Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ
Advertisement

Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ

ତରରେମ ଜଙ୍ଗଲରେ ହୋଇଥିବା ଆକ୍ରମଣର ଜବାବ ଦେଇଛି ସୁରକ୍ଷାବଳ। 

Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ

ରାୟପୁର: ପଡୋଶୀ ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ହୋଇଥିବା ଗୁଳି ବିନିମୟରେ ୯ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଏ ଘଟଣାରେ ୧୫ ନକ୍ସଲ ଆହତ ହୋଇଥିବାର ଖବର ମିଳିଛି। ଗତ  ଶନିବାର ଜିଲ୍ଲାରେ ଅବସ୍ଥିତ ତରରେମ ଜଙ୍ଗଲରେ ସୁରକ୍ଷାବଳ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲା। ଏ ଘଟଣାରେ ୫ ଯବାନ ଶହୀଦ ହୋଇଥିବା ବେଳେ ୧୦ ଆହତ ହୋଇଥିଲେ।   

ଏ ଘଟଣାରେ ପ୍ରତିକ୍ରିୟା ରଖି ଛତିଶଗଡ଼ ଗୃହମନ୍ତ୍ରୀ (Chhattisgarh Home Minister) ତାମ୍ରଧ୍ୱଜ ସାହୁ କହିଛନ୍ତି (Tamradhwaj Sahu) କହିଛନ୍ତି ରାଜ୍ୟର ବିଜାପୁର ଜିଲ୍ଲାରେ (Bijapur District) ଅବସ୍ଥିତ ତରରେମ ଜଙ୍ଗଲରେ (Tarrem Forest) ସୁରକ୍ଷା ବାହିନୀ ପାଟ୍ରୋଲିଂ କରୁଥିବା ନକ୍ସଲଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ସୁରାକ୍ଷାବଳକୁ ଦେଖିବା ମାତ୍ରେ ମୋଟର ଲଞ୍ଚର  ଏବଂ ଅତ୍ୟାଧୁନିକ ହତିଆର ସହାୟତାରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ନକ୍ସଲ।   

Also Read: ସୁରକ୍ଷାବଳକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୫ ନକ୍ସଲ

ଏହି ଆକ୍ରମଣରେ ଜଣେ କୋବ୍ରା ବାଟାଲିଅନ, ୨ ବସ୍ତରିୟା ବାଟାଲିଅନ, ୨ ଡିଆରଜି ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଥିଲେ। ନକ୍ସଲଙ୍କ ପକ୍ଷରୁ ହୋଇଥିବା ଆକ୍ରମଣର ଜବାବ ଦେବା  ଲାଗି ତରରେମ ଜଙ୍ଗଲ ଅଭିମୁଖେ ବାହାରି ପଡିଥିଲେ। ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ୯ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଆହତ ହୋଇଥିବା କୁହାଯାଉଛି।   

 ଏ ଘଟଣାରେ ପ୍ରତିକ୍ରିୟା ରଖି ଛତିଶଗଡ ପୋଲିସ ଡିଜି (Chhattisgarh Police DG) ଡିଏମ ଅୱସ୍ଥି (D.M Awasthi) କହିଥିଲେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ନକ୍ସଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାରେ ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ସିଆରପିଏଫ ଏବଂ ଡିଆରଜି ଯବାନ ଆହତ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ବିଜାପୁର ଏସପି କମଳଲୋଚନ କଶ୍ୟପ।