ବଡ ପୋଷ୍ଟର ଓ ହୋର୍ଡଂ। ଏଥିରେ ରହିଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ। ଆଉ ଏହି ପୋଷ୍ଟର କୌଣସି କଲ୍ୟାଣକାରୀ କାର୍ଯ୍ୟକ୍ରମ କିମ୍ବା ସରକାରୀ କାର୍ଯ୍ୟକ୍ରମ ର ନୁହେଁ। ଏହି ପୋଷ୍ଟର ଟି ହେଉଛି ରାନୀ ସୋରିଷ ତେଲ କମ୍ପାନୀର। ଏହି ପୋଷ୍ଟର ମୟୁରଭଞ୍ଜ କରଞ୍ଜିଆ ସମେତ ଅନେକ ଅଞ୍ଚଳରେ ଏଭଳି ପୋଷ୍ଟର ଲାଗିଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଏନେଇ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଆଇନଜୀବୀ ଝରଣା ପୃଷ୍ଟି। ତାଙ୍କ ଲିଖିତ ଅଭିଯୋଗ ଆଧାରରେ ସହରର ବିଭିନ୍ନ ସ୍ଥାନରେ ଏପରି ବଡ ବଡ ବ୍ୟାନର ଓ ବଡ ବଡ ହୋର୍ଡିଂ ସବୁ ରହିଛି। ଯେଉଁଥିରେ ମହାମହିମଙ୍କ ଫଟୋ ଲାଗିଛି । ଏଥିରେ ଲେଖା ରହିଛି ମହାମହିମ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ତେବେ ଏପରି ପଦକ୍ଷେପକୁ ଘୃଣା କରିବା ସହ କମ୍ପାନୀ ଓ ବିତରକଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଇନଜୀବୀଙ୍କ କହିବା କଥା, ମହାମହିମ ଆମ ଦେଶର ରାଷ୍ଟ୍ରପତି ତାଙ୍କ ଫଟୋକୁ ଏମିତି ବ୍ରାଣ୍ଡିଂ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ୍। ସେପଟେ କମ୍ପାନୀ ଆଜି ସୋରିଷତେଲରେ ବ୍ରାଣ୍ଡିଂ (Mustard Oil Branding) କରୁଛି ତ ଆସନ୍ତାକାଲି କାହିଁକି ମଦ ନାଁରେ ବ୍ରାଣ୍ଡିଂ କରିବେନି ଏହାର କଣ ଭରସା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।  


Also Read: Cyclone Mandous: ଭୀଷଣ ବାତ୍ୟାର ରୂପ ନେଲା 'ମାଣ୍ଡୋସ' ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ


ଗତ ମାସରେ ମଧ୍ୟ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ (President Droupadi Murmu) ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଛନ୍ତି ଫଶିଥିଲେ ପଶ୍ଚିମବଙ୍ଗର ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଚାଲିଥିଲା ଏକ ଜନସଭାରେ ଅଖିଳ କହିଥିଲେ-ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ? ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ତାଙ୍କର ଏ ପ୍ରଶ୍ନକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳିଥିଲା। ସେଠାରେ ଥିବା ଲୋକ ବା ସମର୍ଥକ ଅଖିଳଙ୍କ ଏପରି ବୟାନ ଶୁଣି ତାଳି ମାରିଥିଲେ। ପରେ ଏହି ତାଳି ଅଖିଳ ଗିରିଙ୍କୁ ମହଙ୍ଗା ପଡ଼ିଥିଲା। 


Also Read: Rahul Gandhi Fitness Tips: ଏଥିପାଇଁ ବେଶ୍ ଫିଟ୍ ରାହୁଲ ଗାନ୍ଧୀ, ସକାଳୁ ଉଠିବା ମାତ୍ରେ କରନ୍ତି ଏହି କାମ


ଅଖିଳଙ୍କୁ ଜଣେ ରାଷ୍ଟ୍ରଦ୍ରୋହୀ ଦର୍ଶାଇ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲା ଭାରତୀୟ ଜନତା ପାର୍ଟି। ସାରା ଦେଶରେ ଅଖିଳଙ୍କୁ ନେଇ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଥିଲା। ଏମିତିକୁ ଓଡ଼ିଶାରେ ମଧ୍ୟ ଟିଏମସି ନେତାଙ୍କ ଏଭଳି ବୟାନକୁ କଂଗ୍ରେସ ମଧ୍ୟ ତୀବ୍ର ବିରୋଧ କରିଥିଲା। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ ଯେ, 'ମମତା ବାନାର୍ଜୀ (Mamta Banerjee) ତୁମେ କ'ଣ ଏମିତି ସୁନ୍ଦର'। ତୁମ ରାଜ୍ୟର ମନ୍ତ୍ରୀ ଏମିତି ବୟାନ ଦେଉଛନ୍ତି ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ସେପଟେ ସୁର ରାଉତରାୟ କହିଥିଲେ ଯେ, ଅଖିଳ ଗିରି ଓଡ଼ିଶା ଯଦି ଆସନ୍ତି ତେବେ ତାଙ୍କୁ ଗୋବର ମାଡ଼ କରାଯିବ। ପରେ ସାରାଦେଶରୁ ତୀବ୍ର ବିରୋଧ ପରେ ଅଖିଳ ଗିରି ନିଜ ମନ୍ତବ୍ୟକୁ ନେଇ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।