Advertisement
Article Detail0/zeeodisha/odisha875254

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ, ଶୀଘ୍ର ଶେଷ କରନ୍ତୁ ବ୍ୟାଙ୍କ କାମ

ଆପଣଙ୍କର ଏପ୍ରିଲରେ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟ ଅଛି, ତେବେ ଆପଣଙ୍କୁ ଆଗରୁ ସତର୍କ ରହିବାକୁ ପଡିବ, କାରଣ ଏପ୍ରିଲରେ ବ୍ୟାଙ୍କଗୁଡିକ ୧୫ ଦିନ ଧରି ବନ୍ଦ ହେବାକୁ ଯାଉଛି । 

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ, ଶୀଘ୍ର ଶେଷ କରନ୍ତୁ ବ୍ୟାଙ୍କ କାମ

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ଏପ୍ରିଲରୁ ଆରମ୍ଭ ହେଉଛି । ଆୟକର, ସଞ୍ଚୟ ଏବଂ ବ୍ୟାଙ୍କିଂ ସହିତ ଜଡ଼ିତ ଅନେକ ଜିନିଷରେ ପରିବର୍ତ୍ତନ ଆସିବ । ଯଦି ଆପଣଙ୍କର ଏପ୍ରିଲରେ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟ ଅଛି, ତେବେ ଆପଣଙ୍କୁ ଆଗରୁ ସତର୍କ ରହିବାକୁ ପଡିବ, କାରଣ ଏପ୍ରିଲରେ ବ୍ୟାଙ୍କଗୁଡିକ ୧୫ ଦିନ ଧରି ବନ୍ଦ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁଦିନ ବ୍ୟାଙ୍କରେ କାମ ହେବ ନାହିଁ। 

ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହେବାକୁ ଯାଉଛି,  ଆକାଉଣ୍ଟ ବନ୍ଦ ହେତୁ ବ୍ୟାଙ୍କ (Bank) ଗୁଡିକ କାର୍ଯ୍ୟ କରିବ ନାହିଁ। ଅବଶିଷ୍ଟଗୁଡିକ ସାଧାରଣ ଛୁଟିଦିନ ଯେଉଁଥିରେ ୪ ଟି ରବିବାର ଏବଂ ୨ଟି ଶନିବାର ଅନ୍ତର୍ଭୁକ୍ତ ରହିଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୩୧ ରେ ବ୍ୟାଙ୍କ ଶାଖା ଖୋଲା ରହିବ କିନ୍ତୁ ଆର୍ଥିକ ବର୍ଷ (Financial Year) ର ଶେଷ ଦିନ ହୋଇଥିବାରୁ କେବଳ କର୍ମଚାରୀ ରହିବେ, ବ୍ୟାଙ୍କ ଗ୍ରାହକ (Bank Customer) ଙ୍କ ପାଇଁ ବନ୍ଦ ରହିବ। 

Also Read: ଭାଙ୍ଗିଲା ସ୍ୱପ୍ନ: ୨୦୪୧ ପର୍ଯ୍ୟନ୍ତ ଟ୍ବିନସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ

Add Zee News as a Preferred Source

            ତାରିଖ                                  ବ୍ୟାଙ୍କ ବନ୍ଦ 

  • ୧ ଏପ୍ରିଲ                      ବ୍ୟାଙ୍କରେ ଖାତାବନ୍ଦ ଯୋଗୁଁ କାମ ବନ୍ଦ ରହିବ
  • ୨ ଏପ୍ରିଲ                      GoodFriday ଯୋଗୁଁ କାମ ବନ୍ଦ ରହିବ   
  • ୪ ଏପ୍ରିଲ                      ରବିବାର ହେତୁ ଛୁଟି ରହିବ ବ୍ୟାଙ୍କ  
  • ୫ ଏପ୍ରିଲ                      ବାବୁ ଜଗଜୀବନ ରାମ ଜୟନ୍ତୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟରେ ଛୁଟି
  • ୬ ଏପ୍ରିଲ                      ତାମିଲନାଡୁରେ ବିଧାନସଭା ନିର୍ବାଚନ ହେତୁ ବ୍ୟାଙ୍କ ବନ୍ଦ
  • ୧୦ ଏପ୍ରିଲ                    ମାସର ଦ୍ୱିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ 
  • ୧୧ ଏପ୍ରିଲ                     ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ 
  • ୧୩ ଏପ୍ରିଲ                    ଗୁଡି ପଡୱା, ତେଲୁଗୁ ନବବର୍ଷ ଦିବସ/ ଉଗାଡି ପାଇଁ ବ୍ୟାଙ୍କ ରହିବ ବନ୍ଦ 
  • ୧୪ ଏପ୍ରିଲ                     ଆମ୍ବେଦକର ଜୟନ୍ତୀ/ତାମିଲ ନବବର୍ଷ/ବୌହାଗ ବିହୁ ଛୁଟି
  • ୧୫ ଏପ୍ରିଲ                     ହିମାଚଳ ଦିବସ/ ବେଙ୍ଗଲ ନବବର୍ଷ/ସରହୁଲ ପାଇଁ ବ୍ୟାଙ୍କ ଛୁଟି
  • ୧୬ ଏପ୍ରିଲ                     ବୌହାଗ ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ 
  • ୧୮ ଏପ୍ରିଲ                     ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ 
  • ୨୧ ଏପ୍ରିଲ                     ରାମନବମୀ ପାଇଁ ଛୁଟି ରହିବ ବ୍ୟାଙ୍କ
  • ୨୪ ଏପ୍ରିଲ                    ମାସର ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ 
  • ୨୫ ଏପ୍ରିଲ                    ରବିବାର ହେତୁ ବ୍ୟାଙ୍କ ରହିବ ବନ୍ଦ 
About the Author