Suez Canal ରାସ୍ତାରୁ ବାହାରିଲା Ever Green Container; ସ୍ୱାଭାବିକ ହୋଇନାହିଁ ବିଶ୍ୱ ବାଣିଜ୍ୟ
Advertisement

Suez Canal ରାସ୍ତାରୁ ବାହାରିଲା Ever Green Container; ସ୍ୱାଭାବିକ ହୋଇନାହିଁ ବିଶ୍ୱ ବାଣିଜ୍ୟ

ଫସି ରହିଥିବା ଏଭରଗ୍ରୀନ ମାଲବାହୀ ଜାହାଜକୁ ୧୦ଟି ଟଗବୋଟ ସହାୟତାରେ ଜଳସ୍ତର ଆଡକୁ ଆଣିବା ଲାଗି ହୋଇଥିବା ପ୍ରୟାସକୁ ଆଶିଂକ ସଫଳତା ମିଳିଛି।

Suez Canal ରାସ୍ତାରୁ ବାହାରିଲା Ever Green Container; ସ୍ୱାଭାବିକ ହୋଇନାହିଁ ବିଶ୍ୱ ବାଣିଜ୍ୟ

କାଏରୋ: ପ୍ରାୟ ସପ୍ତାହେ ଧରି ବିଶ୍ୱର ଅନ୍ୟତମ ଜଳମାର୍ଗ ସୁଏଜ କେନାଲରେ ଫସି ରହିଥିବା ବିଶାଳ ମାଲବାହୀ ଜାହାଜ ଏଭରଗ୍ରୀନ ପୁଣି ଥରେ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ମାର୍ଚ୍ଚ ୨୯ ତାରିଖ ସୋମବାର ଏହି ଜାହାଜକୁ କେନାଲର ଜଳ ସ୍ତର ଆଡକୁ ଆଣିବା ଲାଗି ହୋଇଥିବା ପ୍ରୟାସକୁ ଆଂଶିକ ସଫଳତା ମିଳିଛି। ସୁଏଜ କେନାଲରୁ ଏହି ଜାହାଜକୁ କେବେ ସମ୍ପୂର୍ଣ୍ଣ ଭାବେ ବାହାର କରାଯିବା ସେ ନେଇ ସ୍ପଷ୍ଟ ଭାବେ  କୌଣସି ଖବର ମଳିନାହିଁ।  

ସୁଏଜ କେନାଲ (Suez Canal) ଠାରେ ସେବା ପ୍ରଦାନ କରୁଥିବା ଲେଥ ଏଜେନ୍ସି (Leth Agency) ନାମକ କମ୍ପାନୀ ପକ୍ଷରୁ କୁହାଯାଇଛି ଫସି ରହିଥିବା ଏଭରଗ୍ରୀନ ମାଲବାହୀ ଜାହାଜକୁ (Ever Green Container) ୧୦ଟି ଟଗବୋଟ (Tugboat) ସହାୟତାରେ ଜଳସ୍ତର ଆଡକୁ ଆଣିବା ଲାଗି ହୋଇଥିବା ପ୍ରୟାସକୁ ଆଶିଂକ ସଫଳତା ମିଳିଛି। ଜାହାଜ ଫସିଯିବା ଘଟଣାରେ ପ୍ରତିକ୍ରିୟା ରଖି ସୁଏଜ କେନାଲ ପ୍ରାଧିକରଣ ମୁଖ୍ୟ ଲେଫିନାଣ୍ଟ ଜେନେରାଲ ଓସାମା ରୁବେଇ କହିଛନ୍ତି ଏହି ମାଲବାହୀ ଜାହାଜକୁ କେନାଲରୁ ସମ୍ପୂର୍ଣ୍ଣ ଭାବେ ବାହାର କରିବା ଲାଗି ପ୍ରୟାସ ଜାରି ରହିଛି। 

Also Read: କେନାଲରେ ଫସିଗଲା କଣ୍ଟେନର; ସମୁଦ୍ରରେ ଟ୍ରାଫିକ ଜାମ

ଏକ ଅନୁମାନ ଅନୁସାରେ ସୁଏଜ କେନାଲରେ ବିଶାଳକାୟ ମାଲବାହୀ ଜାହାଜ ଫସିଯିବା ପରେ ଦୈନିକ ୯ ଅରବ ଡଲାର ମୂଲ୍ୟର କ୍ଷତି ସହିବାକୁ ପଡୁଛି। ଏହି ଜଳ ମାର୍ଗ ଦେଇ ଯାତ୍ରା କରିବାକୁ ଥିବା ଅନ୍ୟ ଜାହାଜ ଫସିଯାଇଥିବା ଜାହାଜ ବାହାରିବାକୁ ଅପେକ୍ଷା କରିଛନ୍ତି। ପ୍ରାୟ ୨୫ରୁ ଅଧିକ ଜାହାଜ ଏବେ ଦକ୍ଷିଣ ଆଫ୍ରିକାସ୍ଥିତ (South Africa) କେପ୍ ଅଫ ଗୁଡ ହୋପ (Cape of Good Hope) ସାମୁଦ୍ରିକ ମାର୍ଗରେ  (Sea Route) ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଛନ୍ତି। ଯାହା ଦ୍ୱାରା ବିଶ୍ୱ ବାଣିଜ୍ୟ କାରବାର ପ୍ରଭାବିତ ହୋଇଛି।  

Also Read: Suez Canal Crisis: ଫସିରହିଥିବା ଜାହାଜକୁ ଏହି ଉପାୟରେ କେନାଲରୁ ବାହାର କରିବ ଜାପାନ କମ୍ପାନୀ

 

ଗତ ମାର୍ଚ୍ଚ ୨୩ ତାରିଖ ମଙ୍ଗଳବାର ୪୦୦ ମିଟର ଲମ୍ବା, ୫୯ ମିଟର ଚଉଡା ଏବଂ ୨ ଲକ୍ଷ ୨୪ ହଜାର ଟନ ଓଜନ ବିଶିଷ୍ଟ ଏଭରଗ୍ରୀନ ନାମକ ମାଲବାହୀ ଜାହାଜ ଚୀନ ବନ୍ଦରରୁ ୟୁରୋପ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ସୁଏଜ କେନାଲରେ ଫସିଯାଇଥିଲା। ଯାହା ଫଳରେ ପ୍ରାୟ ୧୦୦ରୁ ଅଧିକ ଜାହାଜ ଏହି ଜଳପଥରେ ଅଟକି ଯାଇଥିଲା। ଯାହା ଦ୍ୱାରା ଘଣ୍ଟାକୁ ୨୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଦୈନିକ ୫୦ରୁ ଉର୍ଦ୍ଧ୍ୱ ଜାହାଜ ଏହି ଜଳମାର୍ଗରେ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତି। ସୁଏଜ କେନାଲ ମାର୍ଗ ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ଜଳମାର୍ଗ।  

Also Read: Evergreen Container: ସମୁଦ୍ରରେ ଟ୍ରାଫିକ ଜାମ; ଭାଇରାଲ ହେଉଛି Memes

 

ନିୟନ୍ତ୍ରଣ ହରାଇ ଏହି ଜାହାଜ ଫସିଯିବା ପରେ ସମୁଦ୍ରରେ ମାଲବାହୀ ଜାହାଜଙ୍କ ଏକ ବିଶାଲ ଲମ୍ବା ଲାଇନ ଲାଗିଯାଇଥିଲା। ଟଗ ବୋଟ ସହାୟତାରେ ଏହି ଜାହାଜକୁ ବାହାର କରିବା ଲାଗି ପ୍ରୟାସ କରାଯାଉଛି। ଏହି ଜାହାଜକୁ ସମ୍ପୂର୍ଣ୍ଣ ଭାବେ ବାହାର କରିବା ଲାଗି ଆହୁରି ଅଧିକ ଦିନ ସମୟ ଲାଗିପାରେ। 

ପାନାମା (Panama) ଭିତ୍ତିକ ମଲବାହୀ ଜାହାଜ ଏଭରଗ୍ରୀନ ୨୦୧୮ ବର୍ଷରେ ନିର୍ମିତ ହୋଇଥିଲା। ଯାହାକୁ ତାଇୱାନ ପରିବହନ କମ୍ପାନୀ ଏଭରଗ୍ରୀନ ମରିନ (Taiwan Transport Company Evergreen Marine) ସଞ୍ଚାଳିତ କରିଥାଏ। ଏହି ଜାହାଜ ଚୀନ (China) ବନ୍ଦରରୁ ମାଲ ପରବହନ କରି ସୁଏଜ କେଲାର ରାସ୍ତାରେ ନେଦରଲ୍ୟାଣ୍ଡସ୍ଥିତ (Netherland) ପାର୍କ ରୋଟରଡ୍ୟାାମ (Park Rotterdam) ଅଭିମୁଖେ ଯାତ୍ରା କରୁଥିଲା।

 

 

ଗତ ମଙ୍ଗଳବାର ସ୍ଥାନୀୟ ସମୟ ୭ଟା ୪୦ ମିନିଟ ସମୟରେ ସୁଏଜ କେନାଲର ଉତ୍ତର ଭାଗରେ ଫସିଯାଇଥିଲା ଏଭରଗ୍ରୀନ ମାଲବାହୀ ଜାହାଜ। ଏ ଘଟଣାରେ ପ୍ରତିକ୍ରିୟା ରଖି  ଜାହାଜର ଚାଳକ ଦଳ ପକ୍ଷରୁ କୁହାଯାଇଛି ପ୍ରବଳ ବେଗରେ ପବନ ବହିବା କାରଣରୁ ବୁଲି ଯିବା ଫଳରେ କେନାଲ ବନ୍ଦ ହୋଇଯାଇଥିଲା।