ନୂଆଦିଲ୍ଲୀ: Family Pension, 7th Pay Commission, Central Government Employees: କେନ୍ଦ୍ର ସରକାର (Central Government) ନିଜର କର୍ମଚାରୀଙ୍କୁ ଆଉ ଏକ ଖୁସି ଖବର ପ୍ରଦାନ କରିଛନ୍ତି । କେନ୍ଦ୍ରର ମୋଦି ସରକାର ୪୭ ଲକ୍ଷ ୬୮ ହଜାର କର୍ମଚାରୀ (Central Government Employees) ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ (Central Government Pensioners) ଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ସପ୍ତମ ବେତନ କମିଶନ (7th Pay Commission) ପରି କେନ୍ଦ୍ର କର୍ମଚାରୀଙ୍କ ପରେ ସେମାନଙ୍କ ପରିବାର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପରିବାରକୁ ଦିଆଯାଉଥିବା ସୁବିଧା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ଅଛନ୍ତି ଓ ସେଣ୍ଟ୍ରାଲ୍ ସିଭିଲ୍ ସର୍ଭିସେସ୍ ପେନସନ୍ (CCS Pension) 1972 ଅନ୍ତର୍ଗତ କଭର ରହିଛି । ତେବେ ସେମାନଙ୍କ ପରିବାରକୁ ମଧ୍ୟ ପରିବାର ପେନସନ (Family Pension) ର ଏକ ଅଂଶ କରାଯିବ । ଯଦି ଉଭୟ ସଦସ୍ୟ ଅବସର ପରେ ମରିଯାଆନ୍ତି, ତେବେ ସେମାନଙ୍କର ପିଲାମାନେ (ନୋମିନି) ଦୁଇଟି ପେନସନ (Pension) ପାଇପାରିବେ । ଏହା ଅନ୍ତର୍ଗତ ସର୍ବାଧିକ ପେନସନ ରାଶି ୧.୨୫ ଲକ୍ଷ ଟଙ୍କା ହେବ । ତଥାପି, ଏହା ସହିତ କିଛି ସର୍ତ୍ତ ମଧ୍ୟ ରହିବ ।


CCS ପେନସନ 1972ର ନିୟମ 54 (11) ଅନୁଯାୟୀ, ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ପେନସନ ନିୟମ ଅନୁଯାୟୀ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କର ଦୁଇ ସନ୍ତାନ ପାରିବାରିକ ପେନସନ (Family Pension) ପାଇବେ । ନିୟମ ଅନୁଯାୟୀ, ଯଦି ଜଣେ ସଦସ୍ୟ ସରକାରୀ ସେବାରେ ଅବସର ନେବା ପରେ ମୃତ୍ୟୁବରଣ କରନ୍ତି, ତେବେ ପରିବାରର ପେନସନ ଅନ୍ୟ ସଦସ୍ୟ (ସ୍ୱାମୀ କିମ୍ବା ସ୍ତ୍ରୀ) କୁ ଯାଏ । ଅନ୍ୟପକ୍ଷରେ ଯଦି ଉଭୟ ସଦସ୍ୟ ଅବସର ପରେ ମରିଯାଆନ୍ତି, ତେବେ ସେମାନଙ୍କର ପିଲାମାନେ ଫ୍ୟାମିଲି ପେନସନର ସୁବିଧା ପାଇବେ ।


ପେନସନ ନିୟମ 54 (3) ଅନୁଯାୟୀ, ପ୍ରଥମ ସଦସ୍ୟ କର୍ମଚାରୀଙ୍କ ମୃତ୍ୟୁପରେ ପିଲାମାନଙ୍କୁ ଫ୍ୟାମିଲି ପେନସନ ଭାବରେ ୪୫,୦୦୦ ଟଙ୍କା ପାଇବା ପାଇଁ ଏକ ନିୟମ ଅଛି । ଯଦି ପିଲାମାନଙ୍କୁ  ଉଭୟ ଫ୍ୟାମିଲି ପେନସନ ଦିଆଯାଉଥିଲା, ତେବେ ସବ୍ ନିୟମ (2) ଅନୁଯାୟୀ ଏହି ରାଶି ୨୭,୦୦୦ ଟଙ୍କା ହୋଇଥାନ୍ତା । ଷଷ୍ଠ ବେତନ ଆୟୋଗର ନିୟମ ଅନୁଯାୟୀ, CCS ନିୟମ ଅନୁଯାୟୀ ସର୍ବାଧିକ ପେନସନସ ରାଶି ୯୦,୦୦୦ର ୫୦ ପ୍ରତିଶତ ଓ ୩୦ ପ୍ରତିଶତ ହାରରେ ଦୁଇଟି ଫ୍ୟାମିୱି ପେନସନ ମିଳିଥାଏ । ୯୦,୦୦୦ ହିସାବ ଅନୁଯାୟୀ, ଏହି ରାଶି ୪୫ ହଜାର ଓ ୨୭ ହଜାର ଟଙ୍କା ଥିଲା ।


ଏହା ବି ପଢ଼ନ୍ତୁ:-ୟୁପି ଛାଡ଼ିବାକୁ ଧମକ ଦେଇଥିବା ମୁନାୱାର ରାଣାଙ୍କ ହୃଦୟର ପରିବର୍ତ୍ତନ! ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସାରେ ଲେଖିଲେ ଶାୟରୀ


ଏହା ବି ପଢ଼ନ୍ତୁ:-କିଏ ସେ ବୁଲବୁଲ ସାହା, ଯିଏ ୨୮ ବର୍ଷ ବଡ଼ ପୂର୍ବତନ କ୍ରିକେଟର ଅରୁଣ ଲାଲଙ୍କୁ କଲେ ବିବାହ


ଏହା ବି ପଢ଼ନ୍ତୁ:-କ୍ଷମା ମାଗିଲେ ପୁଟିନ!


 


କିନ୍ତୁ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ସର୍ବାଧିକ ପେନସନ ରାଶି ୨.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଫ୍ୟାମିଲି ପେନସନର ନୂତନ ନିୟମ ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ଓ ଯଦି ଉଭୟ ଅବସର ପରେ ମରିଯାଆନ୍ତି, ତେବେ ଗୋଟିଏ ପେନସନ ୧.୨୫ ଲକ୍ଷ ଓ ଅନ୍ୟ ଫ୍ୟାମିଲି ପେନସନ ୭୫,୦୦୦ ଟଙ୍କା ନୋମିନି ପିଲାମାନଙ୍କୁ ମିଳିବ । ନୂତନ ନିୟମରେ ସରକାର ଫ୍ୟାମିଲି ପେନସନକୁ ମାସକୁ ୨.୫୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି ।


ବିଜ୍ଞପ୍ତି ଅନୁଯାୟୀ, ୪୫ ହଜାର ଟଙ୍କା ବଦଳରେ ମୋଟ ୨.୫ ଲକ୍ଷ ଟଙ୍କାର ୫୦ ପ୍ରତିଶତ ଅର୍ଥାତ ୧.୨୫ ଲକ୍ଷ ଟଙ୍କା ନୋମିନିଙ୍କୁ ଫ୍ୟାମିଲି ପେନସନ ଭାବରେ ପ୍ରଦାନ କରାଯିବ । ୨୭ ହଜାର ଟଙ୍କାର ପେନସନକୁ ବର୍ତ୍ତମାନ ୨.୫ ଲକ୍ଷର ୩୦ ପ୍ରତିଶତ ଅର୍ଥାତ୍ ୭୫ ହଜାର ଟଙ୍କା କରିଦିଆଯାଇଛି ।