ରାହୁଲ-ପ୍ରିୟଙ୍କାଙ୍କ ସହିତ ସବୁବେଳେ ରହିବି, ଜାଣନ୍ତୁ ଏଭଳି କାହିଁଁକି କହିଲେ ସିଦ୍ଧୁ
ନଭଜୋତ ସିଂ ସିଦ୍ଧୁଙ୍କ ସ୍ଵର ନରମିବାରେ ପରି ମାନେ ହେଉଛି । କାରଣ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସିଦ୍ଧୁ ଶୁକ୍ରବାର ଦିନ ଏକ ବଡ଼ ବୟାନ ଦେଇଛନ୍ତି । ଯାହାକୁ ନେଇ ପୁଣିଥରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା ରାଜନୈତିକ ହାଇଡ୍ରାମାରେ ବିରାମ ଲାଗିପାରେ । କାରଣ ନିକଟରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନଭଜୋତ ସିଂ ସିଦ୍ଧୁଙ୍କ ସ୍ଵର ନରମିବାରେ ପରି ମାନେ ହେଉଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସିଦ୍ଧୁ ଏକ ବଡ଼ ବୟାନ ଦେଇଛନ୍ତି । ଯାହାକୁ ନେଇ ପୁଣିଥରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।
'ମାହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପଥରେ ଚାଲୁଛି । ଆଗକୁ ଚାଲିବି ମଧ୍ୟ । କଂଗ୍ରେସରେ କିଛି ପଦ ପଦବୀ ମିଳୁ କିମ୍ବା ନମିଳୁ ସର୍ବଦା ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ରହିବି । ଯେଉଁ ନକରାତ୍ମକ ଶକ୍ତି ମୋତେ ପରାଜିତ କରିବାକୁ ଲାଗିଛନ୍ତି ସେମାନେ ତାଙ୍କ କାମ କରନ୍ତୁ । ସକାରତ୍ମକ ଚିନ୍ତାଧାରା ସହିତ ପଞ୍ଜାବକୁ ସବୁଥିରେ ଆଗୁଆ କରିବାକୁ ଚେଷ୍ଟା କରିବି । ପଞ୍ଜାବର ବିଜୟ ହେବ ।' ଶୁକ୍ରବାର ଦିନ ଏଭଳି କିଛି କହିଛନ୍ତି ନିକଟରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନଭଜୋତ ସିଂ ସିଦ୍ଧୁ ।
ସୂଚନାଯୋଗ୍ୟ, ନିକଟରେ ପଞ୍ଜାବ ଡିଜିପି ଓ ଆଡଭୋକେଟ ଜେନେରାଲ ନୁଯୁକ୍ତିକୁ ନେଇ ସିଦ୍ଧୁ ଓ ସିଏମ୍ ଚନ୍ନିଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଏବେ ଏହି ବିବାଦରେ ବିରାମରେ ପୂର୍ଣ୍ଣଛେଦ ଲଗାଇବା ପାଇଁ ଉଦ୍ୟମ ସିଦ୍ଧୁ କରୁଛନ୍ତି ବୋଲି କୁହାଯାଉଛି । ତେବେ ସିଦ୍ଧୁଙ୍କ ବୟାନ ପଞ୍ଜାବ କଂଗ୍ରେସରେ ଦେଖିବାକୁ ମିଳୁଥିବା ସଙ୍କଟରେ ବିରାମ ଲଗାଇବାରେ ସଫଳ ହେଉଛି ନା ନାହିଁଁ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।
ଏହାବି ପଢ଼ନ୍ତୁ: ଲାଭା ଉଦ୍ଗୀରଣ ଯୋଗୁଁ ଜଳୁଛି ସ୍ପେନ! ଜାରି ରହିଛି ବିପର୍ଯ୍ୟୟ, ଦେଖନ୍ତୁ ଭିଡ଼ିଓ
ଏସବୁ ମଧ୍ୟରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଯାଇ ହରିଶ ଚୌଧୁରୀଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ହେଲେ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁଁ । ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ୧୫ ଦିନ ମଧ୍ୟରେ ପଞ୍ଜାବ ରାଜନୀତିରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।