Bijapur Encounter: IED ହମଲା କରିବାକୁ ହୋଇଥିଲା ଷଡଯନ୍ତ୍ର
ପୂର୍ବରୁ ଆତଙ୍କବାଦୀ କିମ୍ବା ଉଗ୍ରବାଦୀ ସଙ୍ଗଠନ ବିଭିନ୍ନ ବିସ୍ଫୋରକ ବ୍ୟବହାର କରି ସୁରକ୍ଷା ବାହିନୀ ଉପରେ ଅତର୍କିତ ଆକ୍ରମଣ କରିବା ଭଳି ଘଟଣା ଘଟିସାରିଛି।
ରାୟପୁର: ପଡୋଶୀ ଛତିଶଗଡର ବିଜାପୁର-ସୁକମା ଜିଲ୍ଲା ସୀମାରେ ସୁରକ୍ଷାବଳ-ନକ୍ସଲ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ଏକ ଚାଞ୍ଚଲ୍ୟକର ସୂଚନା ଗୁଇନ୍ଦା ବିଭାଗକୁ ମିଳିଛି। ଏନେଇ ମିଳିଥିବା ଖବର ଅନୁସାରେ ଉଗ୍ରବାଦୀ, ଆତଙ୍କବାଦୀଙ୍କ ହମଲା କରିବା ଶୈଳୀରେ ସୁରକ୍ଷାବଳ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଥିଲେ ନକ୍ସଲ।
ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏନେଇ ମିଳିଥିବା ରିପୋର୍ଟ ଅନୁସାରେ ବିଗତ କିଛି ଦିନ ଧରି ଛତିଶଗଡର (Chhattisgarh), ବିଜାପୁର (Bijapur), ସୁକମା (Sukma), କାଙ୍କେର (Kanker) ଆଦି ଜିଲ୍ଲାରେ ପ୍ରାୟ ୨୦୦-୩୦୦ ନକ୍ସଲ କ୍ୟାମ୍ପ (Naxlite Camp) କରି ରହୁଛନ୍ତି। ଏପରିକି ଅନେକ ନକ୍ସଲ ଡିଭିଜନାଲ କମାଣ୍ଡର (Naxalite Divisional Commander) ଏଠାକୁ ଆସୁଥିବା ଜଣାପଡିଛି।
ଏପରି ଗୁଇନ୍ଦା ସୂଚନା ପାଇବା ପରେ ଶନିବାର ସୁରକ୍ଷା ବଳ ପକ୍ଷରୁ ଆରମ୍ଭ ହୋଇଥିଲା ନକ୍ସଲ ଦମନ ଅଭିଯାନ (Anti Naxalite Operation)। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ଶହୀଦ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଗୁଳି ବିନିମୟରେ ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ଏବଂ ଅନ୍ୟ ୭ ଜଣଙ୍କୁ ରାୟପୁରସ୍ଥିତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନରେ ଜଣେ ମହିଳାଙ୍କୁ ମିଶାଇ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଏ ଘଟଣାରେ ନକ୍ସଲ ସଙ୍ଗଠନର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।
Also Read: Bijapur Naxal Encounter: ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି, ଅପରେସନରେ ଟଳିପଡିଲେ ୯ ନକ୍ସଲ
ଏହି ଗୁଳିବିନିମୟ ଘଟଣା ଘଟିବା ପୂର୍ବରୁ ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନା ଅନୁସାରେ ଛତିଶଗଡର ମାଓବାଦ ଉପଦ୍ରୁତ ବିଜାପୁର ଜିଲ୍ଲାରେ ଇମ୍ପ୍ରୋଭାଇସଡ୍ ଏକ୍ସପ୍ଲୋସିଭ ଡିଭାଇସ-ଆଇଇଡି (Improvised Explosive Device-IED) ବିସ୍ଫୋରକ (IED Explosive) ସହାୟତା ସୁରକ୍ଷାବଳ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ନକ୍ସଲ। ଅନ୍ୟପଟେ ଏହି ଆଇଇଡି ବ୍ୟବହାର କରି ଜଙ୍ଗଲରେ ସ୍ଥାପିତ ହୋଇଥିବା ସୁରକ୍ଷାବଳ କ୍ୟାମ୍ପ ଉପରେ ହମଲା କରିବାକୁ ଷଡଯନ୍ତ୍ର ରଚିଥିଲେ ନକ୍ସଲ।
ପୂର୍ବରୁ ଆତଙ୍କବାଦୀ (Terrorist) କିମ୍ବା ଉଗ୍ରବାଦୀ (Insurgent) ସଙ୍ଗଠନ ପକ୍ଷରୁ ଆଇଇଡି ଭଳି ବିସ୍ଫୋରକ ବ୍ୟବହାର କରି ସୁରକ୍ଷା ବାହିନୀ ଉପରେ ଅତର୍କିତ ଆକ୍ରମଣ କରିବା ଭଳି ଘଟଣା ଘଟିସାରିଛି। ଗତ ୨୦୧୯, ଫେବୃଆରୀ ୧୪ ତାରିଖରେ କାଶ୍ମୀରସ୍ଥିତ (Kasmir) ପୁଲୱାମା (Pulwama) ଜିଲ୍ଲାରେ ବିପୁଳ ପରିମାଣର ଆରଡିଏକ୍ସ ବିସ୍ଫୋରକ (RDX Explosive) ବ୍ୟବହାର କରି ଜଣେ ଆତ୍ମଘାତୀ ସହୟତାରେ ସିଆରପିଏଫ କାରକେଡ (CRPF Carcade) ଉପରେ ଆକ୍ରମଣ କରିଥିଲା ଆତଙ୍କୀ ସଙ୍ଗଠନ ଜୈଶ ଏ ମହମ୍ମଦ (Jaish-e-Mohammed)।
Also Read: Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ
ବିଜାପୁର ସମେତ ସୁକମା, କାଙ୍କେର ଆଦି ଜିଲ୍ଲାରେ ପ୍ରାୟ ୨୦୦-୩୦୦ ନକ୍ସଲ କ୍ୟାମ୍ପ କରି ରହୁଥିବା ନେଇ ଗୁଇନ୍ଦା ସୂଚନା ମିଳିବା ୨ ହଜାର ଯବାନଙ୍କୁ ନେଇ ଆରମ୍ଭ ହୋଇଥିଲା ଏକ ସର୍ଚ୍ଚ ଅପରେସନ। ଏନେଇ ପ୍ରତିକ୍ରିୟା ରଖି ଛତିଶଗଡ ନକ୍ସଲ ବିରୋଧି ଅଭିଯାନ (Chhattisgarh Anti Naxal Mission) ପୋଲିସ ଉପ ମହାନିରୀକ୍ଷକ (Deputy Inspector General of Police) ଓପି ପାଲ (O.P Pal) କହିଛନ୍ତି ଶୁକ୍ରବାର ବିଜାପୁରସ୍ଥିତ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ବାବଦରେ ଖବର ମିଳିଥିଲା। ଏହା ପରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ-ସିଆରପିଏଫ (Central Reserve Police Force-CRPF) ଅଧିନସ୍ଥ କୋବ୍ରା ବାଟାଲିଅନ (COBRA Battalion), ଡିଆରଜି (DRG) ଏବଂ ଏସଟିଏଫ (STF) ଯବାନ ଏହି ଅଭିଯାନରେ ସାମିଲ ହୋଇଥିଲେ।