ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ମଙ୍ଗଳବାର ବିଳମ୍ବିତ ରାତିରେ JEE ମେନ୍ 2021 (JEE Mains Exam 2021) ର ଫଳାଫଳ ଘୋଷଣା କରିଛି । ଯେଉଁଥିରେ ମୋଟ ୪୪ ଜଣ ବିଦ୍ୟାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି । ୧୮ ଜଣ ବିଦ୍ୟାର୍ଥୀଙ୍କୁ ଶୀର୍ଷ ମାନ୍ୟତା ପ୍ରାପ୍ତ ହୋଇଛି । ମଙ୍ଗଳବାର ରାତିରେ ଶିକ୍ଷା ମନ୍ତ୍ରଣାଳୟ (Education Ministry) ର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଫିସିଆଲ୍ ୱେବସାଇଟରେ ଚେକ୍ କରିପାରିବେ ଫଳାଫଳ 


ଜେଇଇ ମେନ ପରୀକ୍ଷା (JEE Mains Exam 2021) ପାଇଁ ୭.୮ ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟ୍ରେଶନ କରାଇଥିଲେ । ଛାତ୍ରମାନେ ସେମାନଙ୍କର JEE ଫଳାଫଳକୁ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଚେକ୍ କରିପାରିବେ । ଏହା ବ୍ୟତୀତ ଛାତ୍ରମାନେ ntaresults.nic.in କିମ୍ବା nta.ac.in ରେ ସେମାନଙ୍କର ରେଜଲ୍ଟକୁ ଚେକ୍ କରିପାରିବେ ।


JEE Mains 2021 ର ଟପ୍ପର୍ସ



ୱେବସାଇଟରେ ଏପରି ଚେକ୍ କରନ୍ତୁ JEE Mains 2021 ରେଜଲ୍ଟ 


ଷ୍ଟେପ୍ ୧: ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।


ଷ୍ଟେପ୍ ୨: ହୋମପେଜରେ 'JEE Main 2021 session 4 results'ଲିଙ୍କରେ କ୍ଲିକ୍ କରନ୍ତୁ ।


ଷ୍ଟେପ୍ ୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।


ଷ୍ଟେପ୍ ୪: ସବିଶେଷ ତଥ୍ୟ ପୂରଣ କରିବା ପରେ 'ସବମିଟ୍' ବଟନ୍ ଉପରେ କ୍ଲିକ୍ କରନ୍ତୁ ।


ଷ୍ଟେପ୍ ୫: ସେଶନ 4 ପାଇଁ JEE ମେନ୍ ର  ଫଳାଫଳ ସ୍କ୍ରିନରେ ପ୍ରଦର୍ଶିତ ହେବ ।


ଷ୍ଟେପ୍ ୬: JEE ମେନ୍ ସେଶନ 4 ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।


ବର୍ଷରେ ଚାରିଥର ହୁଏ JEE-ମେନ୍ ପରୀକ୍ଷା 


ଚଳିତ ବର୍ଷଠାରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସ୍କୋରରେ ଉନ୍ନତି ଆଣିବା ପାଇଁ ମିଳିତ ପ୍ରବେଶିକା ପରୀକ୍ଷା JEE-Main ବର୍ଷରେ ଚାରିଥର ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚରେ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ଓ ମେ ମାସରେ ହେବାକୁ ଥିଲା, କିନ୍ତୁ ଦେଶରେ COVID-19 ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା । ତୃତୀୟ ପର୍ଯ୍ୟାୟ ଜୁଲାଇ ୨୦-୨୫ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା । ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ବହୁତ ଲାଭଦାୟକ


ଅଧିକ ପଢ଼ନ୍ତୁ:-ଏଣିକି ଭଏସ୍ ମାଧ୍ୟମରେ କରିହେବ ଆର୍ଥିକ ନେଣଦେଣ, ଖୁଚୁରା ପେମେଣ୍ଟ ପାଇଁ ପ୍ରଥମ ପରୀକ୍ଷା ସଫଳ