ସେନା ଉପରେ ଡ୍ରୋନ ଆକ୍ରମଣ କରିପାରେ ତାଲିବାନ, ଏନଡିଏସ ମୁଖ୍ୟଙ୍କ ଚେତାବନୀ
ସେନା ଉପରେ ତାଲିବାନ ଡ୍ରୋନ ଆକ୍ରମଣ କରିପାରେ ବୋଲି ଚେତାବନୀ ଦେଇଛନ୍ତି ଏନଡିଏସ ମୁଖ୍ୟ।
କାବୁଲ: ସରକାରୀ ସେନା ଉପରେ ଆକ୍ରମଣ କରିବାକୁ ନୂଆ ଯୋଜନା କରିଛି ତାଲିବାନ (Taliban)। ଏଥର ସୈନ୍ୟ ବାହିନୀ ଉପରେ ଡ୍ରୋନ ଆକ୍ରମଣ (Drone Attack)କରିବାକୁ ଆତଙ୍କବାଦୀ ଗୋଷ୍ଠୀ ଷଡଯନ୍ତ୍ର କରିଥିବା କହିଛନ୍ତି ଆଫଗାନିସ୍ତାନ ଗୁଇନ୍ଦା ମୁଖ୍ୟ (Afghan Spy Chief)। ସୋମବାର ଦେଶର ସଂସଦକୁ ସମ୍ବୋଧିତ କରିବା ଅବସରରେ ଏପରି ବୟାନ ଦେଇଛନ୍ତି ସେ।
ଆଫଗାନ ସେନା ବାହିନୀ ଉପରେ ଆକ୍ରମଣ କରିବାକୁ ତାଲିବାନ ଆତଙ୍କବାଦୀ ଯେଉଁ ଡ୍ରୋନ ବ୍ୟବହାର କରିବାକୁ ଯାଉଛନ୍ତି ତାହା ଖୋଲା ବଜାରରେ ଉପଲବ୍ଧ ହେଉଛି। କ୍ୟାମେରା ଡ୍ରୋନ (Cmera Drone) ଅର୍ଥାତ ଯେଉଁ ଡ୍ରୋନରେ କ୍ୟାମେରା ଲାଗିଛି ସେପରି ଡ୍ରୋନ ମାଧ୍ୟମରେ ଆକ୍ରମଣ କରିବାକୁ ଆତଙ୍କୀ ମସୁଧା କରିଛନ୍ତି ବୋଲି କହିଛନ୍ତି ଆଫଗାନ ଜାତୀୟ ପ୍ରତିରକ୍ଷା ନିର୍ଦ୍ଦେଶାଳୟ-ଏନଡିଏସ (National Directorate of Security-NDS)ମୁଖ୍ୟ ଅହମ୍ମଦ ଜିଆ ଶିରାଜ (Ahmad Zia Shiraj) ।
ଏପରି ଚାଞ୍ଚଲ୍ୟକର ତଥ୍ୟ ଏନଡିଏସକୁ ମିଳିବା ପରେ ଏହି ଡ୍ରୋନ ଆମଦାନୀ ଉପରେ କଟକଣା ଲାଗୁ କରିବାକୁ ଦାବି କରିଛନ୍ତି ଏନଡିଏସ ମୁଖ୍ୟ। କାରଣ ଏହା ଦ୍ୱାରା ଆତଙ୍କବାଦୀ ସେନା ଉପରେ ଆକ୍ରମଣ କରିବାକୁ ବିସ୍ଫୋରଣ ଘଟାଇ ପାରନ୍ତି ବୋଲି ଜଣାଇଛନ୍ତି ଆଫଗାନ ପ୍ରତିରକ୍ଷା ନିର୍ଦ୍ଦେଶାଳୟ ମୁଖ୍ୟ। ତାଲିବାନ ଆତଙ୍କୀ ଏକ ଡ୍ରୋନ୍ ବ୍ୟବହାର କରି କୁନ୍ଦୁଜ ପ୍ରଦେଶର ବିସ୍ଫୋରଣ ଘଟାଇ ସାରିଛନ୍ତି।
Also Read: ଆଫଗାନ ସମ୍ମିଳୀନରେ ଭାରତକୁ ପ୍ରଶଂସାରେ ପୋତିଦେଲେ ରାଷ୍ଟ୍ରପତି ଘନି
ଯଦିଓ ଏନଡିଏ ମୁଖ୍ୟ ଏହି ଆକ୍ରମଣରେ ଡ୍ରୋନ ବ୍ୟବହୃତ ହୋଇଥିବା ନେଇ ସ୍ପଷ୍ଟ କରିନାହାଁନ୍ତି ହେଲେ ହେଲେ ଏହି ଘଟଣାରେ ଡ୍ରୋନ୍ ବ୍ୟବହାର କରାଯାଇଥିବା ଦର୍ଶାଇଛନ୍ତି। ପୂର୍ବରୁ ଇସଲାମିକ ଷ୍ଟେଟ ଆତଙ୍କବାଦୀ (Islamic State Terorist)ଡ୍ରୋନ ବ୍ୟବହାର କରି ଗତ ୨୦୧୬ରୁ ଇରାକ, ସିରିଆ ଆଦି ଦେଶରେ ବୋମା ବିସ୍ଫୋରଣ ଭଳି ଘଟଣା ଘଟାଇ ସାରିଛନ୍ତି। ଏବେ ତାଲିବାନ ଆକ୍ରମଣ କରିବା ଲାଗି ଡ୍ରୋନ ବ୍ୟବହାର କରିବାକୁ ଯାଉଥିବାରୁ ଆଫଗାନ ସେନା ଲାଗି ନୂଆ ବିପଦ ସୃଷ୍ଟି ହୋଇଛି।
Also Read: ଜମ୍ମୁରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କୀ
ତାଲିବାନ ଅପେକ୍ଷା ଆଫଗାନିସ୍ତାନରେ ଆଇଏସ ଆତଙ୍କୀ ସଙ୍ଗଠନର ପ୍ରଭାବ ଯଦିଓ ସୀମିତ ହେଲେ ରାଜଧାନୀ କାବୁଲରେ ହୋଇଥିବା ରକେଟ ଆକ୍ରମଣ ପାଇଁ ଏହି ଗୋଷ୍ଠୀ ନିଜକୁ ଦାୟୀ କରିଥିଲା। ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯଦିଓ ଆଫଗାନ ଆଇଏସ୍ ନେତୃତ୍ୱହୀନ ରହିଛି ହେଲେ ଏବେ ଅନେକ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ବର୍ତ୍ତମାନ ସମୟରେ ଆଫଗାନିସ୍ତାନ-ତାଲିବାନ ଖୁବ ଶୀଘ୍ର ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି କାରଣ ଉଭୟଙ୍କ ମଧ୍ୟରେ ରହିଥିବା ବିବାଦୀୟ ସମସ୍ୟାର ସମାଧାନ ହୋଇସାରିଛି।