ମୁମ୍ବାଇ: ଦେଶରେ କୋରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହିକ୍ରମରେ ଦେଖିବାକୁ ଗଲେ ମହାରାଷ୍ଟ୍ରରେ ସବୁଠାରୁ ଖରାପ ପରିସ୍ଥିତି ଦେଖିବାକୁ ମିଳିଛି । ଫେବୃଆରୀ ଏବଂ ମାର୍ଚ୍ଚରେ, କୋଭିଡ୧୯ ଦୈନିକ ମାମଲା ଏବଂ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି, ଯାହା ବର୍ତ୍ତମାନ ସ୍ଥିତିରେ ଏକ ଭୟଙ୍କର ପରିସ୍ଥିତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଏବଂ ଲକଡାଉନ୍ ଲାଗୁ କରାଯାଇଛି ଏବଂ ଏଥିସହ ଲୋକ ମାନେ ସାମାଜିକ ଦୂରତ୍ୱକୁ ଅବମାନନା କରୁଥିବାରୁ ଭିଡ଼ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି।


COMMERCIAL BREAK
SCROLL TO CONTINUE READING

ନାଶିକ (Nashik) ରେ, ଲୋକମାନେ ସୀମିତ ସଂଖ୍ୟକ ବଜାରକୁ ଯିବା ସହ ବଜାରରେ ଯେମିତି ସାମାଜିକ ଦୂରତାକୁ ଅନୁସରଣ କରିବେ ସେନେଇ ଏକ ନୂଆ ନିୟମ ଲାଗୁ କରାଯାଇଛି । ବଜାରକୁ ପ୍ରବେଶ କରିବା ଆଗରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାଞ୍ଚ ଟଙ୍କାର ଏକ ଟିକେଟ ନେବାକୁ ହେବ । ଏହା ପରେ ସେହି ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯିବ, ଯାହା ଏକ ଘଣ୍ଟା ପାଇଁ ବଜାରରେ ରହିବାକୁ ବୈଧ କରାଯିବ। ରିପୋର୍ଟ ଅନୁଯାୟୀ, ପାଞ୍ଚ ଟଙ୍କାର ଟିକେଟ୍ ନେବା ପରେ ଜଣେ ବ୍ୟକ୍ତି ବଜାରରେ ମାତ୍ର ଏକ ଘଣ୍ଟା ରହିପାରିବ। ଯଦି କୌଣସି ବ୍ୟକ୍ତି ବଜାରରେ ଏକ ଘଣ୍ଟାରୁ ଅଧିକ ସମୟ ରୁହନ୍ତି, ତେବେ ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ନାଶିକ୍ ମ୍ୟୁନିସିପାଲିଟି କର୍ପୋରେସନ ଏହି ଫି ସଂଗ୍ରହ କରିବ ଏବଂ ପୋଲିସ (Police)ର ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କାର୍ଯ୍ୟ କରିବ।


Also Read:  Suez Canal ରାସ୍ତାରୁ ବାହାରିଲା Ever Green Container; ସ୍ୱାଭାବିକ ହୋଇନାହିଁ ବିଶ୍ୱ ବାଣିଜ୍ୟ


ବର୍ତ୍ତମାନ, ଏହି ନିୟମ ନାଶିକ (Nashik) ର ସଂଲଗ୍ନ ବଜାର ଯଥା ଶାଲିମାର, ତିଲକ ରୋଡ, ବାଦଶାହୀ କୋଣାର୍କ, ଧୁମଲ ପଏଣ୍ଟ, ମେନ୍ ରୋଡ୍, ଶିବାଜୀ ରୋଡ୍, ମୁଖ୍ୟ ବଜାର କମିଟି, ସିଟି ସେଣ୍ଟର୍ ମଲ୍ ଭଳି ଅଞ୍ଚଳରେ ପ୍ରୟୋଗ କରାଯାଇଛି । ସମସ୍ତଙ୍କୁ ବଜାରରେ ପ୍ରବେଶ ପାଇଁ କେବଳ ଗୋଟିଏ ମାର୍ଗ ରହିବ ଏବଂ ସେହି ସମୟରେ ଲୋକଙ୍କୁ ୫ ଟଙ୍କାର ଏକ ଟିକେଟ୍ ନେବାକୁ ପଡିବ । ଏହା ବ୍ୟତିତ ଦୋକାନୀ ଏବଂ ରାସ୍ତାଘାଟ ବିକ୍ରେତାଙ୍କୁ ଏହି ପାସ୍ ପ୍ରଦାନ କରାଯିବ, ସେହିପରି ବଜାର ଅଞ୍ଚଳରେ ରହୁଥିବା ଲୋକମାନେ ପରିଚୟ ପତ୍ର ଦେଖାଇବା ପରେ ହିଁ ପ୍ରବେଶ କରିପାରିବେ।


Also Read: ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ, ଶୀଘ୍ର ଶେଷ କରନ୍ତୁ ବ୍ୟାଙ୍କ କାମ


ମହାରାଷ୍ଟ୍ର (Maharashtra) ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା  ଅର୍ଥାତ୍ ସୋମବାର ମଧ୍ୟରେ ରାଜ୍ୟରେ ୩୧ ହଜାର ୬୪୩ ଟି କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୨ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ରବିବାର ମଧ୍ୟରେ ରାଜ୍ୟରେ ୪୦ ହଜାର ୪୧୪ ନୂତନ ମାମଲା ପଞ୍ଜିକୃତ ହୋଇଥିବାବେଳେ ସଂକ୍ରମଣ ହେତୁ ୧୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୨୭ ଲକ୍ଷ ୪୫ ହଜାର ୫୧୮ ମାମଲା ରୁଜୁ ହୋଇଛି ଏବଂ ୫୪, ୨୪୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ସକ୍ରିୟ କୋଭିଡ -19 (Covid-19) ର ୩ ଲକ୍ଷ ୩୬ ହଜାର ୫୮୪ ସକ୍ରିୟ ମାମଲା ରହିଛି ।